Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 16:2 - ପବିତ୍ର ବାଇବଲ

2 ରାଜା ଦାଉଦ ସୀବଃକୁ ପଗ୍ଭରିଲେ, “ଏଗୁଡ଼ିକ କାହା ପାଇଁ?” ସୀବଃ ଉତ୍ତର ଦେଲା, “ଏହି ଗଧଗୁଡ଼ିକ ତୁମ୍ଭର ଲୋକମାନେ ଚଢ଼ିବା ପାଇଁ ଏବଂ ରୋଟୀ ଓ ଗ୍ରୀଷ୍ମକାଳୀନ ଫଳଗୁଡ଼ିକ ଯୁବକମାନଙ୍କର ଖାଇବା ପାଇଁ, ଦ୍ରାକ୍ଷାରସ ତୁମ୍ଭମାନଙ୍କ ସହିତ ମରୁଭୂମିକୁ ନେବା ପାଇଁ ଯେଉଁମାନେ ମୂର୍ଛା ହୋଇ ଯାଆନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତହିଁରେ ରାଜା ସୀବଃକୁ କହିଲେ, ଏସବୁରେ ତୁମ୍ଭର ଅଭିପ୍ରାୟ କଅଣ? ତହୁଁ ସୀବଃ କହିଲା, ଏ ଗର୍ଦ୍ଦଭ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ; ପୁଣି ଏହି ରୋଟୀ ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳା; ହେବା ଲୋକମାନେ ପାନ କରିବେ।

Gade chapit la Kopi

ଓଡିଆ ବାଇବେଲ

2 ତହିଁରେ ରାଜା ସୀବଃକୁ କହିଲେ, “ଏସବୁରେ ତୁମ୍ଭର ଅଭିପ୍ରାୟ କଅଣ ?” ତହୁଁ ସୀବଃ କହିଲା, “ଏ ଗର୍ଦ୍ଦଭ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ; ପୁଣି ଏହି ରୁଟି ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳାନ୍ତ ହେବା ଲୋକମାନେ ପାନ କରିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହିଁରେ ରାଜା ସୀବଃକୁ କହିଲେ, “ଏସବୁରେ ତୁମ୍ଭର ଅଭିପ୍ରାୟ କଅଣ?” ତହୁଁ ସୀବଃ କହିଲା, “ଏ ଗର୍ଦ୍ଦଭ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ; ପୁଣି ଏହି ରୁଟି ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳାନ୍ତ ହେବା ଲୋକମାନେ ପାନ କରିବେ।”

Gade chapit la Kopi




2 ଶାମୁୟେଲ 16:2
13 Referans Kwoze  

ସେମାନେ ମଧ୍ୟ ମହୁ, ଦହୀ, ମେଷ ଏବଂ ଲହୁଣୀ ଆଣିଲେ। ସେମାନେ ଏହିସବୁ ସାମଗ୍ରୀଗୁଡ଼ିକ ଦାଉଦ ଓ ତାଙ୍କର ଲୋକମାନଙ୍କ ଆଗରେ ଉତ୍ସର୍ଗ କଲେ। କାରଣ ସେମାନେ କହିଲେ, “ଲୋକମାନେ ମରୁଭୂମିରେ ନିଶ୍ଚିତ କ୍ଷୁଧାର୍ତ୍ତ, କ୍ଳାନ୍ତ ଓ ତୃଷାର୍ତ୍ତ ହୋଇଥିବେ।”


ଯାୟୀରଙ୍କର ତିରି‌ଶ୍‌ଟି ପୁତ୍ର ଥିଲେ। ଯେଉଁମାନେ କି ତିରି‌ଶ୍‌ଟି ଗର୍ଦ୍ଦଭରେ ଚଢ଼ିଲେ ଓ ସେମାନଙ୍କର ତିରି‌ଶ୍‌ଟି ସହର ଥିଲା। ସେହି ସହରଗୁଡ଼ିକୁ ଯାୟୀର ସହର ନାମରେ ଆଜି ପର୍ଯ୍ୟନ୍ତ ନାମିତ କରାଯାଇଛି। ସେହିସବୁ ସହରଗୁଡ଼ିକ ଗିଲିୟଦ ଦେଶରେ ଅଛି।


“ହେ ଶ୍ୱେତଗର୍ଦ୍ଦଭୀ-ଆରୋହୀମାନେ, ହେ ଗାଲିଗ୍ଭରେ ବସିବା ଲୋକମାନେ, ହେ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।


“ଯେତେବେଳେ ତୁମ୍ଭର ଲୋକମାନେ ତୁମ୍ଭକୁ ପଗ୍ଭରିବେ, ଏହାର ଅର୍ଥ କ’ଣ? ଆମ୍ଭମାନଙ୍କୁ ବୁଝାଇ ଦିଅ।


ମଫୀବୋଶତ୍ ଉତ୍ତର ଦେଲା, “ହେ ମୋର ପ୍ରଭୁ ମହାରାଜ, ମୋର ଦାସ ମୋତେ ପ୍ରବଞ୍ଚନା କଲା। ମୁଁ ତ ଛୋଟା ତେଣୁ ମୁଁ ମୋ’ ଦାସ ସୀବଃକୁ କହିଲି, ‘ଏକ ଗଧ ସଜାଇବା ପାଇଁ, ଯେଉଁଥିରେ ମୁଁ ଯାଇ ମୋର ରାଜାଙ୍କୁ ଦେଖା କରିବି।’


ସମସ୍ତ ଲୋକ ଉଚ୍ଚ ସ୍ୱରରେ ଚିତ୍କାର କଲେ। ରାଜା ମଧ୍ୟ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ନଦୀ ପାର ହୋଇ ମରୁଭୂମିରେ ପ୍ରବେଶ କଲେ।


ଏହା ପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ୱମାନ ପାଇଲା। ଆଉ ସେ ଯେତେବେଳେ ଘୋଡ଼ାଗାଡ଼ି ଆରୋହଣ କଲା, ପଗ୍ଭଶ୍ ଜଣ ଲୋକ ତା’ ସମ୍ମୁଖକୁ ଦୌଡ଼ି ଆସିଲେ।


ବର୍ତ୍ତମାନ ମୁଁ ଆଣିଥିବା ଭେଟି, ଦୟାକରି ତୁମ୍ଭର ଲୋକମାନଙ୍କୁ ଦିଅ।


ଜଣେ ସୈନିକ ଯୋନାଥନକୁ କହିଲା, “ତୁମ୍ଭ ବାପା ସୈନ୍ୟମାନଙ୍କୁ ବାଧ୍ୟ କରିଛନ୍ତି ଯିଏ ଆଜି ଖାଇବ, ସେ ଦଣ୍ତିତ ହେବ। ତେଣୁ ଲୋକମାନେ ଖାଇ ନାହାନ୍ତି ଓ ଦୁର୍ବଳ ଅନୁଭବ କରୁଛନ୍ତି।”


ଏଷୌ କହିଲେ, “ମୁଁ ଆସିବା ସମୟରେ ଯେଉଁମାନଙ୍କୁ ଦେଖିଲି ସେମାନେ କିଏ? ସେ ପଶୁଗୁଡ଼ିକ କାହା ନିମନ୍ତେ ନେଉଛନ୍ତି।” ଯାକୁବ ଉତ୍ତର ଦେଲେ, “ସେଗୁଡ଼ିକୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଉପହାର ଦେଇଛି। ତେଣୁ ମୋତେ ଗ୍ରହଣ କର।”


ଅବିମେଲକ ଅବ୍ରହାମଙ୍କୁ ପଗ୍ଭରିଲେ, “କାହିଁକି ତୁମ୍ଭେ ଏହି ସାତୋଟା ମେଷକୁ ଅଲଗା କଲ?”


Swiv nou:

Piblisite


Piblisite