Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 16:16 - ପବିତ୍ର ବାଇବଲ

16 ଦାଉଦଙ୍କର ସାଙ୍ଗ ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ ହୂଶୟ ଅବଶାଲୋମକୁ କହିଲା, “ମହାରାଜ ଚିରଜୀବୀ ହୁଅନ୍ତୁ, ମହାରାଜ ଚିରଜୀବୀ ହୁଅନ୍ତୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ହୂଶୟ ଅବଶାଲୋମକୁ କହିଲା, ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ।

Gade chapit la Kopi

ଓଡିଆ ବାଇବେଲ

16 ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ହୂଶୟ ଅବଶାଲୋମଙ୍କୁ କହିଲା, “ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ !”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ହୂଶୟ ଅବଶାଲୋମଙ୍କୁ କହିଲା, “ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ!”

Gade chapit la Kopi




2 ଶାମୁୟେଲ 16:16
13 Referans Kwoze  

ସେତେବେଳେ ସେମାନେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସେମାନେ ତାଙ୍କୁ ରାଜାକରି ଅଭିଷେକ କଲେ। ଆଉ କରତାଳି ଦେଇ କହିଲେ, “ରାଜା ଚିରଜୀବି ହୁଅନ୍ତୁ।”


ଶାମୁୟେଲ ଲୋକମାନଙ୍କୁ କହିଲେ, “ଏଇ ବ୍ୟକ୍ତିକୁ ଦେଖ। ପରମେଶ୍ୱର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧ୍ୟରେ ତାଙ୍କଠାରୁ ସୁପୁରୁଷ ଆଉ କେହି ନାହାନ୍ତି।” ତା'ପରେ ଲୋକମାନେ ପାଟିକଲେ, “ରାଜା ଦୀର୍ଘଜୀବି ହୁଅନ୍ତୁ।”


କାରଣ ସେ ଆଜି ଯାଇ ଉପତ୍ୟକାରେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସେନାପତିମାନଙ୍କୁ ଏବଂ ଅବିୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସେମାନେ ଏକତ୍ରିତ ହୋଇ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, ‘ରାଜା ଅଦୋନିୟ ଚିରଜୀବି ହୁଅନ୍ତୁ।’


ଯୀଶୁଙ୍କ ଆଗେ ଆଗେ କେତେକ ଲୋକ ଯାଉଥିଲେ। ତାହାଙ୍କ ପଛେ ପଛେ ମଧ୍ୟ କେତେକ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ: “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନକର। ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି। ସେ ଧନ୍ୟ। ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ମହିମା ଗାନ କର।”


ଦାନିୟେଲ ଉତ୍ତର କଲେ, “ହେ ରାଜା ଚିରଜୀବୀ ହୁଅନ୍ତୁ।


ତେଣୁ ଏହି ଲୋକମାନେ ରାଜାଙ୍କ ନିକଟକୁ ଗଲେ ଏବଂ କହିଲେ, “ହେ ରାଜ ଦାରିୟାବସ, ଆପଣ ଚିରଜୀବି ହୁଅନ୍ତୁ।


ତା'ପରେ ରାଣୀ ଭୋଜନଗାରକୁ ଆସିଲେ। ସେ ରାଜା ଓ ତାଙ୍କର ଅଧିକାରୀଗଣଙ୍କ କଥା ଶୁଣିଥିଲେ। ସେ କହିଲେ, “ହେ ରାଜା, ଦୀର୍ଘଜୀବୀ ହୁଅ, ତୁମ୍ଭର ଭାବନା ତୁମ୍ଭକୁ ଉ‌‌ଦ୍‌‌ବିଗ୍ନ ନ କରୁ କି ତୁମ୍ଭର ମୁଖମଣ୍ତଳ ବିବର୍ଣ୍ଣ ନ ହେଉ।


ତା'ପରେ କ‌‌ଲ୍‌‌‌‌ଦୀୟମାନେ ଅରାମୀୟ ଭାଷାରେ ରାଜାଙ୍କୁ କହିଲେ, “ହେ ମହାରାଜ, ଚିରଜୀବି ହୁଅନ୍ତୁ, ଆପଣ ଏ ଦାସମାନଙ୍କୁ ସ୍ୱପ୍ନଟି କୁହନ୍ତୁ। ଆମ୍ଭେ ତାହାର ଅର୍ଥ ପ୍ରକାଶ କରିବୁ।”


ଆଉ ସେଠାରେ ଯାଜକ ସାଦୋକ ଓ ଭବିଷ୍ୟ‌ଦ୍‌ବକ୍ତା ନାଥନ ଶଲୋମନକୁ ଇସ୍ରାଏଲର ନୂତନ ରାଜା ରୂପେ ନିଶ୍ଚୟ ଅଭିଷିକ୍ତ କରିବେ। ପୁଣି ତୁମ୍ଭେମାନେ ତୂରୀ ବଜାଇ କୁହ, ‘ରାଜା ଶଲୋମନ ଦୀର୍ଘଜୀବୀ ହୁଅନ୍ତୁ।’


ତା'ପରେ ଦାଉଦଙ୍କର ବନ୍ଧୁ ହୂଶୟ ନଗରକୁ ଆସିଲା ଏବଂ ଅବଶାଲୋମ ମଧ୍ୟ ଯିରୁଶାଲମରେ ପହଞ୍ଚିଲେ।


କିନ୍ତୁ ତୁମ୍ଭେ ଯଦି ଯିରୁଶାଲମକୁ ଫେରିଯାଅ, ତୁମ୍ଭେ ଅହୀଥୋଫଲର ଉପଦେଶକୁ ହତାଶ କରିପାର। ତେବେ ଅବଶାଲୋମକୁ କୁହ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ଅଟେ, ମୁଁ ଆପଣଙ୍କର ପିତାଙ୍କର ସେବା କଲି, ବର୍ତ୍ତମାନ ମୁଁ ଆପଣଙ୍କର ସେବା କରିବି।’


ଦାଉଦ ପର୍ବତର ଉପରି ଭାଗକୁ ଆସିଲେ, ଯେଉଁଠାରେ ସେ ସଦାପ୍ରଭୁଙ୍କୁ ଉପାସନା କରୁଥିଲେ। ଉଠାଣୀର ଶୃଙ୍ଗ ନିକଟରେ ଦାଉଦ ପହଞ୍ଚି ଦେଖିଲେ ଅର୍କୀୟ ହୂଶୟ ନିଜର ଚିରାଜାମା ପିନ୍ଧି ଓ ମସ୍ତକରେ ମୂର୍ତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା।


ନାଥନର ପୁତ୍ର ଅସରିୟ ଜିଲ୍ଲାର ପ୍ରଧାନମାନଙ୍କ ମୂଖ୍ୟ ଥିଲା ଓ ନାଥନର ପୁତ୍ର ସାବୁଦ୍ ଯାଜକ ଓ ରାଜା ଶଲୋମନଙ୍କର ଜଣେ ଉପଦେଶକ ଥିଲେ।


Swiv nou:

Piblisite


Piblisite