Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 15:3 - ପବିତ୍ର ବାଇବଲ

3 ଲୋକର ଯୁକ୍ତି ଶୁଣିଲା ପରେ ଅବଶାଲୋମ ତାକୁ କହିଥା’ନ୍ତି, “ତୁମ୍ଭେ ଠିକ୍ କହୁଛ, ତୁମ୍ଭର କଥା ଯଥାର୍ଥ ଅଟେ। କିନ୍ତୁ ରାଜା ତୁମ୍ଭ କଥା ଶୁଣିବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଅବଶାଲୋମ ତାହାକୁ କହେ, ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ; ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ।

Gade chapit la Kopi

ଓଡିଆ ବାଇବେଲ

3 ‘ଅବଶାଲୋମ ତାହାକୁ କହେ, “ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ; ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଅବଶାଲୋମ ତାହାକୁ କହେ, “ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ; ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ।”

Gade chapit la Kopi




2 ଶାମୁୟେଲ 15:3
16 Referans Kwoze  

ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ଯ୍ୟ କରି ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କର୍ତ୍ତୃତ୍ୱକୁ ଅବମାନନା କରନ୍ତି, ସେମାନେ ଏଭଳି ଦଣ୍ଡର ଯୋଗ୍ୟ। ଏହି ଭଣ୍ଡ ଶିକ୍ଷକମାନେ ମନମୁତାବକ କାର୍ଯ୍ୟ କରନ୍ତି ଓ ଆପଣା ବିଷୟରେ ଗର୍ବର କଥା କହନ୍ତି। ସେମାନେ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ମନ୍ଦ କଥା କହିବାକୁ ଭୟ କରନ୍ତି ନାହିଁ।


ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ୱରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।


ପାଉଲ ଉତ୍ତର ଦେଲେ, “ଭାଇମାନେ, ମୁଁ ତାହାଙ୍କୁ ମହାଯାଜକ ବୋଲି ଜାଣି ନ ଥିଲି। ଏହା ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭର ନିଜ ଲୋକଙ୍କ ନେତା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ।’”


ପରମେଶ୍ୱର କହିଛନ୍ତି: ‘ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁ ଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାଯିବା ଉଚିତ୍।’


“ଜଣେ ନିଷ୍ଠୁର ଓ ଘୃଣ୍ୟ ବ୍ୟକ୍ତି ତାଙ୍କ ପରେ ରାଜ୍ୟ ପ୍ରାପ୍ତ ହେବ। ମାତ୍ର ସେ ନିରାପଦ ସମୟରେ ଆସିବ ଓ ଗ୍ଭଟୁବାକ୍ୟଦ୍ୱାରା ରାଜ୍ୟ ପାଇବ।


ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସେମାନେ, ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ୟାଗ୍ଭର କଲେ, ଅନାଥ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି।


ଯେଉଁ ବ୍ୟକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହେବ। ଏହିପରି ତା’ ପାଇ ହେବ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡାମରା କାଉମାନେ ସେଗୁଡ଼ିକୁ ଖାଇଯିବେ।


କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧରେ କହନ୍ତି। ଏବଂ ସେମାନେ ସେମାନଙ୍କର ମାତାଙ୍କୁ ସମ୍ମାନ ଦେଖାଇ ନାହାନ୍ତି।


ସ‌‌‌ତ୍‌‌‌ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପା’ନ୍ତି। କିନ୍ତୁ ଯେଉଁ ବ୍ୟକ୍ତି କୁପଥ କଳ୍ପନା କରେ, ସେ ଭ୍ରଷ୍ଟ ହେବ।


ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ୟା କହନ୍ତି। ପ୍ରତ୍ୟେକ ମଣିଷ ଆଜି ଗ୍ଭଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ୟା କଥାରେ ଭୁଲାଇ କହନ୍ତି।


ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ଦାଉଦ ମଧ୍ୟ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସୁବିଗ୍ଭର କଲେ।


ସେମାନେ ଏକତ୍ର ହୋଇ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ କହିଲେ, “ତୁମ୍ଭେମାନେ ନିଜକୁ ବହୁତ ଗୁରୁତର ଦେଖାଇଲ। ମଣ୍ତଳୀର ପ୍ରତ୍ୟେକ ବ୍ୟକ୍ତି ପବିତ୍ର ଓ ସଦାପ୍ରଭୁ ସେମାନଙ୍କ ମଧ୍ୟରେ ବାସ କରୁଛନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କ ମଣ୍ତଳୀ ଉପରେ କାହିଁକି ପ୍ରଭୁତ୍ୱ ଦେଖାଉଛ?”


“ଯଦି କେହି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତେବେ ତା'ର ମୃତ୍ୟୁଦଣ୍ଡ ହେବ।


“ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।


ଅବଶାଲୋମ କହେ, “ଆଃ, ମୁଁ ଯଦି ଦେଶର ବିଗ୍ଭରକର୍ତ୍ତାରୂପେ ନିଯୁକ୍ତି ହୁଅନ୍ତି ଏବଂ ଯଦି କୌଣସି ଲୋକ ମୋ’ ପାଖକୁ ତା'ର ସମସ୍ୟା କହିବାକୁ ଆସିଥା’ନ୍ତି, ତାହାହେଲେ ମୁଁ ତାକୁ ସାହାଯ୍ୟ କରିଥା’ନ୍ତି ଓ ଯଥାର୍ଥ ଶାସନ ଦେଇଥା’ନ୍ତି।”


Swiv nou:

Piblisite


Piblisite