Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 15:25 - ପବିତ୍ର ବାଇବଲ

25 ରାଜା ଦାଉଦ ସାଦୋକକୁ କହିଲେ, “ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଯିରୁଶାଲମକୁ ଫେରାଇ ନିଅ। ଯଦି ସଦାପ୍ରଭୁ ମୋ’ ଉପରେ ପ୍ରିତ ହୁଅନ୍ତି, ତେବେ ସଦାପ୍ରଭୁ ମୋତେ ଯିରୁଶାଲମକୁ ଫେରାଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସୁଯୋଗ ମୋତେ ଦେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ତହୁଁ ରାଜା ସାଦୋକକୁ କହିଲେ, ପରମେଶ୍ଵରଙ୍କ ସିନ୍ଦୁକ ନଗରକୁ ଫେରାଇ ନିଅ; ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ, ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଓ ଆପଣା ନିବାସସ୍ଥାନ ମୋତେ ଦେଖାଇବେ।

Gade chapit la Kopi

ଓଡିଆ ବାଇବେଲ

25 ତହୁଁ ରାଜା ସାଦୋକଙ୍କୁ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ନଗରକୁ ଫେରାଇ ନିଅ; ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ, ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଓ ଆପଣା ନିବାସ ସ୍ଥାନ ମୋତେ ଦେଖାଇବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ତହୁଁ ରାଜା ସାଦୋକଙ୍କୁ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ନଗରକୁ ଫେରାଇ ନିଅ; ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ, ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଓ ଆପଣା ନିବାସ ସ୍ଥାନ ମୋତେ ଦେଖାଇବେ।

Gade chapit la Kopi




2 ଶାମୁୟେଲ 15:25
19 Referans Kwoze  

“ହେ ଯିରିମିୟ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। ସେମାନଙ୍କୁ କୁହ, ‘ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ହୁଙ୍କାର କରିବେ। ସେ ଆପଣା ପବିତ୍ର ବାସସ୍ଥାନରୁ ଆପଣା ଚିତ୍କାର ଶୁଣାଇବେ। ପୁଣି ସେ ଆପଣା ଲୋକମାନଙ୍କ ଖୁଆଡ଼ ଉପରେ ମହାରବ କରିବେ ଓ ସେ ଦ୍ରାକ୍ଷାରସମର୍ଦ୍ଦନକାରୀମାନଙ୍କ ପରି ପୃଥିବୀବାସୀ ସମସ୍ତଙ୍କ ବିରୁଦ୍ଧରେ ସିଂହାସନ କରିବେ।


ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।


ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।


କିନ୍ତୁ ତୁମ୍ଭେ ଦୟାରେ ରକ୍ଷା କରିଥିବା ଲୋକମାନଙ୍କୁ ଆଗେଇ ନେଲ। ତୁମ୍ଭେ ଆପଣା ପରାକ୍ରମରେ ସେମାନଙ୍କୁ ତୁମ୍ଭର ପବିତ୍ର ନିବାସସ୍ଥାନକୁ ନେଇ ଯାଇଛ।


ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, “ସଦାପ୍ରଭୁଙ୍କ ନାମରେ ମିଥ୍ୟା କହୁଥିବା ଲୋକମାନଙ୍କୁ ବିଶ୍ୱାସ କର ନାହିଁ।”


ମାତ୍ର ହିଜକିୟ ଯିଶାଇୟଙ୍କୁ ପ୍ରଶ୍ନ କଲେ, “ମୁଁ ଭଲ ହେବି, ସଦାପ୍ରଭୁ କି ସଙ୍କେତ ଦ୍ୱାରା ପ୍ରମାଣ କରିବେ? ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି କେଉଁ ସଙ୍କେତ ଦ୍ୱାରା ପ୍ରମାଣିତ ହେବ?”


ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ, ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।


ମୁଁ ଖୁସୀ ହେଲି, ଯେତେବେଳେ ଲୋକମାନେ କହିଲେ, “ଗ୍ଭଲ ସଦାପ୍ରଭୁଙ୍କ ମନ୍ଦିରକୁ ଯିବା।”


ରାଜା ଦାଉଦ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ କହିଲେ, “ଦେଖ ମୁଁ ଏବେ ଏରସ ନିର୍ମିତ କାଠ ଘରେ ବାସ କରୁଅଛି କିନ୍ତୁ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ସେହି ତମ୍ବୁ ତଳେ ରହି ଅଛି। ଆମ୍ଭେମାନେ ପବିତ୍ର ସିନ୍ଦୁକ ପାଇଁ ଏକ ସୁନ୍ଦର ପ୍ରାସାଦ ତିଆରି କରିବା କଥା।”


ଦାଉଦ ପବିତ୍ର ସିନ୍ଦୁକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ନେଇ ସେହି ତମ୍ବୁ ମଧ୍ୟରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।


ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ମୋତେ ଆଜ୍ଞା ଦେଲ ଏହି ଲୋକମାନଙ୍କୁ ଆଗେଇ ନେବା ପାଇଁ କିନ୍ତୁ ତୁମ୍ଭେ କହିଲ ନାହିଁ ମୋ’ ସହିତ କାହାକୁ ପଠାଇବ। ତୁମ୍ଭେ ମୋତେ କହିଛ ଯେ, ‘ତୁମ୍ଭେ ମୋତେ ଭଲଭାବେ ଜାଣ, ଏବଂ ତୁମ୍ଭେ ମୋ’ ପ୍ରତି ପ୍ରୀତ।’


ଯଦି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହର ପାତ୍ର ହୋଇଅଛି, ତେବେ ବିନୟ କରୁଛି ତୁମ୍ଭେ ମୋତେ ତୁମ୍ଭର ପଥସବୁ ଶିକ୍ଷା ଦିଅ, ଯେଉଁଥିପାଇଁ ମୁଁ ତୁମ୍ଭକୁ ଖୁସୀ କରି ପାରିବି। ମୁଁ ତୁମ୍ଭ ବିଷୟରେ ଜାଣିବାକୁ ଗ୍ଭହେଁ। ଦୟା କରି ତୁମ୍ଭର ଲୋକମାନଙ୍କର ଦଳରେ ମୋତେ ବିବେଚନା କର।”


Swiv nou:

Piblisite


Piblisite