Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 14:7 - ପବିତ୍ର ବାଇବଲ

7 ବର୍ତ୍ତମାନ ମୋର ପୁରା ପରିବାର ମୋର ବିରୁଦ୍ଧାଚରଣ କରୁଛନ୍ତି। ସେମାନେ ମୋତେ କହିଲେ, ‘ତୁମ୍ଭେ ସେ ପୁତ୍ରକୁ ଆଣି ଦିଅ ଯେ ତା'ର ଭାଇକୁ ମାରିଅଛି। ଆମ୍ଭେମାନେ ତାକୁ ହତ୍ୟା କରିବୁ। କାରଣ ସେ ତା'ର ଭାଇକୁ ହତ୍ୟା କଲା।’ ମୋ’ ପୁଅ ହେଉଛି ମୋର ଶେଷ ଅଗ୍ନିଶିଖା। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ଅଗ୍ନିଶିଖା ଜଳି ଲିଭିଯିବ। ସେ ତା'ର ବାପାର ସମ୍ପତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପୁତ୍ର। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ସମ୍ପତ୍ତି ଅନ୍ୟ ଜଣକୁ ଦିଆଯିବ ଏବଂ ତା'ପରେ ମୋର ସ୍ୱାମୀର ନାମ ଏହି ଦେଶରୁ ଲିଭିଯିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଏବେ ଦେଖନ୍ତୁ, ସମୁଦାୟ ଗୋଷ୍ଠୀ ଆପଣଙ୍କ ଦାସୀ ବିରୁଦ୍ଧରେ ଉଠି କହୁଛନ୍ତି, ଆପଣା ଭାଇକି ଯେ ମାରିଲା, ତାହାକୁ ସମର୍ପଣ କର, ତହିଁରେ ଆମ୍ଭେମାନେ ତାହାର ହତ ଭାଇର ପ୍ରାଣ ବଦଳେ ତାହାର ପ୍ରାଣ ନେବୁ, ପୁଣି ଉତ୍ତରାଧିକାରୀକି ମଧ୍ୟ ଉଚ୍ଛିନ୍ନ କରିବୁ; ଏହା କଲେ ସେମାନେ ମୋର ବାକୀ ଥିବା ନିଆଁ ଲିଭାଇ ଦେବେ ଓ ଭୂମଣ୍ତଳରୁ ମୋʼ ସ୍ଵାମୀର ନାମ ଓ ଅବଶିଷ୍ଟ କିଛି ରଖିବେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

7 ଏବେ ଦେଖନ୍ତୁ, ସମୁଦାୟ ଗୋଷ୍ଠୀ ଆପଣଙ୍କ ଦାସୀ ବିରୁଦ୍ଧରେ ଉଠି କହୁଛନ୍ତି, ‘ଆପଣା ଭାଇକୁ ଯେ ମାରିଲା, ତାହାକୁ ସମର୍ପଣ କର, ତହିଁରେ ଆମ୍ଭେମାନେ ତାହାର ହତ ଭାଇର ପ୍ରାଣ ବଦଳେ ତାହାର ପ୍ରାଣ ନେବୁ,’ ପୁଣି ଉତ୍ତରାଧିକାରୀଙ୍କୁ ମଧ୍ୟ ଉଚ୍ଛିନ୍ନ କରିବୁ; ଏହା କଲେ ସେମାନେ ମୋର ବାକୀ ଥିବା ନିଆଁ ଲିଭାଇ ଦେବେ ଓ ପୃଥିବୀରୁ ମୋ’ ସ୍ୱାମୀର ନାମ ଓ ଅବଶିଷ୍ଟ କିଛି ରଖିବେ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଏବେ ଦେଖନ୍ତୁ, ସମୁଦାୟ ଗୋଷ୍ଠୀ ଆପଣଙ୍କ ଦାସୀ ବିରୁଦ୍ଧରେ ଉଠି କହୁଛନ୍ତି, ‘ଆପଣା ଭାଇକୁ ଯେ ମାରିଲା, ତାହାକୁ ସମର୍ପଣ କର, ତହିଁରେ ଆମ୍ଭେମାନେ ତାହାର ହତ ଭାଇର ପ୍ରାଣ ବଦଳେ ତାହାର ପ୍ରାଣ ନେବୁ,’ ପୁଣି ଉତ୍ତରାଧିକାରୀଙ୍କୁ ମଧ୍ୟ ଉଚ୍ଛିନ୍ନ କରିବୁ; ଏହା କଲେ ସେମାନେ ମୋର ବାକି ଥିବା ନିଆଁ ଲିଭାଇ ଦେବେ ଓ ପୃଥିବୀରୁ ମୋʼ ସ୍ୱାମୀର ନାମ ଓ ଅବଶିଷ୍ଟ କିଛି ରଖିବେ ନାହିଁ।”

Gade chapit la Kopi




2 ଶାମୁୟେଲ 14:7
9 Referans Kwoze  

ଜଣେ ମୃତ ପରିବାରର ଲୋକ, ହତ୍ୟାକାରୀକୁ ହତ୍ୟା କରି ପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ୟା କରି ପାରିବ।


“କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତରେ କୁହା କୁହି ହେଲେ, ‘ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦେବା, ଏହି ସମ୍ପତ୍ତି ଆମ୍ଭର ହୋଇଯିବ।’


ଦାଉଦଙ୍କ ପରିବାରର ବୟସ୍କମାନେ ଦାଉଦଙ୍କୁ ଭୂମିରୁ ଉଠାଇବାକୁ ଗ୍ଭହିଁଲେ। କିନ୍ତୁ ଦାଉଦ ଉଠିଲେ ନାହିଁ କି ସେମାନଙ୍କ ସହିତ ଭୋଜନ କଲେ ନାହିଁ।


ପୁଣି ସେହି ସ୍ତ୍ରୀ ଯେଉଁ ପ୍ରଥମ ସନ୍ତାନ ଜନ୍ମ କରିବ, ସେ ତା'ର ମୃତ ଭ୍ରାତାର ଉତ୍ତରାଧିକାରୀ ହେବ। ତହିଁରେ ତାହାର ନାମ ଇସ୍ରାଏଲରୁ ଲୁପ୍ତ ହେବ ନାହିଁ।


କିଛି ସମୟ ପରେ ତୁମ୍ଭ ଭାଇ ଭୁଲିଯିବ ତୁମ୍ଭେ ତା’ ପ୍ରତି କ’ଣ କରିଥିଲ। ତା'ପରେ ମୁଁ ଗ୍ଭକର ପଠାଇ ତୁମ୍ଭକୁ ନେଇ ଆସିବି। ମୁଁ ଏକାଦିନେ ଦୁଇ ଜଣକୁ ହରାଇବାକୁ ଗ୍ଭହୁଁ ନାହିଁ।”


ଆଜି ତୁମ୍ଭେ ମୋତେ ଏହି ଭୂମିରୁ ତଡ଼ି ଦେଲ, ତହିଁରେ ମୁଁ ତୁମ୍ଭଠାରୁ ଲୁକାୟିତ ହେବି। ମୁଁ ଏକ ପଳାତକ ଓ ପୃଥିବୀରେ ଭ୍ରମଣକାରୀ ହେବି। ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”


ଆପଣଙ୍କ ଏହି ଦାସୀର ଦୁଇ ପୁତ୍ର ଥିଲେ। ସେ ଦୁହେଁ କ୍ଷେତ୍ରରେ ବିବାଦ କଲେ। ସେତେବେଳେ ସେମାନଙ୍କୁ ଛଡ଼ାଇ ଦେବାକୁ କେହି ନ ଥିବାରୁ ଜଣେ ଅନ୍ୟ ଜଣକୁ ମାରି ବଧ କଲା।


ତା'ପରେ ରାଜା ଦାଉଦ ସେ ସ୍ତ୍ରୀକୁ କହିଲେ, “ଗୃହକୁ ଫେରିଯାଅ। ମୁଁ ଏ ବିଷୟରେ ତୁମର ଯତ୍ନ ନେବି।”


Swiv nou:

Piblisite


Piblisite