Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 14:22 - ପବିତ୍ର ବାଇବଲ

22 ଯୋୟାବ ମୁଣ୍ଡ ନୂଆଁଇ ରାଜାଙ୍କୁ ପ୍ରଣାମ କଲା ଓ ରାଜାଙ୍କ ନାମରେ ଜୟଗାନ କଲା। ସେ କହିଲା, ହେ ରାଜା! “ମୁଁ ଜାଣେ ଯେ, ଆଜି ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଛି। “ଏହା ଆଜି ମୁଁ ଜାଣେ କାରଣ ଆପଣଙ୍କର ଦାସର କଥାନୁସାରେ କାର୍ଯ୍ୟ କଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ତହିଁରେ ଯୋୟାବ ମୁହଁ ମାଡ଼ି ପ୍ରଣାମ କରି ରାଜାଙ୍କର ଧନ୍ୟବାଦ କଲା; ଆଉ ଯୋୟାବ କହିଲା, ହେ ମୋହର ପ୍ରଭୋ, ମହାରାଜ, ମୁଁ ଯେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏହା ଆପଣଙ୍କ ଦାସ ଆଜି ଜାଣିଲା, ଯେହେତୁ ମହାରାଜ ଆପଣା ଦାସର ନିବେଦନାନୁସାରେ କଲେ।

Gade chapit la Kopi

ଓଡିଆ ବାଇବେଲ

22 ତହିଁରେ ଯୋୟାବ ମୁହଁ ମାଡ଼ି ପ୍ରଣାମ କରି ରାଜାଙ୍କର ଧନ୍ୟବାଦ କଲା; ଆଉ ଯୋୟାବ କହିଲା, “ହେ ମୋହର ପ୍ରଭୁ, ମହାରାଜ, ମୁଁ ଯେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏହା ଆପଣଙ୍କ ଦାସ ଆଜି ଜାଣିଲା, ଯେହେତୁ ମହାରାଜ ଆପଣା ଦାସର ନିବେଦନାନୁସାରେ କଲେ ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ତହିଁରେ ଯୋୟାବ ମୁହଁ ମାଡ଼ି ପ୍ରଣାମ କରି ରାଜାଙ୍କର ଧନ୍ୟବାଦ କଲା; ଆଉ ଯୋୟାବ କହିଲା, “ହେ ମୋହର ପ୍ରଭୋ, ମହାରାଜ, ମୁଁ ଯେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏହା ଆପଣଙ୍କ ଦାସ ଆଜି ଜାଣିଲା, ଯେହେତୁ ମହାରାଜ ଆପଣା ଦାସର ନିବେଦନାନୁସାରେ କଲେ।”

Gade chapit la Kopi




2 ଶାମୁୟେଲ 14:22
13 Referans Kwoze  

ତା'ର ସନ୍ତାନମାନେ ତାକୁ ଧନ୍ୟ ବୋଲି କହନ୍ତି। ତା'ର ସ୍ୱାମୀ ତା'ର ପ୍ରଶଂସା କରେ।


ମୁଁ ସବୁବେଳେ ସେମାନଙ୍କୁ ବସ୍ତ୍ର ଦେଇଛି ଓ ମୋ’ ନିଜ ମେଣ୍ଢାର ପଶମ ଦେଇ ସେମାନଙ୍କୁ ଉଷ୍ଣତା ଦେଇଛି ଏବଂ ସେମାନେ ମଧ୍ୟ ହୃଦୟଭଳି ମୋତେ ଆଶୀର୍ବାଦ କରିଛନ୍ତି।


ମୁଁ ଯାହା କହୁଥିଲି ସେମାନେ ତାହା ମନ ଦେଇ ଶୁଣୁଥିଲେ ଏବଂ ଏହା ପରେ ମୋ’ ବିଷୟରେ ଭଲ କଥା ହେଉଥିଲେ। ମୁଁ ଯାହା କରୁଥିଲି, ଲୋକେ ତାକୁ ଦେଖୁଥିଲେ ଓ ପ୍ରଶଂସା କରୁଥିଲେ।


ଆଉ ଯେଉଁମାନେ ଯିରୁଶାଲମରେ ବାସ କରିବାକୁ ସ୍ୱଇଚ୍ଛାରେ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।


ରାଜା ବର୍ସିଲ୍ଲୟକୁ ଚୁମ୍ବନ ଦେଇ ବିଦାୟ ଦେଲେ ଓ ଆଶୀର୍ବାଦ କଲେ। ବର୍ସିଲ୍ଲୟ ଗୃହକୁ ଫେରିଗଲା ଓ ରାଜା ଓ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ।


କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁଁ ତୁମ୍ଭର ସାଙ୍ଗ।” ତୁମ୍ଭ ବାପା ନିଜକୁ କହିଲେ, ‘ଯୋନାଥନ ନିଶ୍ଚୟ ଏହା ଜାଣି ନ ଥିବ। ଯଦି ସେ ଜାଣେ ତା'ର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯିବ, ସେ ମଧ୍ୟ ଦାଉଦଙ୍କୁ କହି ପାରି ଥା’ନ୍ତେ।’ କିନ୍ତୁ ତୁମ୍ଭେ ଏବଂ ପ୍ରଭୁ ଜୀବିତ ଥିବା ବେଳେ ମୁଁ ମୃତ୍ୟୁର ନିକଟତର ହେଉଅଛି।”


ଦିନେ ଋତ (ମୋୟାବ ଦେଶୀୟ) ନୟମୀକୁ କହିଲେ, “ମୁଁ କ୍ଷେତକୁ ଯିବା ପାଇଁ ଗ୍ଭହେଁ। କେହି ମୋତେ ଅନୁଗ୍ରହ ଦେଖାଇ ପାରନ୍ତି। ଯଦି ଯେକେହି ତା’ ପଛରେ କିଛି ଶସ୍ୟ ଛାଡ଼ି ଯାଏ ମୁଁ ତାକୁ ସାଉଁଟି ଆଣିବି।” ନୟମୀ କହିଲେ, “ଯାଅ ମୋର କନ୍ୟା।”


କିନ୍ତୁ ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହର ପାତ୍ର ଥିଲେ।


ଏହା ପରେ ଯୋଷେଫ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।


ରାଜା ଯୋୟାବକୁ କହିଲେ, “ଦେଖ, ମୁଁ ସେହି କଥା କଲି। ଏଣୁ ଯାଅ ସେହି ଯୁବକ ଅବଶାଲୋମକୁ ପୁନର୍ବାର ଆଣ।”


ଯୋୟାବ ଉଠି ଗଶୂରକୁ ଯାଇ ଅବଶାଲୋମକୁ ଯିରୁଶାଲମକୁ ଆଣିଲା।


ତହୁଁ ତକୋୟର ସେହି ସ୍ତ୍ରୀ ଜଣକ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁଣ୍ଡମାଡ଼ି ପ୍ରଣାମ କରି କହିଲା, “ମହାରାଜ, ରକ୍ଷା କରନ୍ତୁ।”


Swiv nou:

Piblisite


Piblisite