Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 14:21 - ପବିତ୍ର ବାଇବଲ

21 ରାଜା ଯୋୟାବକୁ କହିଲେ, “ଦେଖ, ମୁଁ ସେହି କଥା କଲି। ଏଣୁ ଯାଅ ସେହି ଯୁବକ ଅବଶାଲୋମକୁ ପୁନର୍ବାର ଆଣ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଏଥିଉତ୍ତାରେ ରାଜା ଯୋୟାବକୁ କହିଲେ, ଆଚ୍ଛା, ଦେଖ, ମୁଁ ସେହି କଥା କଲି, ଏଣୁ ଯାଅ, ସେ ଯୁବା ଅବଶାଲୋମକୁ ପୁନର୍ବାର ଆଣ।

Gade chapit la Kopi

ଓଡିଆ ବାଇବେଲ

21 ଏଥିଉତ୍ତାରେ ରାଜା ଯୋୟାବକୁ କହିଲେ, “ଆଚ୍ଛା, ଦେଖ, ମୁଁ ଏହି କଥା କରିବି, ଏଣୁ ଯାଅ, ସେ ଯୁବା ଅବଶାଲୋମକୁ ପୁନର୍ବାର ଆଣ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଏଥିଉତ୍ତାରେ ରାଜା ଯୋୟାବକୁ କହିଲେ, “ଆଚ୍ଛା, ଦେଖ, ମୁଁ ଏହି କଥା କରିବି, ଏଣୁ ଯାଅ, ସେ ଯୁବା ଅବଶାଲୋମଙ୍କୁ ପୁନର୍ବାର ଆଣ।”

Gade chapit la Kopi




2 ଶାମୁୟେଲ 14:21
4 Referans Kwoze  

ସ୍ତ୍ରୀଲୋକଟି କହିଲେ, “ଆପଣ ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଶପଥ ନେଇ କହନ୍ତୁ, ଆପଣ ସେମାନଙ୍କୁ ଅଟକାଇବେ, ଯେଉଁମାନେ ତା'ର ଭାଇର ହତ୍ୟା ଯୋଗୁଁ ମୋର ପୁତ୍ରକୁ ହତ୍ୟା କରିବାକୁ ଗ୍ଭହାନ୍ତି। ଶପଥ କରନ୍ତୁ ଯେ, ଆପଣ ସେମାନଙ୍କୁ ମୋର ପୁତ୍ରକୁ ଧ୍ୱଂସ କରିବା ପାଇଁ ଦେବେ ନାହିଁ।” ରାଜା କହିଲେ, “ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ କେହି ତୁମ୍ଭର ପୁତ୍ରର କ୍ଷତି କରି ପାରିବେ ନାହିଁ, ଏପରିକି ତା'ର ମୁଣ୍ଡର ଗୋଟିଏ ବାଳ ମଧ୍ୟ ତଳେ ପଡ଼ିବ ନାହିଁ। ରାଜା କହିଲେ, ପରମେଶ୍ୱରଙ୍କର ନାମ ଅକ୍ଷୁର୍ଣ୍ଣ ଥିବାଯାଏ କେହି ତା'ର ଚର୍ମକୁ ସ୍ପର୍ଶ କରି ପାରିବେ ନାହିଁ।”


ରାଜା ହେରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦେବାକୁ ଶପଥ କରି ସାରିଥିଲେ। ସେଠାରେ ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ହେରୋଦଙ୍କ ଶପଥ ବିଷୟରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦେବା ପାଇଁ ହେରୋଦ ମନା କରିବାକୁ ଇଚ୍ଛା କଲେ ନାହିଁ।


ମୁଁ ସଦାପ୍ରଭୁଙ୍କ ପାଖରେ ପ୍ରତିଜ୍ଞା କରୁଛି ଯିଏ ପାପ କରିଛି, ଏପରିକି ମୋ’ ପୁଅ ହୋଇଥିଲେ ବି ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ।” ସମସ୍ତେ ନୀରବଦ୍ରଷ୍ଟା ରହିଲେ।


ଯୋୟାବ ମୁଣ୍ଡ ନୂଆଁଇ ରାଜାଙ୍କୁ ପ୍ରଣାମ କଲା ଓ ରାଜାଙ୍କ ନାମରେ ଜୟଗାନ କଲା। ସେ କହିଲା, ହେ ରାଜା! “ମୁଁ ଜାଣେ ଯେ, ଆଜି ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଛି। “ଏହା ଆଜି ମୁଁ ଜାଣେ କାରଣ ଆପଣଙ୍କର ଦାସର କଥାନୁସାରେ କାର୍ଯ୍ୟ କଲେ।”


Swiv nou:

Piblisite


Piblisite