Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 14:19 - ପବିତ୍ର ବାଇବଲ

19 ରାଜା କହିଲେ, “ଯୋୟାବ କ’ଣ ତୁମ୍ଭକୁ ଏପରି କହିବାକୁ କହିଥିଲେ?” ସେହି ସ୍ତ୍ରୀଲୋକଟି ଉତ୍ତର ଦେଲା, “ହେ ମୋର ପ୍ରଭୁ ରାଜା, ଆପଣଙ୍କ ଜୀବିତ ଥିବା ଯାଏ, ଆପଣ ଯାହା କହନ୍ତି ସବୁ ଠିକ୍। ଆପଣଙ୍କର ଅଧିକାରୀ ଯୋୟାବ ମୋତେ ଏପରି କହିବାକୁ କହିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଏଥିରେ ରାଜା କହିଲେ, ଏସମସ୍ତ କଥାରେ କି ତୁମ୍ଭ ସଙ୍ଗେ ଯୋୟାବର ହାତ ନାହିଁ? ସେ ସ୍ତ୍ରୀ ଉତ୍ତର ଦେଇ କହିଲା, ହେ ମୋର ପ୍ରଭୋ, ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୋʼ ପ୍ରଭୁ ମହାରାଜ ଯାହା କହିଅଛନ୍ତି, ତହିଁର ଦକ୍ଷିଣରେ କି ବାମରେ ଫେରିବାକୁ କାହାରି ଆୟତ୍ତ ନାହିଁ; କାରଣ ଆପଣଙ୍କ ଦାସ ଯୋୟାବ ମୋତେ ଆଦେଶ କରି ଆପଣଙ୍କ ଦାସୀକି ଏସମସ୍ତ କଥା ଶିଖାଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

19 ଏଥିରେ ରାଜା କହିଲେ, “ଏସମସ୍ତ କଥାରେ କି ତୁମ୍ଭ ସଙ୍ଗେ ଯୋୟାବର ହାତ ନାହିଁ ?” ସେହି ସ୍ତ୍ରୀ ଉତ୍ତର ଦେଇ କହିଲା, “ହେ ମୋର ପ୍ରଭୁ, ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୋ’ ପ୍ରଭୁ ମହାରାଜ ଯାହା କହିଅଛନ୍ତି, ତହିଁର ଡାହାଣକୁ କି ବାମକୁ ଫେରିବାକୁ କାହାରି ଆୟତ୍ତ ନାହିଁ; କାରଣ ଆପଣଙ୍କ ଦାସ ଯୋୟାବ ମୋତେ ଆଦେଶ କରି ଆପଣଙ୍କ ଦାସୀଙ୍କୁ ଏହି ସମସ୍ତ କଥା ଶିଖାଇଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଏଥିରେ ରାଜା କହିଲେ, “ଏସମସ୍ତ କଥାରେ କି ତୁମ୍ଭ ସଙ୍ଗେ ଯୋୟାବର ହାତ ନାହିଁ?” ସେହି ସ୍ତ୍ରୀ ଉତ୍ତର ଦେଇ କହିଲା, “ହେ ମୋର ପ୍ରଭୋ, ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୋʼ ପ୍ରଭୁ ମହାରାଜ ଯାହା କହିଅଛନ୍ତି, ତହିଁର ଡାହାଣକୁ କି ବାମକୁ ଫେରିବାକୁ କାହାରି ଆୟତ୍ତ ନାହିଁ; କାରଣ ଆପଣଙ୍କ ଦାସ ଯୋୟାବ ମୋତେ ଆଦେଶ କରି ଆପଣଙ୍କ ଦାସୀଙ୍କୁ ଏହି ସମସ୍ତ କଥା ଶିଖାଇଅଛନ୍ତି।

Gade chapit la Kopi




2 ଶାମୁୟେଲ 14:19
22 Referans Kwoze  

ରାଜାଙ୍କ ନିକଟକୁ ଯାଇ ମୁଁ ତୁମ୍ଭକୁ ଯାହା କୁହେ ସେହି ବାକ୍ୟ ତାଙ୍କୁ କୁହ, ତା'ପରେ ଯୋୟାବ ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ ଯାହା କହିବା ପାଇଁ ହେବ କହିଲେ।”


ତା'ପରେ ହାନ୍ନା ଏଲିୟକୁ କହିଲା, “ମହାଶୟ ମୁଁ ବାସ୍ତବରେ ସେହି ସ୍ତ୍ରୀଲୋକ ଯିଏ କି ତୁମ୍ଭ ଆଗରେ ଛିଡ଼ା ହେଉଥିଲା ଓ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା।


ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭେମାନେ ଯାହା କହିବ, ତୁମ୍ଭର କୌଣସି ଶତ୍ରୁ ତା'ର ଉତ୍ତର ଦେଇ ପାରିବ ନାହିଁ।


ସଳଖପଥ ପରିତ୍ୟାଗ କର ନାହିଁ, ଯେଉଁ ପଥ ଉତ୍ତମ ଏବଂ ଠିକ୍। କିନ୍ତୁ ସର୍ବଦା ଅଧର୍ମଠାରୁ ଦୂରରେ ରୁହ।


ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ଏଠାରେ ରୁହନ୍ତୁ, କାରଣ ସଦାପ୍ରଭୁ ମୋତେ ବୈଥେ‌ଲ୍‌କୁ ଯିବାକୁ କହିଛନ୍ତି।” ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ଓ ତୁମ୍ଭେ ଜୀବତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ବୈଥେ‌ଲ୍‌କୁ ଗଲେ।


ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା'ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”


ଅ‌‌ବ୍‌‌ନର‌ ତୁମ୍ଭ ହାତ ବନ୍ଧା ନ ଥିଲା କି? ତୁମ୍ଭ ପାଦରେ ଶିଙ୍କୁଳି ନ ଥିଲା, ତଥାପି, ତୁମ୍ଭକୁ ଦୁଷ୍ଟ ଲୋକମାନେ ମାରି ଦେଲେ।” ତା'ପରେ ସମସ୍ତ ଲୋକ ଅ‌‌ବ୍‌‌ନର‌ ପାଇଁ ରୋଦନ କଲେ।


ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାୟୀ ଏବଂ ମୁଁ ଭାବୁଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କୁଷ୍ଠରୋଗରେ ଆକ୍ରାନ୍ତ ହେବେ, ଅଭାବରେ ରହିବେ ଓ ଯୁଦ୍ଧରେ ହତ ହେବେ।”


ଯେତେବେଳେ ଅ‌‌ବ୍‌‌ନର‌ ହିବ୍ରୋଣଠାରେ ପହଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ୱାର ଭିତରକୁ ନେଇଗଲେ। ଏବଂ ଯୋୟାବ ଅ‌‌ବ୍‌‌ନର‌କୁ ସେହିଠାରେ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ଭୂଷି ମାରି ଦେଲେ। ଅ‌‌ବ୍‌‌ନର‌ ଯୋୟାବର ଭାଇ ଅସାହେ‌ଲ୍‌କୁ ହତ୍ୟା କରିଥିଲେ। ତେଣୁ ଯୋୟାବ ଅ‌‌ବ୍‌‌ନର‌କୁ ହତ୍ୟା କଲେ।


ହେ ମୋର ପ୍ରଭୁ, ସଦାପ୍ରଭୁ ତ ଆପଣଙ୍କୁ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ଯାଏ ତୁମ୍ଭର ଶତ୍ରୁମାନେ ଯେଉଁମାନେ ତୁମ୍ଭର କ୍ଷତି କରିବା ପାଇଁ ଗ୍ଭହାନ୍ତି, ସେମାନେ ନାବଲ ପରି ହୁଅନ୍ତୁ।


କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁଁ ତୁମ୍ଭର ସାଙ୍ଗ।” ତୁମ୍ଭ ବାପା ନିଜକୁ କହିଲେ, ‘ଯୋନାଥନ ନିଶ୍ଚୟ ଏହା ଜାଣି ନ ଥିବ। ଯଦି ସେ ଜାଣେ ତା'ର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯିବ, ସେ ମଧ୍ୟ ଦାଉଦଙ୍କୁ କହି ପାରି ଥା’ନ୍ତେ।’ କିନ୍ତୁ ତୁମ୍ଭେ ଏବଂ ପ୍ରଭୁ ଜୀବିତ ଥିବା ବେଳେ ମୁଁ ମୃତ୍ୟୁର ନିକଟତର ହେଉଅଛି।”


ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅ‌‌ବ୍‌‌ନରକୁ କହିଲେ, “ଅ‌‌ବ୍‌‌ନର ଏ ଯୁବକ କାହାର ପୁତ୍ର?” ଅ‌‌ବ୍‌‌ନର କହିଲା, “ହେ ମହାରାଜ ଆପଣଙ୍କ ଜୀବନ ପ୍ରମାଣେ ମୁଁ କହି ପାରିବି ନାହିଁ।”


କିନ୍ତୁ ତୁମ୍ଭେ ବଳବାନ ଓ ସାହସୀ ହୁଅ। ଅନ୍ୟ କଥା ମାନିବାକୁ ତୁମ୍ଭେ ନିଶ୍ଚିତ ମୋର ଦାସ ମୋଶାଙ୍କର ଆଦେଶ ପାଳନ କରିବ। ଯଦି ତୁମ୍ଭେ ତାଙ୍କର ଉପଦେଶ ଠିକ୍ ଭାବରେ ପାଳନ କରିବ, ତେବେ ତୁମ୍ଭେ ଯେଉଁ କର୍ମ କରିବ ସେଥିରେ ଉତ୍ତୀର୍ଣ୍ଣ ହେବ।


ଆଜି ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ଯେଉଁ ଶିକ୍ଷା ଦେଉଅଛି ସେଥିରୁ କେବେ ବିମୁଖ ହୁଅ ନାହିଁ। ତୁମ୍ଭେ ଦକ୍ଷିଣ କି ବାମକୁ ଫେରିବ ନାହିଁ। ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କୁ ଅନୁସରଣ କିଅବା ଉପାସନା କରିବ ନାହିଁ।


“ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଭାବରେ ପାଳନ କରିବା ପାଇଁ ମନୋଯୋଗ କରିବେ। ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ।


ଆମ୍ଭେ ବିନୟ କରୁଅଛୁ, ଦୟାକରି ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଦେଇ ଯିବୁ ନାହିଁ, କିମ୍ବା ତୁମ୍ଭର କୂଅରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ କେବଳ ରାଜପଥ ଦେଇ ଗମନ କରିବୁ। ତୁମ୍ଭ ଦେଶର ସୀମା ଅତିକ୍ରମ କରିବା ପର୍ଯ୍ୟନ୍ତ ଦକ୍ଷିଣ କିମ୍ବା ବାମକୁ ଯିବୁ ନାହିଁ।”


ତୁମ୍ଭେ ହାରୋଣକୁ କହିବ ଏବଂ ତା'ର ମୂଖରେ ବାକ୍ୟ ଦେବ। ମୁଁ ତୁମ୍ଭର ଜିହ୍ୱା ସହିତ ଓ ତା'ର ଜିହ୍ୱା ସହିତ ଥିବି ଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହେବ।


ରାଜା ଦାଉଦ ସ୍ତ୍ରୀଲୋକଟିକୁ କହିଲେ, “ମୁଁ ତୁମ୍ଭକୁ କେତେକ ପ୍ରଶ୍ନ ପଗ୍ଭରିବି। ତୁମ୍ଭେ ତା'ର ଉତ୍ତର ଦେବ।” ସ୍ତ୍ରୀଲୋକଟି କହିଲା, “ହେ ମୋର ପ୍ରଭୁ, ଆପଣଙ୍କର ପ୍ରଶ୍ନ ପଗ୍ଭରନ୍ତୁ।”


ଯଦି ମୁଁ ଅବଶାଲୋମକୁ ହତ୍ୟା କରିଥା’ନ୍ତି, ରାଜା ଏ କଥା ଜାଣିଥା’ନ୍ତେ ଏବଂ ଆପଣ ମୋର ରକ୍ଷା କରିବାକୁ ଆସି ନ ଥା’ନ୍ତେ।”


ବିଷୟ ଗୋପନ କରିବା ପରମେଶ୍ୱରଙ୍କ ଗୌରବ। ଏହି ବିଷୟ ଅନୁସନ୍ଧାନ କରିବା ରାଜାଙ୍କର ଗୌରବ।


Swiv nou:

Piblisite


Piblisite