Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 13:23 - ପବିତ୍ର ବାଇବଲ

23 ଏହା ପରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପରେ ଇଫ୍ରୟିମ ସୀମାରେ ବା‌ଲ୍‌ହା‌ତ୍‌ସୋରରେ ଅବଶାଲୋମର ମେଷଲୋମ ଛେଦନ କଲା ଏବଂ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଅନନ୍ତର ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରୟିମ ନିକଟସ୍ଥ ବାଲହାତ୍ସୋରରେ ଅବଶାଲୋମର ମେଷଲୋମ ଛେଦନ ହେଲା; ତହୁଁ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।

Gade chapit la Kopi

ଓଡିଆ ବାଇବେଲ

23 ଏଥିଉତ୍ତାରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରୟିମ ନିକଟସ୍ଥ ବାଲହାସୋରରେ ଅବଶାଲୋମର ମେଷର ଲୋମ ଛେଦନ ହେଲା; ତହୁଁ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏଥିଉତ୍ତାରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରୟିମ ନିକଟସ୍ଥ ବାଲ-ହାସୋରରେ ଅବଶାଲୋମର ମେଷର ଲୋମ ଛେଦନ ହେଲା; ତହୁଁ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।

Gade chapit la Kopi




2 ଶାମୁୟେଲ 13:23
13 Referans Kwoze  

ଦାଉଦ ମରୁଭୂମିରେ ଶୁଣିଲେ ଯେ ନାବଲ ଆପଣା ମେଣ୍ଢାମାନଙ୍କର ଲୋମ କାଟୁଅଛି।


ଉଷିୟ ମରୁଭୂମି ମଧ୍ୟରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ୟ, ସେ ଅନେକ କୂପ ଖୋଳିଲେ। ପାର୍ବତ୍ୟମୟ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ୟାଞ୍ଚଳ ଓ ଉତ୍ତମ ଶସ୍ୟ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନେବା ନିମନ୍ତେ ସେ ଲୋକମାନଙ୍କୁ ନିଯୁକ୍ତ କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।


ମୋୟାବର ରାଜା ମେଶା ମେଷାଧିକାରୀ ଥିଲେ। ସେ ଇସ୍ରାଏଲର ରାଜାଙ୍କୁ କରରୂପେ 100,000 ମେଷବତ୍ସର ଓ 100,000 ମେଷର ଲୋମ ପ୍ରତି ବର୍ଷ ଦେଉଥିଲେ।


କାରଣ ସେ ଆଜି ଯାଇ ଉପତ୍ୟକାରେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସେନାପତିମାନଙ୍କୁ ଏବଂ ଅବିୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସେମାନେ ଏକତ୍ରିତ ହୋଇ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, ‘ରାଜା ଅଦୋନିୟ ଚିରଜୀବି ହୁଅନ୍ତୁ।’


ଆଉ ସେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ମହାରାଜାଙ୍କ ସମସ୍ତ ପୁତ୍ରମାନଙ୍କୁ, ଅବିୟାଥର ଯାଜକଙ୍କୁ ଓ ଯୋୟାବ ସେନାପତିଙ୍କୁ ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ବିଶ୍ୱସ୍ତ ପୁତ୍ର ଶଲୋମନଙ୍କୁ ଡାକି ନାହିଁ।


ଥରେ ଅଦୋନିୟ ଐନରୋଗଲେର ପାର୍ଶ୍ୱସ୍ଥ ସୋହେଲତ ପଥର ନିକଟରେ ମେଷ, ବୃଷ ଓ ପୁଷ୍ଟ ବାଛୁରି ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ।


ଯେତେବେଳେ ଅବୀଗଲ ନାବଲ ନିକଟକୁ ଆସିଲା। ସେତେବେଳେ ସେ ଦେଖିଲା ସେ ନିଜ ଘରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ ଅତିଶୟ ମଦ୍ୟପାନ କରିଥିଲା ଓ ତା'ର ମନ ଅତ୍ୟନ୍ତ ଖୁସୀ ଥିଲା। ଏହି ହେତୁ ସେ ସକାଳ ପର୍ଯ୍ୟନ୍ତ କୌଣସି କଥା ଜଣାଇଲା ନାହିଁ।


ମୁଁ ଶୁଣିଲି ତୁମ୍ଭର ମେଷପାଳକମାନେ ମେଷମାନଙ୍କର ଲୋମ କାଟୁଛନ୍ତି। କିଛି ସମୟ ପାଇଁ ତୁମ୍ଭର ମେଷପାଳକମାନେ ଆମ୍ଭ ସହିତ ଥିଲେ। ଆମ୍ଭେମାନେ ସେମାନଙ୍କର କୌଣସି କ୍ଷତି କରି ନାହୁଁ କି କର୍ମିଲରେ ଥିବା ସମୟରେ ସେମାନଙ୍କର କିଛି ହଜି ନାହିଁ।


ମାୟୋନରେ ଜଣେ ଧନି ଲୋକ ବାସ କରୁଥିଲେ। ତାଙ୍କର 3,000 ମେଣ୍ଢା ଏବଂ 1,000 ଛେଳି ଥିଲା। ସେ ଲୋକ ଜଣକ କର୍ମିଲକୁ ମେଣ୍ଢାମାନଙ୍କର ଲୋମ କାଟିବାକୁ ଯାଇଥିଲା।


ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସିଲା ଓ କହିଲା, “ଦେଖନ୍ତୁ ମୋର ମେଷଗୁଡ଼ିକର ଲୋମ ଛେଦନ ହୋଇଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସ ସଙ୍ଗରେ ଆସନ୍ତୁ।”


ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ।


ହା‌ତ୍‌ସୋର, ରାମା, ଗିତ୍ତୟିମରେ,


Swiv nou:

Piblisite


Piblisite