Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 13:18 - ପବିତ୍ର ବାଇବଲ

18 ତେଣୁ ଅମ୍ନୋନଙ୍କର ଦାସ ତାକୁ ଘରୁ ବାହାର କରି କବାଟ ବନ୍ଦ କରି ଦେଲା। ତାମର ଏକ ଦୀର୍ଘ ଛାପାବସ୍ତ୍ର ପିନ୍ଧି ଥିଲା, କାରଣ ଅନୁଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତାମର ଦେହରେ ଦୀର୍ଘ ଅଙ୍ଗରଖା ଥିଲା, କାରଣ ଅନୂଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧନ୍ତି। ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା।

Gade chapit la Kopi

ଓଡିଆ ବାଇବେଲ

18 ତାମର ଦେହରେ ଲମ୍ବା ଅଙ୍ଗରଖା ଥିଲା, କାରଣ ଅନୂଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧୁଥିଲେ। ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତାମର ଦେହରେ ଲମ୍ବା ଅଙ୍ଗରଖା ଥିଲା, କାରଣ ଅନୂଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧୁଥିଲେ। ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା।

Gade chapit la Kopi




2 ଶାମୁୟେଲ 13:18
7 Referans Kwoze  

‘ମୁଁ ନିଶ୍ଚିତ, ସେମାନେ ଯୁଦ୍ଧରେ ବିଜୟୀ ହୋଇଛନ୍ତି। ସେମାନେ ଲୁଣ୍ଠିତ ସାମଗ୍ରୀ ସବୁ ନେଇ ଯାଉଛନ୍ତି। ସେମାନେ ଲୁଣ୍ଠିତ ସାମଗ୍ରୀକୁ ସେମାନଙ୍କ ମଧ୍ୟରେ ଭାଗ କରୁଛନ୍ତି। ପ୍ରତ୍ୟେକ ସୈନ୍ୟ ଗୋଟିଏ ବା ଦୁଇଟି ଯୁବତୀ ନେଉଛନ୍ତି। ହୋଇପାରେ ସୀଷରା ରଙ୍ଗ କରାଯାଇଥିବା ବସ୍ତ୍ର ଖଣ୍ଡେ, ରଙ୍ଗ କରାଯାଇଥିବା ହସ୍ତ କର୍ମ ଚିତ୍ରିତ ବସ୍ତ୍ର କିମ୍ବା ବିଜେତା ସୀଷରାର ପରିଧାନ ପାଇଁ ଦୁଇଟି ଖଣ୍ତ ପାଇଅଛି।’


ଯୋଷେଫ ତାଙ୍କ ପିତା, ଯାକୁବଙ୍କର ବାର୍ଦ୍ଧକ୍ୟ ସମୟରେ ଜନ୍ମ ହୋଇଥିଲେ। ତେଣୁ ଯାକୁବ ଯୋଷେଫଙ୍କୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷେଫଙ୍କୁ ଏକ ବିଶେଷ ବସ୍ତ୍ର ବା ଅଙ୍ଗରଖା ଦେଇଥିଲେ। ଯାହା ନାନା ରଙ୍ଗରେ ବର୍ଣ୍ଣିତ ଥିଲା।


ଏହା ପରେ ସେମାନେ ସେହି ବସ୍ତ୍ରକୁ ତାଙ୍କର ପିତାଙ୍କ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ, “ଆମ୍ଭେ ଏହି ବସ୍ତ୍ର ପାଇଲୁ। ଏହା କ’ଣ ଯୋଷେଫଙ୍କର ବସ୍ତ୍ର?”


ଯୋଷେଫ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କୁ ଆକ୍ରମଣ କରି ତାଙ୍କର ସେହି ଲମ୍ବା ସୁନ୍ଦର ରଙ୍ଗ ବେରଙ୍ଗର ପୋଷାକକୁ ଚିରି ପକାଇଲେ।


ଏହା ପରେ ଏହୂଦ ଘରର ବାହାର ଓ ଭିତର କବାଟ ବନ୍ଦ କଲେ ଏବଂ ସେମାନଙ୍କୁ ତାଲା ପକାଇ ଦେଲେ। ତା'ପରେ ସେ ରାଜାଙ୍କର ସିଂହାସନ ଘର ଆଡ଼କୁ ଅଗ୍ରସର ହେଲେ ଏବଂ ନିମ୍ନରେ ଥିବା ନିଜ ପାଇଖାନାରେ ପ୍ରବେଶ କଲେ।


ତା'ପରେ ଅମ୍ନୋନ ତା'ର ଦାସକୁ ଡାକି କହିଲା, “ଏହାକୁ ମୋ’ ପାଖରୁ ବାହାର କରିଦିଅ, ଏବଂ କବାଟ ବନ୍ଦ କରିଦିଅ।”


Swiv nou:

Piblisite


Piblisite