Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 13:12 - ପବିତ୍ର ବାଇବଲ

12 ସେଥିରେ ସେ ଉତ୍ତର ଦେଲା, “ନା, ନା, ଭାଇ ମୋତେ ଏହା କରିବାକୁ ବାଧ୍ୟ ନ କର, କାରଣ ଇସ୍ରାଏଲ ମଧ୍ୟରେ ଏପରି କର୍ମ ନିଷେଧ। ଏହିପରି ଭୟଙ୍କର କାର୍ଯ୍ୟ କର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହିଁରେ ସେ ଉତ୍ତର କଲା, ନା ନା, ମୋର ଭାଇ, ମୋତେ ଭ୍ରଷ୍ଟ ନ କର; କାରଣ ଇସ୍ରାଏଲ ମଧ୍ୟରେ ଏପରି କର୍ମ ଅକର୍ତ୍ତବ୍ୟ, ତୁମ୍ଭେ ଏହି ମୂଢ଼କର୍ମ ନ କର।

Gade chapit la Kopi

ଓଡିଆ ବାଇବେଲ

12 ତହିଁରେ ସେ ଉତ୍ତର କଲା, “ନା ନା, ମୋର ଭାଇ, ମୋତେ ଭ୍ରଷ୍ଟ ନ କର; “କାରଣ ଇସ୍ରାଏଲ ମଧ୍ୟରେ ଏହିପରି କର୍ମ ନ କରାଯିବା ଉଚିତ୍।” ତୁମ୍ଭେ ଏହି ମୂଢ଼କର୍ମ ନ କର !

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହିଁରେ ସେ ଉତ୍ତର କଲା, “ନା ନା, ମୋର ଭାଇ, ମୋତେ ଭ୍ରଷ୍ଟ ନ କର; କାରଣ ଇସ୍ରାଏଲ ମଧ୍ୟରେ ଏହିପରି କର୍ମ ନ କରାଯିବା ଉଚିତ। ତୁମ୍ଭେ ଏହି ମୂଢ଼ କର୍ମ ନ କର!

Gade chapit la Kopi




2 ଶାମୁୟେଲ 13:12
12 Referans Kwoze  

ତେଣୁ ମୁଁ ମୋର ଉପପତ୍ନୀଙ୍କୁ ଗୃହକୁ ନେଇ ଆସିଲି ଏବଂ ତାକୁ କାଟି ଖଣ୍ତ ଖଣ୍ତ କରିଦେଲି। ତା'ପରେ ମୁଁ ତା'ର ଶରୀରର ଖଣ୍ତଗୁଡ଼ିକ ସାରା ଇସ୍ରାଏଲ ମଧ୍ୟକୁ ପଠାଇଦେଲି, କାରଣ ବିନ୍ୟାମୀନର ଏହିସବୁ ଲୋକମାନେ ଇସ୍ରାଏଲରେ ଏହିପରି ଜଘନ୍ୟ ଅପମାନଜନକ କାର୍ଯ୍ୟ କରିଥିଲେ।


ତେଣୁ ସେହି ବୃଦ୍ଧ ଗୃହ ଭିତରୁ ବାହାରି ଆସିଲେ ଏବଂ କହିଲେ, “ମୋର ବନ୍ଧୁଗଣ, ଦୟାକରି ଏମିତି ଅନିଷ୍ଟ କର ନାହିଁ। ଏପରି ଜଘନ୍ୟ ପାପ କର ନାହିଁ। ଏହି ଲୋକ ମୋ’ ଗୃହରେ ଅତିଥିରୂପେ ଅଛି।


“ଯଦି କେହି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ୟା କି ମାତୃକନ୍ୟାକୁ ବିବାହ କରେ ଓ ଉଭୟଙ୍କ ମଧ୍ୟରେ ଯୌନ ସମ୍ପର୍କ ହୁଏ, ତେବେ ତାହା ଲଜ୍ଜାଜନକ। ସେମାନେ ସର୍ବସାଧାରଣରେ ଦଣ୍ଡିତ ହେବା ଉଚିତ୍ ଓ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ। ଯେଉଁ ଲୋକ ତା'ର ନିଜର ଭଉଣୀ ସହିତ ଶାରୀରିକ ସମ୍ପର୍କ ଥିଲା ଏବଂ ସେ ନିଜେ ତା'ର ପରିଣାମ ଭୋଗ କରିବ।


ଯେତେବେଳେ ସେମାନେ କ୍ଷେତରୁ ଫେରିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସେମାନେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇସ୍ରାଏଲରେ ଏପରି ଅପମାନଜନକ କାର୍ଯ୍ୟ କଲା। ସେ ଯାକୁବର କନ୍ୟାକୁ ଧର୍ଷଣ କରିବା ଉଚିତ୍ ନ ଥିଲା।


“ତୁମ୍ଭେ ତୁମ୍ଭ ବିମାତା କନ୍ୟା ସହିତ ଯୌନ ସମ୍ପର୍କ ରଖିବ ନାହିଁ, କାରଣ ସେ ତମ୍ଭର ପିତାଙ୍କଠାରୁ ଜନ୍ମି ଅଛି ଓ ସେ ତୁମ୍ଭର ଭଗିନୀ, ତା’ ସହିତ ଯୌନ ସମ୍ପର୍କ ରଖିବ ନାହିଁ।


“ତୁମ୍ଭେ ନିଜର ଭଗିନୀ, ଅର୍ଥାତ୍ ତୁମ୍ଭ ପିତୃକନ୍ୟା ବା ମାତୃକନ୍ୟା, ସେ ଗୃହରେ ଜନ୍ମ ହୋଇଥାଉ କିମ୍ବା ଅନ୍ୟତ୍ର ଜନ୍ମ ହୋଇଥାଉ, ତା’ ସହିତ ମଧ୍ୟ ଦୈହିକ ସମ୍ପର୍କ ରଖିବ ନାହିଁ।


ମୁଁ ଅଜ୍ଞାନ ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିହୀନ ଯୁବକ ଦେଖିଲି।


ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଗ୍ଭଶ୍ ଶେକଲ ରୂପା ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ। ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ।


ସେହି ଦେଶର ରାଜା ଥିଲେ ହମୋର। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନେଇଗଲା ଏବଂ ତାକୁ ଧର୍ଷଣ କଲା।


ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃ ଗୃହର ଦ୍ୱାର ନିକଟକୁ ଆଣିବେ। ଆଉ ନଗରସ୍ଥ ଲୋକମାନେ ତାକୁ ପଥର ପିଙ୍ଗି ହତ୍ୟା କରିବେ। କାରଣ ପିତୃଗୃହରେ ଯୌନକ୍ରିୟା ଜନିତ ପାପ ବ୍ୟଭିଗ୍ଭର କରିବାରୁ ସେ ଇସ୍ରାଏଲ ମଧ୍ୟରେ ଦୁଷ୍କର୍ମ କଲା। ଏହି ଉପାୟରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍କର୍ମ ଦୂର କରିବା ଉଚିତ୍।


ସେମାନେ ଇସ୍ରାଏଲରେ ଅତି ମନ୍ଦ ଆଚରଣ କରିଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀ ସ୍ତ୍ରୀ ସହିତ ବ୍ୟଭିଗ୍ଭର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସେମାନେ ଆମ୍ଭ ନାମରେ ମିଥ୍ୟା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।”


Swiv nou:

Piblisite


Piblisite