Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 12:5 - ପବିତ୍ର ବାଇବଲ

5 ଏ କଥା ଶୁଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପୁଣି ଦାଉଦ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏଥିରେ ସେହି ଧନୀର ପ୍ରତିକୂଳରେ ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ଵଳିତ ହେଲା; ପୁଣି ସେ ନାଥନଙ୍କୁ କହିଲେ, ଯେଉଁ ବ୍ୟକ୍ତି ଏହା କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁଯୋଗ୍ୟ;

Gade chapit la Kopi

ଓଡିଆ ବାଇବେଲ

5 ଏଥିରେ ସେହି ଧନୀ ଲୋକ ପ୍ରତି ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି ସେ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତି ଏହା କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁୁର ଯୋଗ୍ୟ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଥିରେ ସେହି ଧନୀ ଲୋକ ପ୍ରତି ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି ସେ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତି ଏହା କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁର ଯୋଗ୍ୟ;

Gade chapit la Kopi




2 ଶାମୁୟେଲ 12:5
10 Referans Kwoze  

ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭେମାନେ ଅନ୍ୟ ଲୋକଙ୍କର ନ୍ୟାୟବିଗ୍ଭର କରି ପାରିବ ତା'ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭେମାନେ ନିଜେ ମଧ୍ୟ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ୟାୟ ବିଗ୍ଭର କରୁଛ, ହେଲେ ତୁମ୍ଭେ ମଧ୍ୟ ସେମାନଙ୍କ ପରି ମନ୍ଦ କାମ କରୁଛ। ଅତଏବ ଯେତେବେଳେ ତୁମ୍ଭେ ସେମାନଙ୍କର ନ୍ୟାୟବିଗ୍ଭର କରୁଛ, ସେତେବେଳେ ପ୍ରକୃତରେ ନିଜକୁ ଅପରାଧୀ ବୋଲି ନ୍ୟାୟବିଗ୍ଭର କରୁଛ।


ତୁମ୍ଭେ ଏହି ଯେଉଁ କଥା କଲ, ତାହା ଭଲ ନୁହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ରାଜା ତୁମ୍ଭମାନଙ୍କ ରାଜାଙ୍କୁ ଜଗି ରହିଲ ନାହିଁ। ରାଜାଙ୍କର ବର୍ଚ୍ଛା ଓ ତାଙ୍କ ମୁଣ୍ଡ ନିକଟରେ ଥିବା ଜଳପାତ୍ର ବର୍ତ୍ତମାନ ଦେଖୁଛ।”


ପ୍ରାୟ ତିନି ମାସ ଯିବା ପରେ, କେହି ଜଣେ ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୁ ତାମର ବେଶ୍ୟା ପରି ଗର୍ଭଧାରଣ କରିଛି।” ଏହା ପରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦ‌ଗ୍‌ଧ କର।”


କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲି ପଡ଼ି ସେମାନଙ୍କୁ ଭର୍ତ୍ସନା କଲେ।


ଯିଶୀର ପୁତ୍ର ଏ ପୃଥିବୀରେ ଯେତେ ଦିନ ବଞ୍ଚିଥାଏ ସେତେ ଦିନ ପର୍ଯ୍ୟନ୍ତ ତୋର ରାଜ୍ୟ ଠିକ୍ ହେବ ନାହିଁ। ତେଣୁ ଲୋକ ପଠାଇ ତାକୁ ମୋ’ ପାଖକୁ ଆଣ କାରଣ ସେ ନିଶ୍ଚୟ ମରିବ।”


ମୁଁ ସଦାପ୍ରଭୁଙ୍କ ପାଖରେ ପ୍ରତିଜ୍ଞା କରୁଛି ଯିଏ ପାପ କରିଛି, ଏପରିକି ମୋ’ ପୁଅ ହୋଇଥିଲେ ବି ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ।” ସମସ୍ତେ ନୀରବଦ୍ରଷ୍ଟା ରହିଲେ।


“ତା'ପରେ ଜଣେ ଯାତ୍ରୀ ଆସିଲେ ଓ ସେହି ଧନୀ ଲୋକଙ୍କୁ ଦେଖିଲେ। ତହିଁରେ ସେହି ଧନୀ ଲୋକଟି, ତା’ ନିକଟକୁ ଆସିଥିବା ଅତିଥି ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେଇ ମେଣ୍ଢା ଖାଇବାକୁ ଦେବାକୁ ଇଚ୍ଛା କଲା ନାହିଁ। ମାତ୍ର ସେହି ଦରିଦ୍ର ଲୋକଟିର ମେଣ୍ଢା ଛୁଆଟିକୁ ନେଇ ଅତିଥିଙ୍କ ପାଇଁ ରାନ୍ଧିଲା।”


ତା'ପରେ ରାଜା ଦାଉଦ ସେ ସ୍ତ୍ରୀକୁ କହିଲେ, “ଗୃହକୁ ଫେରିଯାଅ। ମୁଁ ଏ ବିଷୟରେ ତୁମର ଯତ୍ନ ନେବି।”


Swiv nou:

Piblisite


Piblisite