Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 12:30 - ପବିତ୍ର ବାଇବଲ

30 ସେ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ତାହା ଏକ ମହଣ ପରିମିତ ସୁନା ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଖଚିତ ହୋଇଥିଲା। ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ମଧ୍ୟ ସେହି ନଗରରୁ ଲୁଟ୍ କରି ବହୁମୂଲ୍ୟ ସାମଗ୍ରୀ ନେଇଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ପୁଣି ସେ ସେମାନଙ୍କର ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ; ତାହା ଏକ ମହଣ ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା; ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟଦ୍ରବ୍ୟ ବାହାର କରି ଆଣିଲେ।

Gade chapit la Kopi

ଓଡିଆ ବାଇବେଲ

30 ପୁଣି ଦାଉଦ ସେମାନଙ୍କର ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ; ତାହା ଏକ ତାଳନ୍ତ ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା; ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟିତ ଦ୍ରବ୍ୟ ବାହାର କରି ଆଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ପୁଣି ଦାଉଦ ସେମାନଙ୍କର ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ; ତାହା ଏକ ତାଳନ୍ତ ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା; ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟିତ ଦ୍ରବ୍ୟ ବାହାର କରି ଆଣିଲେ।

Gade chapit la Kopi




2 ଶାମୁୟେଲ 12:30
4 Referans Kwoze  

ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ସେହି ସୁବର୍ଣ୍ଣ ମୁକୁଟର ଓଜନ ଥିଲା ଏକ ତାଳନ୍ତ। ସେହି ମୁକୁଟରେ ଅତି ମୂଲ୍ୟବାନ ପଥରସବୁ ଲାଗିଥିଲା। ଦାଉଦଙ୍କ ମସ୍ତକରେ ସେହି ମୁକୁଟ ପିନ୍ଧାଗଲା। ଏହା ପରେ ଦାଉଦ ରବ୍ବା ନଗରୀରୁ ମିଳିଥିବା ଅନେକ ମୂଲ୍ୟବାନ ବସ୍ତୁ ପ୍ରାପ୍ତ ହେଲେ।


ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ।


ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ। ତୁମ୍ଭେ ତା'ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦେଇଛ।


ସେହି ରୌପ୍ୟ ଓ ସୁବର୍ଣ୍ଣରେ ମୁକୁଟ ନିର୍ମାଣ କର ଓ ସେହି ମୁକୁଟକୁ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମସ୍ତକରେ ରଖ। ଯିହୋଶୂୟ ଜଣେ ମହାଯାଜକ ଓ ସେ ଯିହୋଷାଦକଙ୍କ ପୁତ୍ର ଥିଲେ। ତା'ପରେ ଏହିସବୁ ତାଙ୍କୁ କୁହ:


Swiv nou:

Piblisite


Piblisite