Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 12:20 - ପବିତ୍ର ବାଇବଲ

20 ତା'ପରେ ଦାଉଦ ଉଠିଲେ, ଗାଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକୁ ଉପାସନା ପାଇଁ ଗଲେ। ତା'ପରେ ଘରକୁ ଯାଇ ଖାଇବାକୁ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଏଥିରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ; ତହିଁ ଉତ୍ତାରୁ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ।

Gade chapit la Kopi

ଓଡିଆ ବାଇବେଲ

20 ଏଥିରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ; ତହିଁ ଉତ୍ତାରୁ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଏଥିରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ; ତହିଁ ଉତ୍ତାରେ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ।

Gade chapit la Kopi




2 ଶାମୁୟେଲ 12:20
20 Referans Kwoze  

ଆୟୁବ ଯେତେବେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦେଲା ଏବଂ ଦୁଃଖ ଓ ଗ୍ଳାନିରେ ଲଣ୍ଡା ହୋଇପଡ଼ିଲା। ତା'ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ୱରଙ୍କୁ ଉପାସନା କରିବାକୁ ଲାଗିଲା।


ତୁମ୍ଭେ ସ୍ନାନ କରି ସୁନ୍ଦର ପୋଷାକ ପିନ୍ଧି ସେହି ଖଳାକୁ ଯାଅ। ମାତ୍ର ସେହି ମନୁଷ୍ୟ ଭୋଜନ ପାନ ନସାରିବା ପର୍ଯ୍ୟନ୍ତ ତାକୁ ଆପଣାର ପରିଚୟ ଦିଅ ନାହିଁ।


ତେଣୁ ତୁମ୍ଭେ ଉପବାସ କଲାବେଳେ ମୁଣ୍ଡରେ ତେଲ ଲଗାଇ ବାଳ ସଜାଡ଼ ଓ ମୁହଁ ଧୁଅ।


ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ।


ଆୟୁବ ତା'ର ପତ୍ନୀକୁ ଉତ୍ତର ଦେଲା, “ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ୱର ଆମ୍ଭକୁ ସବୁକିଛି ଭଲ ଜିନିଷ ଦେଇଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସେହିଭଳି ଆମ୍ଭେ ମଧ୍ୟ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍।” ଯଦିଓ ଏହାସବୁ ଘଟିଲା ଆୟୁବ ତା’ ଓଷ୍ଠରେ ପାପ କଲା ନାହିଁ।


ତା'ପରେ ରାଜା ଦାଉଦ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ବସିଲେ ଏବଂ କହିଲେ, ସଦାପ୍ରଭୁ ମୋର ପ୍ରଭୁ, “କାହିଁକି ମୁଁ ତୁମ୍ଭ ପକ୍ଷରେ ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋର ପରିବାର ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋତେ ଏତେ ଗୁରୁତ୍ୱପୂର୍ଣ୍ଣ କରିଛ?


ମୁଁ ମୋର ପାଟି ଖୋଲି ନାହିଁ। ମୁଁ କିଛି କହି ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ଯାହା କରିବା କଥା ତାହା କରିଛ।


ଦାଉଦ ପବିତ୍ର ସିନ୍ଦୁକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ନେଇ ସେହି ତମ୍ବୁ ମଧ୍ୟରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।


ତୁମ୍ଭେ ମୋ’ ମୁଣ୍ଡରେ ତେଲ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମୋ’ ପାଦରେ ଅତର ଲଗାଇଲା।


କିନ୍ତୁ ଦାଉଦ ଦେଖିଲେ ଲୋକମାନେ ଫୁସରୁଫାସର ହେଉଛନ୍ତି। ତେଣୁ ଦାଉଦ ବୁଝିପାରିଲେ ଯେ ପିଲାଟି ମରି ଯାଇଛି। ତେଣୁ ଦାଉଦ ତାଙ୍କର ଦାସମାନଙ୍କୁ ପଗ୍ଭରିଲେ, “କ’ଣ ପିଲାଟି ମରିଗଲା?” ତାଙ୍କର ଦାସମାନେ ଉତ୍ତର ଦେଲେ, “ହଁ ସେ ପିଲାଟି ମରିଗଲା।”


ଦାଉଦଙ୍କୁ ତାଙ୍କର ଦାସମାନେ ପଗ୍ଭରିଲେ, “ଆପଣ ଏପରି ବ୍ୟବହାର କାହିଁକି କଲେ? ଯେତେବେଳେ ପିଲାଟି ବଞ୍ଚିଥିଲା ଆପଣ ଖାଇବାକୁ ମନା କଲେ ଓ କାନ୍ଦିଲେ କିନ୍ତୁ ପିଲାଟି ମରିଯିବା ପରେ ଉଠିଲେ ଓ ଖାଦ୍ୟ ଖାଇଲେ।”


ଏଣୁ ଯୋୟାବ ତକୋୟକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀଲୋକ ଆଣିବାକୁ କହିଲା। ଯୋୟାବ ସେହି ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ କହିଲେ, “ଦୟାକରି ବହୁତ ଦୁଃଖିତ ଥିବାର ଛଳନା କର। ଶୋକ ବସ୍ତ୍ର ପରିଧାନ କର। ତୁମ୍ଭର କେଶରେ ଓ ମୁଖରେ ତେଲିଆ ପ୍ରସାଧାନ ଲଗାଅ ନାହିଁ। ମାତ୍ର ମୃତ ଲୋକ ପାଇଁ ବହୁକାଳରୁ ଶୋକକାରିଣୀ ସ୍ତ୍ରୀ ପରି ବ୍ୟବହାର କର।


ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କୁ ଭେଟିବା ପାଇଁ ଆସିଲା। ରାଜା ଯିରୁଶାଲମ ଛାଡ଼ିବା ଦିନଠାରୁ ମଫୀବୋଶତ୍ ତା'ର ଦାଢ଼ି କାଟି ନ ଥିଲା। ନିଜର ପାଦ ଧୋଇ ନ ଥିଲା, ତା'ର ବସ୍ତ୍ର ମଧ୍ୟ ସଫା କରି ନ ଥିଲା।


ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବା! ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।


ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର! ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।


ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।


ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ମନ୍ଦଠାରୁ ଦୂରେଇ ରୁହ।


ବର୍ତ୍ତମାନ ମୁଁ ମୋ’ ପାପ କ୍ଷମା କରିବାକୁ ଅନୁରୋଧ କରୁଛି, ଓ ମୁଁ ଯେମନ୍ତ ସଦାପ୍ରଭୁଙ୍କୁ ଉପାସନା କରିପାରେ ଏଥିପାଇଁ ମୋ’ ସାଙ୍ଗରେ ଫେରି ଆସ।”


ଶାମୁୟେଲ ଶାଉଲଙ୍କ ସହିତ ଫେରିଯା’ନ୍ତେ ଶାଉଲ ସଦାପ୍ରଭୁଙ୍କୁ ଉପାସନା କଲେ।


Swiv nou:

Piblisite


Piblisite