Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 12:16 - ପବିତ୍ର ବାଇବଲ

16 ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ରାତ୍ରିଯାକ ଭୂମି ଉପରେ ପଡ଼ି ରହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ଵରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ରାତ୍ରିଯାକ ଭୂମିରେ ପଡ଼ି ରହିଲେ।

Gade chapit la Kopi

ଓଡିଆ ବାଇବେଲ

16 ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ସାରା ରାତି ଭୂମିରେ ପଡ଼ି ରହିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ସାରା ରାତି ଭୂମିରେ ପଡ଼ି ରହିଲେ।

Gade chapit la Kopi




2 ଶାମୁୟେଲ 12:16
17 Referans Kwoze  

ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ନିଜ ନିଜର ବସ୍ତ୍ର ଚିରି ତାହାଙ୍କ ନିକଟରେ ଠିଆ ହେଲେ।


ସେ ତିନି ଦିନ ପର୍ଯ୍ୟନ୍ତ କିଛି ଦେଖି ପାରିଲେ ନାହିଁ ଓ କିଛି ଖିଆପିଆ ମଧ୍ୟ କଲେ ନାହିଁ।


ତାହାହେଲେ ପରମେଶ୍ୱର ହୁଏତ ତାଙ୍କର ମନ ପରିବର୍ତ୍ତନ କରିବେ ଓ ଯୋଜନା କରିଥିବା କାର୍ଯ୍ୟ କରିବେ ନାହିଁ। ସେ ହୁଏତ ବଦଳି ଯିବେ ଓ କ୍ରୋଧ ହେବେ ନାହିଁ। ତା'ପରେ ସେ ହୁଏତ ଦଣ୍ତ ଦେବେ ନାହିଁ।


ତେଣୁ ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକ ମୁଣ୍ଡନ ଓ କଟିଦେଶରେ ଚଟବସ୍ତ୍ର ପରିଧାନ କରିବାକୁ ଡାକି କହିଲେ।


ମୁଁ କାନ୍ଦେ ଏବଂ ଉପବାସ କରେ, ଏଥିପାଇଁ ଲୋକମାନେ ମୋର ଉପହାସ କରନ୍ତି।


ପରମେଶ୍ୱର କହନ୍ତି, “ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।”


ଆହାବ ଏହିକଥା ଶୁଣି ଅତ୍ୟନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ୱରୂପ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।


ଦାଉଦ କହିଲେ, “ପିଲାଟି ବଞ୍ଚିଥିବା ସମୟରେ ମୁଁ ଖାଇବାକୁ ମନାକଲି କାରଣ ମୁଁ କ୍ରନ୍ଦନ କଲି, ‘ଯଦି ପରମେଶ୍ୱରଙ୍କୁ ମୋର ଦୁଃଖ ଜଣାଏ କାଳେ ସେ ମୋ’ ଉପରେ ଦୟା କରିବେ ଏବଂ ପିଲାଟିକୁ ବଞ୍ଚିବାକୁ ଦେବେ।’


ହେ ସଦାପ୍ରଭୁ, ସଙ୍କଟ ସମୟରେ ସେମାନେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତେବେଳେ ତୁମ୍ଭେ ସେମାନଙ୍କୁ ଶାସ୍ତି ଦେଲ, ସେମାନେ ତୁମ୍ଭଙ୍କୁ ପ୍ରାର୍ଥନାରେ ଡାକିଲେ।


ତା'ପରେ ନାଥନ ଗୃହକୁ ଫେରିଗଲେ। ସଦାପ୍ରଭୁ ଊରିୟର ସ୍ତ୍ରୀଠାରୁ ଜନ୍ମ ଦାଉଦର ସନ୍ତାନକୁ ଅତ୍ୟନ୍ତ ପୀଡ଼ିତ କରି ଦେଲେ।


ଯେତେବେଳେ ମୁଁ ସେମାନଙ୍କଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହେଲି। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି।


ତା'ପରେ ରାଜା ଆପଣା ପ୍ରାସାଦକୁ ଯାଇ ଉପବାସରେ ରାତ୍ରି ଯାପନ କଲେ। ଆଉ ବାଦ୍ୟଯନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ।


ଯେତେବେଳେ ଯିହୋଶୂୟ ଏହା ଶୁଣିଲେ। ସେ ତାଙ୍କର ଦୁଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକୁ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନିକଟରେ ମଥାମାଡ଼ି ଭୂମିରେ ପଡ଼ି ରହିଲେ। ଯିହୋଶୂୟ ଇସ୍ରାଏଲର ନେତୃବର୍ଗଙ୍କ ସହିତ ସେଠାରେ ରହିଲେ, ଯେଉଁମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଃଖ ଜଣାଇ ସେମାନଙ୍କର ମସ୍ତକରେ ଧୂଳି ଫିଙ୍ଗିଲେ।


ଏଣୁ ମୁଁ ଉପବାସ, ଚଟବସ୍ତ୍ର ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ତାଙ୍କ ପ୍ରତି ଦୃଷ୍ଟି ଦେଲି।


Swiv nou:

Piblisite


Piblisite