Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 11:11 - ପବିତ୍ର ବାଇବଲ

11 ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା'ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତେବେ ଊରୀୟ ଦାଉଦଙ୍କୁ କହିଲା, ସିନ୍ଦୁକ ଓ ଇସ୍ରାଏଲ ଓ ଯିହୁଦା ପତ୍ରକୁଟୀରରେ ଅଛନ୍ତି ଓ ମୋʼ ପ୍ରଭୁ ଯୋୟାବ ଓ ମୋହର ପ୍ରଭୁଙ୍କ ଦାସମାନେ ପଦାରେ ଛାଉଣି କରିଅଛନ୍ତି, ତେବେ ମୁଁ କʼଣ ଭୋଜନ କରିବାକୁ ଓ ପାନ କରିବାକୁ ଓ ଭାର୍ଯ୍ୟା ସଙ୍ଗେ ଶୟନ କରିବାକୁ ଆପଣା ଗୃହକୁ ଯିବି? ଆପଣ ଜୀବିତ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଏକଥା କରିବି ନାହିଁ।

Gade chapit la Kopi

ଓଡିଆ ବାଇବେଲ

11 ତେବେ ଊରୀୟ ଦାଉଦଙ୍କୁ କହିଲା, “ସିନ୍ଦୁକ ଓ ଇସ୍ରାଏଲ ଓ ଯିହୁଦା ପତ୍ରକୁଟୀରରେ ଅଛନ୍ତି ଓ ମୋ’ ପ୍ରଭୁ ଯୋୟାବ ଓ ମୋହର ପ୍ରଭୁଙ୍କ ଦାସମାନେ ପଦାରେ ଛାଉଣି କରିଅଛନ୍ତି, ତେବେ ମୁଁ କ’ଣ ଭୋଜନ କରିବାକୁ ଓ ପାନ କରିବାକୁ ଓ ଭାର୍ଯ୍ୟା ସଙ୍ଗେ ଶୟନ କରିବାକୁ ଆପଣା ଗୃହକୁ ଯିବି ? ଆପଣ ଜୀବିତ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଏକଥା କରିବି ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତେବେ ଊରୀୟ ଦାଉଦଙ୍କୁ କହିଲା, “ସିନ୍ଦୁକ ଓ ଇସ୍ରାଏଲ ଓ ଯିହୁଦା ପତ୍ରକୁଟୀରରେ ଅଛନ୍ତି ଓ ମୋʼ ପ୍ରଭୁ ଯୋୟାବ ଓ ମୋହର ପ୍ରଭୁଙ୍କ ଦାସମାନେ ପଦାରେ ଛାଉଣି କରିଅଛନ୍ତି, ତେବେ ମୁଁ କʼଣ ଭୋଜନ କରିବାକୁ ଓ ପାନ କରିବାକୁ ଓ ଭାର୍ଯ୍ୟା ସଙ୍ଗେ ଶୟନ କରିବାକୁ ଆପଣା ଗୃହକୁ ଯିବି? ଆପଣ ଜୀବିତ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଏ କଥା କରିବି ନାହିଁ।”

Gade chapit la Kopi




2 ଶାମୁୟେଲ 11:11
19 Referans Kwoze  

ରାଜା ଦାଉଦ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ କହିଲେ, “ଦେଖ ମୁଁ ଏବେ ଏରସ ନିର୍ମିତ କାଠ ଘରେ ବାସ କରୁଅଛି କିନ୍ତୁ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ସେହି ତମ୍ବୁ ତଳେ ରହି ଅଛି। ଆମ୍ଭେମାନେ ପବିତ୍ର ସିନ୍ଦୁକ ପାଇଁ ଏକ ସୁନ୍ଦର ପ୍ରାସାଦ ତିଆରି କରିବା କଥା।”


ତହିଁରେ ଦାଉଦ ଅବୀଶୟକୁ କହିଲେ, “ଏବେ ଅବଶାଲୋମ ଅପେକ୍ଷା ବିଖ୍ରିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମୋର ଅଧିକାରୀମାନଙ୍କୁ ନେଇ ତାଙ୍କ ପଛେ ପଛେ ଯାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ।”


ମୁଁ ଇସ୍ରାଏଲୀୟ ସନ୍ତାନଗଣକୁ ମିଶରରୁ ବାହାର କରି ଆଣିବାଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହିଁ। ମାତ୍ର ମୁଁ ଏକ ତମ୍ବୁ ମଧ୍ୟରେ ଯାତାୟାତ କଲି।


ତା'ପରେ ହାନ୍ନା ଏଲିୟକୁ କହିଲା, “ମହାଶୟ ମୁଁ ବାସ୍ତବରେ ସେହି ସ୍ତ୍ରୀଲୋକ ଯିଏ କି ତୁମ୍ଭ ଆଗରେ ଛିଡ଼ା ହେଉଥିଲା ଓ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା।


ଯଦି ଆମ୍ଭେ ଯାତନା ସହିବା, ତା'ହେଲେ ଆମ୍ଭେ ତାଙ୍କ ସହିତ ଶାସନ କରିବା। ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା, ତା'ହେଲେ ସେ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିବେ।


ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସେବକ ରୂପେ ଧୋଇଲି। ତେଣୁ ତୁମେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ୍।


ରାଜା କହିଲେ, “ଯୋୟାବ କ’ଣ ତୁମ୍ଭକୁ ଏପରି କହିବାକୁ କହିଥିଲେ?” ସେହି ସ୍ତ୍ରୀଲୋକଟି ଉତ୍ତର ଦେଲା, “ହେ ମୋର ପ୍ରଭୁ ରାଜା, ଆପଣଙ୍କ ଜୀବିତ ଥିବା ଯାଏ, ଆପଣ ଯାହା କହନ୍ତି ସବୁ ଠିକ୍। ଆପଣଙ୍କର ଅଧିକାରୀ ଯୋୟାବ ମୋତେ ଏପରି କହିବାକୁ କହିଥିଲେ।


ହେ ମୋର ପ୍ରଭୁ, ସଦାପ୍ରଭୁ ତ ଆପଣଙ୍କୁ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ଯାଏ ତୁମ୍ଭର ଶତ୍ରୁମାନେ ଯେଉଁମାନେ ତୁମ୍ଭର କ୍ଷତି କରିବା ପାଇଁ ଗ୍ଭହାନ୍ତି, ସେମାନେ ନାବଲ ପରି ହୁଅନ୍ତୁ।


କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁଁ ତୁମ୍ଭର ସାଙ୍ଗ।” ତୁମ୍ଭ ବାପା ନିଜକୁ କହିଲେ, ‘ଯୋନାଥନ ନିଶ୍ଚୟ ଏହା ଜାଣି ନ ଥିବ। ଯଦି ସେ ଜାଣେ ତା'ର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯିବ, ସେ ମଧ୍ୟ ଦାଉଦଙ୍କୁ କହି ପାରି ଥା’ନ୍ତେ।’ କିନ୍ତୁ ତୁମ୍ଭେ ଏବଂ ପ୍ରଭୁ ଜୀବିତ ଥିବା ବେଳେ ମୁଁ ମୃତ୍ୟୁର ନିକଟତର ହେଉଅଛି।”


ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅ‌‌ବ୍‌‌ନରକୁ କହିଲେ, “ଅ‌‌ବ୍‌‌ନର ଏ ଯୁବକ କାହାର ପୁତ୍ର?” ଅ‌‌ବ୍‌‌ନର କହିଲା, “ହେ ମହାରାଜ ଆପଣଙ୍କ ଜୀବନ ପ୍ରମାଣେ ମୁଁ କହି ପାରିବି ନାହିଁ।”


ତହୁଁ ଶାଉଲ ଅହୀୟକୁ କହିଲେ, “ଏଫୋଦକୁ ଏଠାକୁ ଆଣ।” କାରଣ ସେହି ସମୟରେ ଅହୀୟ ଏଫୋଦ ପିନ୍ଧି ଥିଲେ।


ତା'ପରେ ସେମାନେ ଲୋକମାନଙ୍କୁ ଶୀଲୋକୁ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ। ସିନ୍ଦୁକର ଉପରେ କିରୂବ ଦୂତଗଣ ଥିଲେ। ସେମାନେ ପରମେଶ୍ୱରଙ୍କ ସିଂହାସନ ପରି ଏଲିଙ୍କର ଦୁଇପୁତ୍ର ହ‌ଫ୍‌ନି ଓ ପୀନହସ୍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଆସିଲେ।


ଦାସମାନେ ଦାଉଦଙ୍କୁ କହିଲେ, “ଊରିୟ ଘରକୁ ଯାଇ ନାହାନ୍ତି।” ତା'ପରେ ଦାଉଦ ଊରିୟକୁ କହିଲେ, “ତୁମ୍ଭେ ଦୂର ଯାତ୍ରାରୁ ଆସିଲ। ତୁମ୍ଭେ ଗୃହକୁ ଗଲ ନାହିଁ କାହିଁକି?”


ମୋଶା, ଗାଦ୍ ଓ ରୁବେ‌ନ୍‌ର ପରିବାରବର୍ଗକୁ କହିଲେ, “ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯାଉଛନ୍ତି, ତୁମ୍ଭେମାନେ କ’ଣ ଏଠାରେ ରହିବା ଉଚିତ୍?


Swiv nou:

Piblisite


Piblisite