Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 10:5 - ପବିତ୍ର ବାଇବଲ

5 ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସେମାନଙ୍କୁ ଭେଟିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସେମାନେ ଅତି ଲଜ୍ଜିତ ହୋଇଥିଲେ। ରାଜା ସେମାନଙ୍କୁ କହିଲେ, “ତୁମ୍ଭର ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୀହୋରେ ଥାଅ। ଏହା ପରେ ଯିରୁଶାଲମକୁ ଫେରି ଆସିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତହୁଁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରି ଆସିବ।

Gade chapit la Kopi

ଓଡିଆ ବାଇବେଲ

5 ତହୁଁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ନଗରରେ ଥାଅ, ତହିଁ ଉତ୍ତାରେ ଫେରି ଆସିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତହୁଁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ନଗରରେ ଥାଅ, ତହିଁ ଉତ୍ତାରେ ଫେରି ଆସିବ।”

Gade chapit la Kopi




2 ଶାମୁୟେଲ 10:5
6 Referans Kwoze  

ଦାଉଦଙ୍କର ଦାସମାନେ ଗୃହକୁ ଫେରିଯିବା ନିମନ୍ତେ ଅତ୍ୟନ୍ତ ଲଜ୍ଜାବୋଧ କଲେ। କେତେକ ଲୋକ ଦାଉଦଙ୍କ ନିକଟକୁ ଗଲେ ଓ ତାଙ୍କ ଲୋକମାନଙ୍କ ପ୍ରତି କ’ଣ ଘଟିଛି, ତାହା ତାଙ୍କୁ ଜଣାଇଲେ। ତେଣୁ ଦାଉଦ ତାଙ୍କର ଲୋକମାନଙ୍କ ନିକଟକୁ ଏହି ବାର୍ତ୍ତା ପଠାଇ କହିଲେ, “ତୁମ୍ଭର ଦାଢ଼ି ଆଉ ଥରେ ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ସହରରେ ରୁହ। ଏହା ପରେ ତୁମ୍ଭେ ଗୃହକୁ ଫେରି ଆସିବ।”


ତାଙ୍କ ସମୟରେ ବୈଥେଲର ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦ୍ୱାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତେବେଳେ ସେ ନଗରରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମ ପୁତ୍ର ଅବୀରାମ ମଲା ଓ ଯେତେବେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ୟୁ ହେଲା।


ଏଥିରେ ହାନୂନ୍ ଦାଉଦର କର୍ମଗ୍ଭରୀମାନଙ୍କର ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ଅଣ୍ଟାରୁ ତଳକୁ ଥିବା ବସ୍ତ୍ର କାଟି ଦେଲା। ତା'ପରେ ସେ ସେମାନଙ୍କୁ ବିଦା କଲା।


ଅମ୍ମୋନୀୟମାନେ ହୃଦୟଙ୍ଗମ କଲେ ଯେ, ରାଜା ଦାଉଦ ସେମାନଙ୍କୁ ବର୍ତ୍ତମାନ ତାଙ୍କର ଶତ୍ରୁ ବୋଲି ବିବେଚନା କଲେ। ତେଣୁ ସେମାନେ 20,000 ଅରାମୀୟ ସୈନ୍ୟମାନଙ୍କୁ ବୈଥ-ରହୋବ ଓ ସୋବାରୁ 1,000 ଜଣ ମାଖାର ରାଜାଙ୍କଠାରୁ ଏବଂ ଟୋବରୁ 12,000 ସୈନ୍ୟ ଭଡ଼ାରେ ଆଣିଲେ।


ଯିରୀହୋ ସହର ବନ୍ଦ ଥିଲା ଓ ଜଗା ହୋଇଥିଲା। ସେହି ସହରର ଲୋକମାନେ ଭୟଭୀତ ହୋଇ ଯାଇଥିଲେ। କାରଣ ଇସ୍ରାଏଲର ଲୋକମାନେ ସେହି ସହରର ନିକଟରେ ଥିଲେ, କୌଣସି ଲୋକ ସେହି ସହରର ଭିତରକୁ ପଶୁ ନ ଥିଲେ କି କେହି ମଧ୍ୟ ସହର ଭିତରୁ ବାହାରକୁ ମଧ୍ୟ ଆସୁ ନ ଥିଲେ।


Swiv nou:

Piblisite


Piblisite