Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 10:18 - ପବିତ୍ର ବାଇବଲ

18 ଅରାମୀୟମାନେ ଯୁଦ୍ଧ କରି ନ ପାରି ଇସ୍ରାଏଲୀୟମାନଙ୍କ ଆଗରୁ ପଳାୟନ କଲେ। ଦାଉଦ ଅରାମୀୟମାନଙ୍କ 700 ରଥାରୂଢ଼ ଓ 40,000 ଅଶ୍ୱାରୂଢ଼ ସୈନ୍ୟଙ୍କୁ ହତ୍ୟା କଲେ। ପୁଣି ସେ ସେମାନଙ୍କର ସେନାପତି ଶୋବକକୁ ଆଘାତ କଲେ ଓ ସେ ସେହିଠାରେ ମୃତ୍ୟୁବରଣ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କ ସାତ ଶହ ରଥାରୂଢ଼ ଓ ଚାଳିଶ ହଜାର ଅଶ୍ଵାରୂଢ଼ ସୈନ୍ୟ ବଧ କଲେ, ପୁଣି ସେ ସେମାନଙ୍କ ସେନାପତି ଶୋବକକୁ ଆଘାତ କରନ୍ତେ, ସେ ସେହିଠାରେ ମଲା।

Gade chapit la Kopi

ଓଡିଆ ବାଇବେଲ

18 ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କ ସାତ ଶହ ରଥାରୂଢ଼ ଓ ଚାଳିଶ ହଜାର ଅଶ୍ୱାରୂଢ଼ ସୈନ୍ୟ ବଧ କଲେ, ପୁଣି ସେ ସେମାନଙ୍କ ସେନାପତି ଶୋବକକୁ ଆଘାତ କରନ୍ତେ, ସେ ସେହିଠାରେ ମଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କ ସାତ ଶହ ରଥାରୂଢ଼ ଓ ଚାଳିଶ ହଜାର ଅଶ୍ୱାରୂଢ଼ ସୈନ୍ୟ ବଧ କଲେ, ପୁଣି ସେ ସେମାନଙ୍କ ସେନାପତି ଶୋବକକୁ ଆଘାତ କରନ୍ତେ, ସେ ସେହିଠାରେ ମଲା।

Gade chapit la Kopi




2 ଶାମୁୟେଲ 10:18
10 Referans Kwoze  

ଦାଉଦ ଓ ତାଙ୍କର ସୈନ୍ୟବାହିନୀ 7,000 ଅରାମୀୟ ରଥଗ୍ଭଳକ ଓ 40,000 ଅରାମୀୟ ସୈନ୍ୟଙ୍କୁ ହତ୍ୟା କଲେ। ଦାଉଦ ଓ ତାଙ୍କର ସୈନ୍ୟବାହିନୀ ଅରାମୀୟ ସୈନ୍ୟଦଳର ସେନାପତି ଶୋଫକକୁ ମଧ୍ୟ ହତ୍ୟା କଲେ।


ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ। ସେଲା


ମୁଁ ମୋର ଶତ୍ରୁମାନଙ୍କୁ ପରାଜିତ କରିବି। ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ। ମୋର ଶତ୍ରୁମାନେ ମୋର ପାଦ ତଳେ ପାତିତ ହେବେ।


ଦାଉଦ ତା'ଠାରୁ 1,700 ଅଶ୍ୱାରୋହୀ ଏବଂ 20,000 ପଦାତିକ ସୈନ୍ୟ ନେଲେ। ଦାଉଦ 100ଟି ଅଶ୍ୱ ରଖିଲେ କିନ୍ତୁ ସେ ଅନ୍ୟ ଅଶ୍ୱଗୁଡ଼ିକୁ ପଙ୍ଗୁ କରିଦେଲେ।


ଯାୟେଲ ଗୋଟିଏ ହାତରେ ମେଖଣା ଧରି ଦକ୍ଷିଣ ହସ୍ତରେ ପିଟଣା ଧରି ସୀଷରାର ମୁଣ୍ଡ ଫଟାଇ ଦେଲେ କର୍ଣ୍ଣମୂଳରେ ଯାଇ ମେଖଣା ପଶିଲା।


ଠିକ୍ ଏହା ପରେ ବାରକ୍ ସୀଷରାକୁ ଖୋଜି ଖୋଜି ତମ୍ବୁ ନିକଟରେ ପହଞ୍ଚିଲା। ଯାୟେଲ ତମ୍ବୁରୁ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, “ଭିତରକୁ ଆସ, ତୁମ୍ଭେ ଯେଉଁ ଲୋକକୁ ଖୋଜୁଅଛ ମୁଁ ତୁମ୍ଭକୁ ଦେଖାଇବି।” ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକୁ ପ୍ରବେଶ କଲା! ସେଠାରେ ସେ ତମ୍ବୁ ଖୁଣ୍ଟ ମୁଣ୍ଡରେ ପଶି ମୃତ୍ୟୁବରଣ କରିଥିବା ସୀଷରାର ମୃତ ଶରୀର ପଡ଼ିଥିବାର ସେ ପାଇଲା।


ତେଣୁ ସଦାପ୍ରଭୁ ହା‌ତ୍‌ସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀ‌ନ୍‌ର ହସ୍ତରେ ଇସ୍ରାଏଲ ସନ୍ତାନଗଣକୁ ପରାସ୍ତ କରାଇଲେ। ଯାବୀ‌ନ୍‌ ହାରୋଶୋ‌ତ୍‌ରେ ରାଜତ୍ୱ କରୁଥିଲେ। ଅନ୍ୟ ଦେଶୀୟମାନଙ୍କ ହାରୋଶୋତ୍ ନିବାସୀ ସୀଷରା ତା'ର ସେନାପତି ଥିଲା।


ଦାଉଦ ଏହା ଜାଣିବା ପରେ ସେ ସମୁଦାୟ ଇସ୍ରାଏଲୀୟମାନଙ୍କୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲେମକୁ ଆସିଲେ। ତହିଁରେ ଅରାମୀୟମାନେ ଦାଉଦଙ୍କ ଆଗରେ ସୈନ୍ୟ ସଜ୍ଜାଇ ତାଙ୍କ ସାଙ୍ଗରେ ଯୁଦ୍ଧ କଲେ।


ଦାଉଦ ସୋବାକୁ ପରାସ୍ତ କଲାପରେ ରଷୋଣ କିଛି ଲୋକ ସଂଗ୍ରହ କଲେ ଓ ସେହିମାନଙ୍କର ଦଳପତି ହେଲେ। ତା'ପରେ ସେମାନେ ଦମ୍ମେଶକକୁ ଯାଇ ସେଠାରେ ବାସ କଲେ ଓ ରଷୋଣ ଦମ୍ମେଶକର ରାଜା ହେଲେ।


ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ, ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ଯେପରି ନିଆଁରେ ମହମ ତରଳି ଯାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।


Swiv nou:

Piblisite


Piblisite