Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 10:10 - ପବିତ୍ର ବାଇବଲ

10 ସେ ଅବଶିଷ୍ଟ ଲୋକମାନଙ୍କୁ ନିଜର ଭାଇ ଅବୀଶୟ ହସ୍ତରେ ସମର୍ପଣ କଲେ, ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବୀଶୟ ହସ୍ତରେ ସମର୍ପଣ କଲା; ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା।

Gade chapit la Kopi

ଓଡିଆ ବାଇବେଲ

10 ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବୀଶୟ ହସ୍ତରେ ସମର୍ପଣ କଲା; ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବୀଶୟ ହସ୍ତରେ ସମର୍ପଣ କଲା; ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା।

Gade chapit la Kopi




2 ଶାମୁୟେଲ 10:10
6 Referans Kwoze  

ଯୋୟାବ ନିଜ ଆଗେ ଶତ୍ରୁମାନଙ୍କୁ ଦେଖିଲେ, ତେଣୁ ସେ ଇସ୍ରାଏଲର କୁଶଳୀ ଯୋଦ୍ଧାମାନଙ୍କୁ ମନୋନୀତ କଲେ ଏବଂ ସେମାନଙ୍କୁ ଅରାମୀୟମାନଙ୍କ ବିରୁଦ୍ଧରେ ପ୍ରସ୍ତୁତ କଲେ।


ଯୋୟାବ ଅବିଶୟକୁ କହିଲେ, “ଯଦି ଅରାମୀୟମାନେ ମୋ’ ପାଇଁ ଯୁଦ୍ଧରେ ବହୁତ ଶକ୍ତିଶାଳୀ ହୁଅନ୍ତି, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ତୁମ୍ଭ ପାଇଁ ଶକ୍ତିଶାଳୀ ହୁଅନ୍ତି, ତେବେ ମୁଁ ଆସିବି ଏବଂ ତୁମ୍ଭଙ୍କୁ ସାହାଯ୍ୟ କରିବି।


ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶୟ ମୁଖ୍ୟ ଥିଲେ। ସେ 300 ଲୋକ ବିରୁଦ୍ଧରେ ନିଜର ବର୍ଚ୍ଛା ଉଠାଇ ସେମାନଙ୍କୁ ହତ୍ୟା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧ୍ୟରେ ବିଖ୍ୟାତ ହେଲା।


ଦାଉଦ ତାଙ୍କର ଲୋକମାନଙ୍କୁ ମୋଟ ତିନି ଭାଗରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀୟାଂଶ ଲୋକମାନଙ୍କ ଉପରେ ନିଯୁକ୍ତି ହେଲେ। ଅନ୍ୟ ଏକ ତୃତୀୟାଂଶ ଯୋୟାବର ଭାଇ ସରୁୟାର ପୁତ୍ର ଅବୀଶୟର ଆଦେଶର ଅଧୀନରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀୟାଂଶ ଗାଥ୍‌ର ଇତ୍ତୟ ଆଦେଶର ଅଧୀନରେ ଥିଲେ। ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କ ସହିତ ଯୁଦ୍ଧକୁ ଯିବି।”


ଲବଣ ଉପତ୍ୟକାରେ ସରୁୟାଙ୍କ ପୁତ୍ର ଅବୀଶୟ 18,000 ଇଦୋମୀୟ ଲୋକଙ୍କୁ ହତ୍ୟା କଲେ।


ନାହଶ୍ ଅମ୍ମୋନୀୟ ଲୋକଙ୍କର ରାଜା ଥିଲେ। ନାହଶ୍ ମୃତ୍ୟୁ ଭୋଗ କଲେ ଓ ତାଙ୍କର ପୁତ୍ର ନୂତନ ରାଜା ହେଲେ।


Swiv nou:

Piblisite


Piblisite