Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 1:12 - ପବିତ୍ର ବାଇବଲ

12 ସେମାନେ ଦୁଃଖରେ କାନ୍ଦିଲେ ଏବଂ ସେମାନେ ମଧ୍ୟ ଦିନସାରା କିଛି ଖାଇଲେ ନାହିଁ। ସେମାନେ ଏପରି କଲେ କାରଣ ଯୋନାଥନ ଓ ଶାଉଲ ମୃତ୍ୟୁବରଣ କଲେ ଏବଂ ସଦାପ୍ରଭୁଙ୍କର ବହୁତ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧରେ ହତ ହେଲେ। ତେଣୁ ସେମାନେ କାନ୍ଦିଲେ ଓ ଶୋକ ପାଳନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ଼୍‍ଗରେ ପତିତ ହେବାରୁ ସେମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ।

Gade chapit la Kopi

ଓଡିଆ ବାଇବେଲ

12 ପୁଣି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ୍ଗରେ ପତିତ ହେବାରୁ ଦାଉଦ ଓ ତାଙ୍କ ସଙ୍ଗୀମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ୍ଗରେ ପତିତ ହେବାରୁ ଦାଉଦ ଓ ତାଙ୍କ ସଙ୍ଗୀମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ।

Gade chapit la Kopi




2 ଶାମୁୟେଲ 1:12
10 Referans Kwoze  

କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର।


ଯେତେବେଳେ ତୁମ୍ଭର ଶତ୍ରୁ ସମସ୍ୟାରେ ଅଛି, ତୁମ୍ଭେ ହସ ନାହିଁ, ଯେତେବେଳେ ସେ ପଡ଼ିଯାଏ, ସେହି ସମୟରେ ମଧ୍ୟ ତୁମ୍ଭେ ଖୁସୀ ହୁଅ ନାହିଁ।


ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ।


ଯଦି ଜଣେ କେହି ଦୁର୍ବଳ, ମୁଁ ମଧ୍ୟ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଗ୍ଭଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତେବେ ମୁଁ ଅନ୍ତର ମଧ୍ୟରୁ ଯନ୍ତ୍ରଣା ଅନୁଭବ କରେ।


ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ରରେ ପାନ କରୁଛ। ଆଉ ମଧ୍ୟ ସୁନ୍ଦର ସୁବାସିତ ପଦାର୍ଥ ବ୍ୟବହାର କରୁଛ। କିନ୍ତୁ ଯୋଷେଫଙ୍କର ପରିବାର ଧ୍ୱଂସ ପାଉଛନ୍ତି ସେଥିପାଇଁ ଟିକିଏ ହେଲେ ଦୁଃଖ କରୁ ନାହିଁ।


ଦିନତମାମ ଲୋକମାନେ ଦାଉଦଙ୍କୁ ଖାଇବାକୁ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, “ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତେବେ ପରମେଶ୍ୱର ମୋତେ ଦଣ୍ତ ଓ ଦୁଃଖ ଦେବେ।”


ଯେବେ ମୋର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା, ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।


ତା'ପରେ ସେହି ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଅସ୍ଥି ସଂଗ୍ରହ କରି ଆଣି ଯାବେ‌‌‌ଶ୍‌‌ଠାରେ ଥିବା ଏକ ଝାଉଁ ବୃକ୍ଷ ତଳେ ତାହାକୁ ସମାଧି ଦେଲେ। ତା'ପରେ ଯାବେ‌‌‌ଶ୍‌‌ର ଲୋକମାନେ ଶୋକ ସନ୍ତାପ୍ତ ଭାବରେ ଦୁଃଖରେ ଶୋକ ପାଳନ ନିମନ୍ତେ ସାତ ଦିନ ବିନା ଆହାରରେ ଶୋକ ପାଳନ କଲେ।


ତେଣୁ ଶାଉଲ, ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ସମସ୍ତେ ସେଦିନ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ମଲେ।


Swiv nou:

Piblisite


Piblisite