Biblia Todo Logo
Bib sou entènèt

- Piblisite -




୨ ପିତର 3:5 - ପବିତ୍ର ବାଇବଲ

5 ସୁଦୂର ଅତୀତରେ କ’ଣ ଘଟିଥିଲା, ସେମାନେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ୱର ପାଣିରୁ ଓ ପାଣି ଦ୍ୱାରା ଜଗତକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଏହା ସାଧିତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ତଳ ଓ ଈଶ୍ଵରଙ୍କ ବାକ୍ୟ ଦ୍ଵାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା

Gade chapit la Kopi

ଓଡିଆ ବାଇବେଲ

5 ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ସେମାନେ ଜାଣି ଶୁଣି ଭୁଲିଯାନ୍ତି ଯେ, ଆଦ୍ୟରେ ଈଶ୍ୱର ଆଜ୍ଞା କେଲେ ଏବଂ ଆକାଶମଣ୍ଡଳ ଓ ପୃଥିବୀ ସୃଷ୍ଟି ହେହଲା! ପୃଥିବୀ ଜଳ ମଧ୍ୟରୁ ଜଳ ପରିବେଷ୍ଟିତ ହୋଇ ଗଠିତ ହେଲା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ବରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା,

Gade chapit la Kopi




୨ ପିତର 3:5
11 Referans Kwoze  

ବିଶ୍ୱାସ ଦ୍ୱାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ୱର ନିଜ ଆଜ୍ଞା ବଳରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟ ଗୁଡ଼ିକର ସୃଷ୍ଟି ଅଦୃଶ୍ୟ ବିଷୟ ଦ୍ୱାରା ହୋଇଛି।


ଏହା ପରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ, ଯଦ୍ଦ୍ୱାରା ଭୂମି ଶୁଖିଲା ଦେଖାଯିବ” ଏବଂ ଏହିପରି ହେଲା।


ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।


ଏହା ପରେ ପରମେଶ୍ୱର କହିଲେ, “ଜଳ ମଧ୍ୟରେ ବୃହତ ଗମ୍ବୁଜ ଜାତ ହୋଇ ଜଳକୁ ଦୁଇଭାଗ କରୁ!”


ପରମେଶ୍ୱର ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ, ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।


ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା। ପରମେଶ୍ୱରଙ୍କ ନିଶ୍ୱାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।


ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ କରିବାକୁ ଲୋକେ ଗୁରୁତ୍ୱ ଦେଲେ ନାହିଁ। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ବିକୃତ ଚିନ୍ତାରେ ରହିବାକୁ ଛାଡ଼ି ଦେଲେ ଓ ସେମାନେ ଅନୁଚିତ୍ କର୍ମକରି ରହିଲେ।


ସବୁ ବିଷୟ ଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଖ୍ରୀଷ୍ଟ ଥିଲେ। ସମସ୍ତ ବିଷୟର ଅସ୍ତିତ୍ୱ, ତାହାଙ୍କ ହେତୁ ରହିଛି।


ଜ୍ଞାନ କ୍ରୟ କରିବା ନିମନ୍ତେ ମୂର୍ଖ ହାତରେ ଧନ ଥିଲେ ତାହା ମୂଲ୍ୟହୀନ ଅଟେ। କାରଣ ମୂର୍ଖ ଲୋକ ଧନ ବଦଳରେ ଜ୍ଞାନ କ୍ରୟ କରିପାରେ ନାହିଁ।


Swiv nou:

Piblisite


Piblisite