Biblia Todo Logo
Bib sou entènèt

- Piblisite -




୨ ପିତର 3:13 - ପବିତ୍ର ବାଇବଲ

13 କିନ୍ତୁ ପରମେଶ୍ୱର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦେଇଛନ୍ତି। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷାରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ତଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ।

Gade chapit la Kopi

ଓଡିଆ ବାଇବେଲ

13 ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 କିନ୍ତୁ ଆମେ ଈଶ୍ୱର ପ୍ରତିଜ୍ଞା କରିଥିବା ଏକ ନୂତ ଆଶାଶମଣ୍ଡଳ ଓ ନୂତନ ପୃଥିବୀର ପ୍ରତୀକ୍ଷାରେ ରହିଛୁ। ସେଥିରେ ଧାର୍ମିକତା ପ୍ରତିଷ୍ଠିତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ।

Gade chapit la Kopi




୨ ପିତର 3:13
8 Referans Kwoze  

“କାରଣ ଦେଖ, ଆମ୍ଭେ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ। ତେଣୁ ପୂର୍ବକାଳର ବିଷୟସବୁ ବିସ୍ମୃତ ହେବ ଓ ସେଗୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।


ଏହା ପରେ ମୁଁ ଗୋଟିଏ ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ୱର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ୟ ହୋଇଯାଇଥିଲା। ସେଠାରେ ଆଉ ସମୁଦ୍ର ନ ଥିଲା।


“କାରଣ ଆମ୍ଭେ ଯେଉଁ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କୁହନ୍ତି।


କୌଣସି ଅଶୁଚି ଜିନିଷ ତା’ ଭିତରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ଯ୍ୟ କରିବା ଲୋକ ଓ ମିଥ୍ୟା କହିବା ଲୋକ ତା’ ଭିତରେ ପଶିପାରିବେ ନାହିଁ। ମେଷଶାବକଙ୍କ ଜୀବନପୁସ୍ତକରେ ନାମ ଲେଖା ହୋଇଥିବା ଲୋକମାନେ ସେହି ନଗରୀ ଭିତରେ ପ୍ରବେଶ କରିବେ।


“ଆଉ ମଧ୍ୟ ତୁମ୍ଭର ସମସ୍ତ ଲୋକେ ଧାର୍ମିକ ହେବେ। ସେମାନେ ଅନନ୍ତକାଳ ଯାଏ ଦେଶ ଶାସନ କରିବେ। ମୋ’ ଗୌରବକୁ ଦେଖାଇବା ପାଇଁ ସେମାନେ ମୋ’ ଦ୍ୱାରା ଲଗା ହୋଇଥିବା ଗଛର ଫଳ ସଦୃଶ।


ଗଧିଆ ଓ ମେଣ୍ଢାଛୁଆ ଏକତ୍ର ରହିବେ, ସିଂହ ଗୋରୁପଲ ପରି ନଡ଼ା ଖାଇବ। ପୁଣି ଧୂଳି ସର୍ପର ଖାଦ୍ୟ ହେବ। ସେମାନେ ଆମ୍ଭ ପବିତ୍ର ପର୍ବତରେ କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ।” ସଦାପ୍ରଭୁ ଏହା କୁହନ୍ତି।


ଯେପରି ପରମେଶ୍ୱର ସୃଷ୍ଟି କରିଥିବା ପ୍ରତ୍ୟେକ ବସ୍ତୁ ବିନାଶରୁ ମୁକ୍ତ ହେବ। ଏହି ଭରସା ଥିଲା ଯେ ପରମେଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ଯାହାକିଛି ନିର୍ମିତ ହୋଇଛି ସେଗୁଡ଼ିକ ସେହି ସ୍ୱଚ୍ଛନ୍ଦ ଓ ମହିମାର ଭାଗୀ ହେବେ।


ଯୀଶୁ ନିଜ ମହିମା ଓ ଉତ୍ତମତା ହେତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ୟବାନ୍ ଓ ମହତ ବିଷୟ ଗୁଡ଼ିକ ଆମ୍ଭକୁ ଦେଇଛନ୍ତି। ସେହି ଦାନଗୁଡ଼ିକ ସାହାଯ୍ୟରେ ତୁମ୍ଭେ ପରମେଶ୍ୱରଙ୍କ ଆଚରଣର ଅଂଶ ହୋଇପାରିବ। ଏହା ଦ୍ୱାରା ଜଗତରେ ଥିବା ମନ୍ଦ ବିଷୟ ଗୁଡ଼ିକ ତୁମ୍ଭକୁ ନଷ୍ଟ କରି ପାରିବ ନାହିଁ।


Swiv nou:

Piblisite


Piblisite