Biblia Todo Logo
Bib sou entènèt

- Piblisite -




୨ ପିତର 2:18 - ପବିତ୍ର ବାଇବଲ

18 ସେହି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସେମାନେ ଲୋକମାନଙ୍କୁ ପାପ ରାସ୍ତାରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗରେ ଯିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମାରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କାରଣ ସେମାନେ ନିରର୍ଥକ ଅହଂକାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ଵାରା ପ୍ରଲୋଭିତ କରନ୍ତି;

Gade chapit la Kopi

ଓଡିଆ ବାଇବେଲ

18 କାରଣ ସେମାନେ ନିରର୍ଥକ ଅହଂକାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 ସେମାନେ ଅହଙ୍କାରପୂର୍ଣ୍ଣ ନିରର୍ଥକ କଥା କହୁଥାଆନ୍ତି; ଭ୍ରାଷ୍ଟାଚାରୀମାନଙ୍କ ମଧ୍ୟରୁ ରକ୍ଷା ପାଇ ପଳାଇ ଆସୁଥିବା ଲୋକମାନଙ୍କୁ ନୀଚ ଶାରୀରିକ କାମନାର ମୋହ ଦେଖାଇ ଫନ୍ଦରେ ପକାନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କାରଣ ସେମାନେ ନିରର୍ଥକ ଅହଙ୍କାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି;

Gade chapit la Kopi




୨ ପିତର 2:18
22 Referans Kwoze  

ସେହି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ସେମାନେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସେମାନେ ପୁନର୍ବାର ମନ୍ଦ ବିଷୟ ଗୁଡ଼ିକ ପ୍ରତି ଆକର୍ଷିତ ହୋଇ ତାହାର ବନ୍ଧନରେ ବାନ୍ଧି ହୋଇଯିବେ, ତେବେ ସେମାନଙ୍କ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହେବ।


ଯୀଶୁ ନିଜ ମହିମା ଓ ଉତ୍ତମତା ହେତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ୟବାନ୍ ଓ ମହତ ବିଷୟ ଗୁଡ଼ିକ ଆମ୍ଭକୁ ଦେଇଛନ୍ତି। ସେହି ଦାନଗୁଡ଼ିକ ସାହାଯ୍ୟରେ ତୁମ୍ଭେ ପରମେଶ୍ୱରଙ୍କ ଆଚରଣର ଅଂଶ ହୋଇପାରିବ। ଏହା ଦ୍ୱାରା ଜଗତରେ ଥିବା ମନ୍ଦ ବିଷୟ ଗୁଡ଼ିକ ତୁମ୍ଭକୁ ନଷ୍ଟ କରି ପାରିବ ନାହିଁ।


ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍। ଆମ୍ଭେ ଖର୍ଚ୍ଚାନ୍ତ ରଙ୍ଗରସରେ ମାତିବା ଠିକ୍ ନୁହେଁ। ମାତାଲ ହେବା ଉଚିତ୍ ନୁହେଁ। ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ। ଯୁକ୍ତିତର୍କ କରିବା ଓ ଈର୍ଷାଳୁ ହେବା ଉଚିତ୍ ନୁହେଁ।


ପୃଥିବୀରେ ତୁମ୍ଭ ଜୀବନ ବିଳାସମ୍ପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମୋଟା କଲ।


ସେହି ମନ୍ଦ ବ୍ୟକ୍ତି, ପରମେଶ୍ୱରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ୱାରା ଉପାସିତ, ଏହିପରି ପ୍ରତ୍ୟେକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରତ୍ୟେକଠାରୁ ଉଚ୍ଚ ବୋଲି ଦେଖାଏ, ଈଶ୍ୱରଙ୍କ ନାମରେ ଖ୍ୟାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବିରୋଧ କରେ। ସେ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ଯାଇ, ସିଂହାସନରେ ବସି ନିଜକୁ ପରମେଶ୍ୱର ବୋଲି ଘୋଷଣା କରେ।


ତା'ପରେ ମୁଁ ଅନ୍ୟ ଏକ ପଶୁକୁ ପୃଥିବୀ ଉପରକୁ ଆସିବାର ଦେଖିଲି। ତା'ର ମେଷ ପରି ଦୁଇଟି ଶିଙ୍ଗ ଥିଲା, କିନ୍ତୁ ସେ ଏକ ସାପ ଭଳି ଭୟଙ୍କର କଥା କହୁଥିଲା।


ସେମାନେ ସମୁଦ୍ରର ପ୍ରଚଣ୍ଡ ତରଙ୍ଗ ସଦୃଶ। ଏହି ତରଙ୍ଗ ଫେଣ ସୃଷ୍ଟି କରେ। ତରଙ୍ଗ ଫେଣ ସୃଷ୍ଟି କଲା ଭଳି ଏହି ଲୋକମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି। ଏହି ଲୋକମାନେ ଆକାଶରେ ଏଣେତେଣେ ଘୁରି ବୁଲୁଥିବା ନକ୍ଷତ୍ର ତୁଲ୍ୟ। ଏହି ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ଘୋର ଅନ୍ଧକାରମୟ ସ୍ଥାନ ରଖାଯାଇଅଛି।


ସେହି ନଗରରେ ଶିମୋନ ନାମକ ଜଣେ ଲୋକ ଥିଲା। ଫିଲି‌ପ୍‌ପ ସେଠାକୁ ଆସିବା ପୂର୍ବରୁ ଶିମୋନ ଯାଦୁଖେଳ ଦେଖାଇ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦେଇଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା।


ପିତର ସେମାନଙ୍କୁ ଚେତନା ଦେଇ କହିଲେ, “ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।”


“ଉତ୍ତରର ରାଜା ନିଜ ଇଚ୍ଛା ଅନୁସାରେ କର୍ମ କରିବ। ସମସ୍ତ ଦେବତାଠାରୁ ନିଜକୁ ବଡ଼ ବୋଲି ସେ ଗର୍ବ କରିବ। ପୁଣି ସେ ଈଶ୍ୱରଗଣଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ଶକ୍ତିଶାଳୀ କଥା କହିବ। ତା'ର କ୍ରୋଧ ଫଳବତୀ ନ ହେବା ପର୍ଯ୍ୟନ୍ତ ସେ ସଫଳ ହେବେ। କାରଣ ଯାହା ପରମେଶ୍ୱରଙ୍କ ଯୋଜନା କରିଛନ୍ତି ତାହା ହେବ।


ପ୍ରଭୁଙ୍କ ନାମରେ ମୁଁ ସତର୍କ କରି ଦେଉଛି ଯେ ଅବିଶ୍ୱାସୀ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ସେମାନଙ୍କ ବିଗ୍ଭରର କିଛି ମୂଲ୍ୟ ନାହିଁ।


ସେମାନେ କହୁଥିବା ମନ୍ଦ କାମକୁ ଅନେକ ଲୋକ ଅନୁସରଣ କରିବେ। ସେମାନଙ୍କ ହେତୁରୁ ଅନ୍ୟ ଲୋକେ ମଧ୍ୟ ସତ୍ୟର ମାର୍ଗ ବିଷୟରେ ସମାଲୋଚନା କରିବେ।


କିନ୍ତୁ ସେହି ନଗର ମଧ୍ୟରୁ ପରମେଶ୍ୱର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହେତୁ ସେ ଦୁଃଖ ପାଉଥିଲେ।


ପ୍ରତ୍ୟେକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସେମାନେ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହାନ୍ତି। ଏହିଭଳି ଭାବରେ ସେମାନେ ସବୁବେଳେ ପାପ କରୁଥା’ନ୍ତି। ସେମାନେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦରେ ପକାଇ ଦିଅନ୍ତି। ସେମାନଙ୍କ ହୃଦୟଗୁଡ଼ିକ ସ୍ୱାର୍ଥପରତାରେ ପରିପୂର୍ଣ୍ଣ। ସେମାନେ ଅଭିଶପ୍ତ।


ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସେହି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ଯ୍ୟ ଦ୍ୱାରା ତୁମ୍ଭେ ନିଜକୁ ପ୍ରଭାବିତ ହେବାକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ୱାସରୁ ବିଚଳିତ ନ ହେବା ପାଇଁ ସାବଧାନ ରୁହ।


ତେଣୁ ପରମେଶ୍ୱରଙ୍କ ଲୋକ ତାଙ୍କ ସହିତ ତାଙ୍କ ଗୃହକୁ ଯାଇ ଅନ୍ନ ଭୋଜନ ଓ ଜଳପାନ କଲେ।


ତୁମ୍ଭେମାନେ ଗର୍ବିତ ହୋଇ ମୋ’ ବିରୁଦ୍ଧରେ କହିଅଛ। ତୁମ୍ଭେମାନେ ତାହା ବାରମ୍ବାର କହିଛ, ଆଚ୍ଛା! ମୁଁ ତାହା ଶୁଣିଅଛି।”


Swiv nou:

Piblisite


Piblisite