Biblia Todo Logo
Bib sou entènèt

- Piblisite -




୨ ପିତର 2:12 - ପବିତ୍ର ବାଇବଲ

12 କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟ ଗୁଡ଼ିକ ସମ୍ବନ୍ଧରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ୟ ପଶୁମାନଙ୍କ ପରି ଧରାଯାଇ ମରା ଯିବା ନିମନ୍ତେ ଜନ୍ମ ହୋଇଛନ୍ତି। ସେହି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ୟ ନଷ୍ଟ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ଵଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ,

Gade chapit la Kopi

ଓଡିଆ ବାଇବେଲ

12 କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ୱଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ଧରାଯାଇ ହାଣ ଖାଇବାକୁ ଯେଉଁ ପଶୁମାନଙ୍କର ଜନ୍ମ, ସେମାନଙ୍କ ପରି ଏହି ଶଠ ଶିକ୍ଷକମାନେ କେବଳ ପ୍ରବୃତ୍ତି ଦ୍ୱାରା ଚାଳିତ। ଯେଉଁ ବିଷୟ ବୁଝନ୍ତି ନାହିଁ, ତାହାକୁ ସେମାନେ ବିଦ୍ରୁପ କରନ୍ତି। କିନ୍ତୁ ସେମାନେ ବନ୍ୟପଶୁ ପରି ବିନଷ୍ଟ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ୱଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ,

Gade chapit la Kopi




୨ ପିତର 2:12
17 Referans Kwoze  

କିନ୍ତୁ ଏହି ଲୋକମାନେ ଗୋଟିଏ କଥା ନ ବୁଝି, ସେ ବିଷୟରେ ସମାଲୋଚନା କରନ୍ତି। ସେମାନେ ଅଳ୍ପ କିଛି ବୁଝନ୍ତି। କିନ୍ତୁ ସେମାନେ ଚିନ୍ତା ନ କରି ବୁଝନ୍ତି। କେବଳ ମୂକ ପଶୁମାନଙ୍କ ପରି ସ୍ପର୍ଶ କରି ବୁଝନ୍ତି। ଏହି ବିଷୟ ଗୁଡ଼ିକ ହେତୁ ସେମାନେ ବିନଷ୍ଟ ହୁଅନ୍ତି।


ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଅଛ। ତୁମ୍ଭେ ମୋତେ ଦେଖୁଅଛ ଓ ମୋର ହୃଦୟ ପରୀକ୍ଷା କରି ମୋର ମନ କିପରି, ଜାଣୁଅଛ। ସେହି ମନ୍ଦ ଲୋକମାନଙ୍କୁ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ଟାଣି ନିଅ ଓ ହତ୍ୟା ଦିନରେ ସେମାନଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରଖ।


ଏହି ଭଣ୍ଡ ଶିକ୍ଷକମାନେ ସେହି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାନ୍ତି। ସେମାନେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ୟକ୍ତି ଯାହାଦ୍ୱାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।


ଯେଉଁ ଲୋକ ନିଜର ପାପମୟ ସ୍ୱଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ୟ କାଟିବ।


ପଶୁବତ୍ ଲୋକମାନେ ଏହାକୁ ଜାଣନ୍ତି ନାହିଁ, କିଅବା ନିର୍ବୋଧମାନେ ବୁଝନ୍ତି ନାହିଁ।


କାରଣ ପାଳକଗଣ ପଶୁବତ୍ ନିର୍ବୋଧ ହୋଇଅଛନ୍ତି, ସେମାନେ, ସଦାପ୍ରଭୁ କ’ଣ ଗ୍ଭହୁଁଛନ୍ତି, ତାହା ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ। ସେଥିପାଇଁ ସେମାନେ ଉନ୍ନତି କରୁ ନାହାନ୍ତି ଏବଂ ସେମାନଙ୍କର ପିଲାସବୁ ଛିନ୍ନଭିନ୍ନ ହୋଇଅଛନ୍ତି।


ଅନ୍ୟ ଦେଶୀୟମାନେ ସମସ୍ତେ ନିର୍ବୋଧ ଓ ଅଜ୍ଞାନ। ସେମାନଙ୍କର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ୟହୀନ। ସେହି ମୂର୍ତ୍ତିଗୁଡ଼ିକ କେବଳ କାଷ୍ଠ ମାତ୍ର।


ପରମେଶ୍ୱର କହିଲେ, “ମୋର ଲୋକମାନେ ନିର୍ବୋଧ ଏବଂ ସେମାନେ ମୋତେ ଜାଣନ୍ତି ନାହିଁ। ସେମାନେ ନିର୍ବୋଧ ସନ୍ତାନ ତୁଲ୍ୟ, ସେମାନଙ୍କର ଅର୍ନ୍ତଦୃଷ୍ଟି ନାହିଁ। ସେମାନେ କୁକର୍ମ କରିବାରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସେମାନେ ଜାଣନ୍ତି ନାହିଁ।”


ଦୁଷ୍ଟଲୋକ ଆପଣା ମନ୍ଦ କର୍ମରେ ତଡ଼ି ଦିଆଯାଏ, ମାତ୍ର ମରଣକାଳରେ ଧାର୍ମିକର ଆଶ୍ରୟ ଥାଏ।


ଯୀଶୁ ନିଜ ମହିମା ଓ ଉତ୍ତମତା ହେତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ୟବାନ୍ ଓ ମହତ ବିଷୟ ଗୁଡ଼ିକ ଆମ୍ଭକୁ ଦେଇଛନ୍ତି। ସେହି ଦାନଗୁଡ଼ିକ ସାହାଯ୍ୟରେ ତୁମ୍ଭେ ପରମେଶ୍ୱରଙ୍କ ଆଚରଣର ଅଂଶ ହୋଇପାରିବ। ଏହା ଦ୍ୱାରା ଜଗତରେ ଥିବା ମନ୍ଦ ବିଷୟ ଗୁଡ଼ିକ ତୁମ୍ଭକୁ ନଷ୍ଟ କରି ପାରିବ ନାହିଁ।


ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଛାଡ଼ି ଗ୍ଭଲିଯିବି। ତୁମ୍ଭେ ମୋତେ ଖୋଜିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।”


ଆଉ ମୁଁ ତୁମ୍ଭ ଉପରେ ଆପଣା କ୍ରୋଧ ପ୍ରକାଶ କରିବି। ମୁଁ ତୁମ୍ଭ ଉପରେ ଆପଣା କ୍ରୋଧାଗ୍ନି ଛାଡ଼ିବି। ମୁଁ ତୁମ୍ଭକୁ ଦୁଷ୍ଟ ଲୋକମାନଙ୍କ ହସ୍ତରେ ସମର୍ପଣ କରିବି, ଯେଉଁମାନେ ବିନାଶ କରିବାରେ ପାରଙ୍ଗମ।


ତେଣୁ ମୁଁ ନିଜକୁ କହିଲି, “ନିଶ୍ଚୟ ସେମାନେ ଦରିଦ୍ର, ଏବଂ ନିର୍ବୋଧ, କାରଣ ସେମାନେ ସଦାପ୍ରଭୁଙ୍କର ପଥ କିଅବା ତାଙ୍କର ଶିକ୍ଷା ଜାଣନ୍ତି ନାହିଁ।


ହେ ପଶୁବତ୍ ଲୋକମାନେ, ତୁମ୍ଭେ କେବେ ବୁଦ୍ଧି ପାଇବ? ହେ ନିର୍ବୋଧ ଅଧର୍ମକାରୀ ଲୋକ, ଚେଷ୍ଟା କର ଏବଂ ବୁଝ।


ଦେଖ! ବୁଦ୍ଧିମାନ୍ ଲୋକମାନେ ମୃତ୍ୟୁବରଣ କରନ୍ତି, ଯେମିତିକି ମୂର୍ଖ ଓ ନିର୍ବୋଧଲୋକମାନେ ମୃତ୍ୟୁବରଣ କରନ୍ତି ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ଯାଆନ୍ତି।


ବ୍ୟଭିଗ୍ଭର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା।


ଏହି ଜାଗତିକ ନିୟମଗୁଡ଼ିକ ସେହିସବୁ ବିଷୟରେ ଅଟେ, ଯାହାକି ବ୍ୟବହାର ହେବା ପରେ ନଷ୍ଟ ହୋଇଯାଆନ୍ତି। ସେହି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ୟମାନଙ୍କଠାରୁ, ପରମେଶ୍ୱରଙ୍କଠାରୁ ନୁହେଁ।


Swiv nou:

Piblisite


Piblisite