୨ ପିତର 1:11 - ପବିତ୍ର ବାଇବଲ11 ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ରାଜ୍ୟରେ ତୁମ୍ଭକୁ ସ୍ୱାଗତ କରାଯିବ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ଅଟେ। Gade chapit laପବିତ୍ର ବାଇବଲ (Re-edited) - (BSI)11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନ; ରାଜ୍ୟରେ ସ୍ଵଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। Gade chapit laଓଡିଆ ବାଇବେଲ11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ । Gade chapit laପବିତ୍ର ବାଇବଲ (CL) NT (BSI)11 ଏହି ଉପାୟରେ ଆମ ପ୍ରଭୁ ଓ ତଆଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ତ୍ନ୍ ରାଜ୍ୟରେ ପ୍ରବେଶ କରିବାକୁ ତୁମେ ପୂର୍ଣ୍ଣ ଅଧିକାର ପାଇବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। Gade chapit la |
ପରମେଶ୍ୱର ନିଜ ପ୍ରତିଜ୍ଞାର ସତ୍ୟତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସେମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେବାକୁ ଗ୍ଭହିଁଲେ ଯେ ତାଙ୍କର ଯୋଜନାରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ୱର ଯାହା କହନ୍ତି, ତାହା ନିଶ୍ଚିତ ହେବ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ୟ କରନ୍ତି।
ପରମେଶ୍ୱର ତୁମ୍ଭ ପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ଧୈର୍ଯ୍ୟବାନ। ପରମେଶ୍ୱର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟରେ ଆଦୌ ଭାବୁ ନାହଁ। ଏହା ହୋଇପାରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ପରମେଶ୍ୱର ତୁମ୍ଭ ପ୍ରତି ଦୟାଳୁ ହୋଇଛନ୍ତି।
ଏହି ଆଦେଶ ସେହିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀରେ ଧନୀ ଅଟନ୍ତି। ସେମାନଙ୍କୁ ଗର୍ବ ନ କରିବା ପାଇଁ କୁହ। ସେମାନଙ୍କୁ କୁହ ଯେ ସେମାନେ ନିଜ ଧନର ନୁହେଁ, ମାତ୍ର ପରମେଶ୍ୱରଙ୍କର ଆଶ୍ରୟ ନେବା ଉଚିତ୍। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ବସ୍ତୁ ଯଥେଷ୍ଟ ପରିମାଣରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରତ୍ୟେକ ଜିନିଷ ଦିଅନ୍ତି।