Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 7:2 - ପବିତ୍ର ବାଇବଲ

2 ସେନାପତି ଯିଏ ରାଜାଙ୍କ ନିକଟରେ ଥିଲେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର ଦେଲେ। “ଦେଖ, ଯେବେ ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି ତେବେ ମଧ୍ୟ ସମ୍ଭବ ହୋଇ ପାରିବ ନାହିଁ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ। ମାତ୍ର ତୁମ୍ଭେ ସେଥିରୁ କିଛି ଖାଇବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ସେ ପରମେଶ୍ଵରଙ୍କ ଲୋକଙ୍କୁ ଉତ୍ତର କରି କହିଲା, ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ଵାର କରନ୍ତି, ତେବେ ହେଁ କʼଣ ଏ କଥା ହୋଇ ପାରିବ? ତହିଁରେ ଇଲୀଶାୟ କହିଲେ, ଦେଖ, ତୁମ୍ଭେ ସ୍ଵଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

2 ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ସେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଲା, “ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କ’ଣ ଏ କଥା ହୋଇ ପାରିବ ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ସେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଲା, “ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କʼଣ ଏ କଥା ହୋଇ ପାରିବ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ।”

Gade chapit la Kopi




2 ରାଜାବଳୀ 7:2
17 Referans Kwoze  

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କ ଦ୍ରବ୍ୟର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ଯଦ୍ଦ୍ୱାରା କି ତୁମ୍ଭର ଗୃହରେ ଯଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭେମାନେ ଏହି କାର୍ଯ୍ୟ କର, ଆମ୍ଭେ ଆକାଶର ଝରକାସବୁ ଖୋଲିଦେବା ଏବଂ ତୁମ୍ଭ ଉପରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରତ୍ୟେକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭେମାନେ ଲାଭ କରିବ।


ଦ୍ୱିତୀୟ ମାସର ସତର ଦିବସ ଯେତେବେଳେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। ମହାସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା। ପୁଣି ଆକାଶସ୍ଥ ଦ୍ୱାର ସବୁ ମୁକ୍ତ ହେଲା। ତହିଁରେ ଗ୍ଭଳିଶ୍ ଦିବାରାତ୍ରି ବୃଷ୍ଟି ହେଲା। ସେହି ଦିନରେ ନୋହ, ଶେମ, ହାମ ଓ ଯେଫତ୍ ନୋହଙ୍କର ପୁତ୍ରମାନେ ଆଉ ସେମାନଙ୍କର ସ୍ତ୍ରୀମାନେ ଓ ନୋହଙ୍କର ସ୍ତ୍ରୀ ଜାହାଜରେ ପ୍ରବେଶ କଲେ।


ଯଦି ଆମ୍ଭେ ବିଶ୍ୱସ୍ତ ନ ହେଉ, ତଥାପି ସେ ବିଶ୍ୱସ୍ତ ହୋଇ ରହିବେ। କାରଣ ସେ ନିଜ ପାଇଁ ଅସତ୍ ହୋଇପାରିବେ ନାହିଁ।


ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ?


ସେମାନେ ବାରମ୍ବାର ପରମେଶ୍ୱରଙ୍କୁ ପରୀକ୍ଷା କଲେ। ସେମାନେ ପ୍ରକୃତରେ ଇସ୍ରାଏଲର ପବିତ୍ର ସ୍ୱରୂପଙ୍କୁ ବିରକ୍ତ କଲେ।


ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।”


ଯିହୋଶାଫ‌ଟଙ୍କ ସୈନ୍ୟଦଳ ପ୍ରଭାତରେ ତକୋୟର ମରୁଭୂମି ମଧ୍ୟକୁ ଯୁଦ୍ଧ ପାଇଁ ଯାତ୍ରା କଲେ। ସେମାନେ ଯାତ୍ରାରମ୍ଭ କରିବା ସମୟରେ ଯିହୋଶାଫଟ୍ ଉଠି ଠିଆ ହେଲେ ଓ କହିଲେ, “ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ, ତେବେ ତୁମ୍ଭେମାନେ ଦୃଢ଼ ରୂପେ ଠିଆ ହୋଇ ପାରିବ। ସଦାପ୍ରଭୁଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରେ ବିଶ୍ୱାସ ରଖ। ତୁମ୍ଭେମାନେ କୃତକାର୍ଯ୍ୟ ହେବ।”


ଏହା ପାଇଁ ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି: ମୋର ପ୍ରଭୁ ରିମ୍ମୋଣ ମନ୍ଦିରରେ ପୂଜା କରିବା ପାଇଁ ଯିବା ବେଳେ ମୋ’ ଉପରେ ନତ ହେବେ, ତେଣୁ ମୁଁ ମଧ୍ୟ ରିମ୍ମୋଣ ମନ୍ଦିରରେ ପ୍ରଣାମ କରିବି, ଯେତେବେଳେ ସେ ପ୍ରଣାମ କରନ୍ତି। ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି ଯେତେବେଳେ ଏହା ଘଟେ।”


ପି‌ସ୍‌ଗାର ଶୃଙ୍ଗକୁ ଚଢ଼ିଯାଅ, ଆଉ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ପୂର୍ବ ଆଡ଼େ ତୁମ୍ଭ ନିଜ ଆଖିରେ ସେହି ଦେଶକୁ ଦେଖ, କାରଣ ତୁମ୍ଭେ କେବେ ଯର୍ଦ୍ଦନ ନଦୀ ପାର ହେବ ନାହିଁ।


ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିହିଲାମୀୟ ଶମୟିୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା। ଏହି ଲୋକମାନଙ୍କ ମଧ୍ୟରେ ବାସ କରିବାକୁ ତାହାର କେହି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ।’” ଏହା ସଦାପ୍ରଭୁ କହନ୍ତି, “‘ଆମ୍ଭେ ଶମୟିୟକୁ ଦଣ୍ଡ ଦେବା, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।’”


ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦେବା ପାଇଁ କେଉଁଠାରେ ପାଇବି? କାରଣ ସେମାନେ ମୋ’ ନିକଟରେ କାନ୍ଦି କହୁଛନ୍ତି, ସେମାନେ ପାଟି କରନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।’


ପରମେଶ୍ୱର ମନୁଷ୍ୟ ନୁହନ୍ତି, ସେ ମିଥ୍ୟା କହିବେ ନାହିଁ। ସେ ମଧ୍ୟ ମନୁଷ୍ୟ ନୁହନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହେବ ନାହିଁ? ନା!


Swiv nou:

Piblisite


Piblisite