Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 3:1 - ପବିତ୍ର ବାଇବଲ

1 ଆହାବଙ୍କ ଅନ୍ତେ ତାଙ୍କ ପୁତ୍ର ଯିହୋରାମ ଶମରିୟାରେ ଇସ୍ରାଏଲ ଉପରେ ରାଜତ୍ୱ କଲେ। ସେ ଯିହୁଦାର ରାଜା ଯିହୋଶାଫଟଙ୍କର ଅଷ୍ଟାଦଶ ବର୍ଷର ରାଜତ୍ୱ କାଳରେ ରାଜା ହେଲେ ଓ ଇସ୍ରାଏଲରେ ବାରବର୍ଷ ରାଜ୍ୟ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଯିହୁଦାର ରାଜା ଯିହୋଶାଫଟଙ୍କର ଅଧିକାରର ଅଠର ବର୍ଷରେ ଆହାବଙ୍କର ପୁତ୍ର ଯିହୋରାମ୍ ଶମରୀୟାରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ବାର ବର୍ଷ ରାଜ୍ୟ କଲେ।

Gade chapit la Kopi

ଓଡିଆ ବାଇବେଲ

1 ଯିହୁଦାର ରାଜା ଯିହୋଶାଫଟ୍‍ଙ୍କ ରାଜତ୍ଵର ଅଠର ବର୍ଷରେ ଆହାବଙ୍କର ପୁତ୍ର ଯିହୋରାମ୍‍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ବାର ବର୍ଷ ରାଜ୍ୟ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯିହୁଦାର ରାଜା ଯିହୋଶାଫଟ୍‍ଙ୍କ ରାଜତ୍ଵର ଅଠର ବର୍ଷରେ ଆହାବଙ୍କର ପୁତ୍ର ଯିହୋରାମ୍‍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିବାର ବର୍ଷ ରାଜ୍ୟ କଲେ।

Gade chapit la Kopi




2 ରାଜାବଳୀ 3:1
5 Referans Kwoze  

ସଦାପ୍ରଭୁ ଏଲିୟଙ୍କ ଦେଇ କହିଥିବା ଅନୁସାରେ ଅହସିୟଙ୍କର ମୃତ୍ୟୁ ହେଲା। ତାଙ୍କର ପୁତ୍ର ନ ଥିବାରୁ ଅହସିୟଙ୍କ ପରେ ଯିହୁଦାର ରାଜା ଯିହୋଶାଫ‌ଟଙ୍କ ପୁତ୍ର ଯିହୋରାମର ଦ୍ୱିତୀୟ ବର୍ଷ ରାଜତ୍ୱ କାଳରେ ଯିହୋରାମ ତାଙ୍କ ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ।


ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲରେ ରାଜତ୍ୱ କରିବାର ପଞ୍ଚମ ବର୍ଷରେ ଯିହୋଶାଫଟଙ୍କ ପୁତ୍ର ଯିହୋରାମ ଯିହୁଦାର ରାଜା ହେଲେ।


ଯିହୁଦାର ରାଜା ଯିହୋଶାଫ‌ଟଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଆହାବଙ୍କ ପୁତ୍ର ଅହସିୟ ଇସ୍ରାଏଲର ରାଜା ହେଲେ। ସେ ଶମରିୟାରେ ଦୁଇ ବର୍ଷ ଶାସନ କଲେ।


ତହୁଁ ଇସ୍ରାଏଲର ରାଜା, ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତ ଦିନ ଧରି ଯାତ୍ରା କଲେ। ସେମାନଙ୍କର ସୈନ୍ୟମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନ ଥିଲା।


ଆହାବଙ୍କ ପରିବାର ତାଙ୍କୁ ଯେଉଁ ପରାମର୍ଶ ଦେଲେ, ଅହସିୟ ତାହା ପାଳନ କଲେ। ଅହସିୟ ଇସ୍ରାଏଲ ରାଜା ଯିହୋରା‌ମଙ୍କ ସହିତ ମିଳି ଅରା‌ମ୍‌ର ରାଜା ହସାୟେଲ ସହିତ ରାମୋତ୍-ଗିଲିୟ‌ଦ୍‌ରେ ଯୁଦ୍ଧ କରିବାକୁ ଗଲେ। ଆହାବ ଯିହୋରା‌ମଙ୍କର ପିତା ଥିଲା। କିନ୍ତୁ ଅରାମୀୟମାନେ ଯିହୋରାମକୁ ଯୁଦ୍ଧରେ କ୍ଷତାକ୍ତ କରି ପକାଇଲେ।


Swiv nou:

Piblisite


Piblisite