Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 1:4 - ପବିତ୍ର ବାଇବଲ

4 ପୁଣି ଅହସିୟଙ୍କୁ କୁହ, ଯେହେତୁ ତୁମ୍ଭେ ବାଲ୍-ସବୂବଙ୍କ ପରାମର୍ଶ କରିବାକୁ ଆଦେଶ ଦେଲ, ଏଥିପାଇଁ ସଦାପ୍ରଭୁ ଏହା କୁହନ୍ତି, ତୁମ୍ଭେ ଆଉ ତୁମ୍ଭର ଶଯ୍ୟାରୁ ଉଠିବ ନାହିଁ। ତୁମ୍ଭେ ନିଶ୍ଚିତ ମୃତ୍ୟୁବରଣ କରିବ।’” ଏଲିୟ ଅହସିୟଙ୍କ ଦାସମାନଙ୍କୁ ଏହା କହି ପରିତ୍ୟାଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ। ଏଉତ୍ତାରେ ଏଲୀୟ ପ୍ରସ୍ଥାନ କଲେ।

Gade chapit la Kopi

ଓଡିଆ ବାଇବେଲ

4 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ।” ଏଉତ୍ତାରେ ଏଲୀୟ ପ୍ରସ୍ଥାନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ।’” ଏଉତ୍ତାରେ ଏଲୀୟ ପ୍ରସ୍ଥାନ କଲେ।

Gade chapit la Kopi




2 ରାଜାବଳୀ 1:4
14 Referans Kwoze  

ଆଉ ସମସ୍ତଙ୍କର ଜୀବନ ମୋର ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ୟ ସେପରି। ଏବଂ ଯେଉଁ ବ୍ୟକ୍ତି ପାପ କରେ ସେ ମରିବ।


କିନ୍ତୁ ସର୍ପ ସ୍ତ୍ରୀଲୋକଟିକୁ କହିଲା, “ତୁମ୍ଭେ ମରିବ ନାହିଁ।


କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସେହି ବୃକ୍ଷର ଫଳ ଖାଇବ ତୁମ୍ଭେ ସେହି ଦିନ ମରିବ!”


ଯେଉଁ ଲୋକ ଧାର୍ମିକତାରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ଯିଏ କୁକର୍ମର ପଛରେ ଯାଏ, ସେ ଆପଣାର ମୃତ୍ୟୁ ଘଟାଇବ।


ତହୁଁ ଏଲିୟ ରାଜାଙ୍କୁ କହିଲେ, “ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତୁମ୍ଭେ ଇକ୍ରୋଣ ଦେବତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କାହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ଯ୍ୟ ଯୋଗୁଁ ତୁମ୍ଭେ ଶଯ୍ୟାରୁ ଆଉ ଉଠିବ ନାହିଁ, ସେହିଠାରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ୟଗୁଡ଼ିକ କହିଲେ।”


ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାସ୍ତ କରାଇବେ। ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଆସନ୍ତା କାଲି ମୋ’ ସହିତ ଏହିଠାରେ ରହିବ।”


ଦୁଷ୍ଟଲୋକ ଆପଣା ମନ୍ଦ କର୍ମରେ ତଡ଼ି ଦିଆଯାଏ, ମାତ୍ର ମରଣକାଳରେ ଧାର୍ମିକର ଆଶ୍ରୟ ଥାଏ।


ତହୁଁ ବାର୍ତ୍ତାବହମାନେ ଅହସିୟଙ୍କୁ କହିଲେ, “ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫେରିଯାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, ‘ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତେବେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶଯ୍ୟାରୁ ଉଠିବ ନାହିଁ, ସେହିଠାରେ ମରିବ।’”


ତା'ପରେ ଭବିଷ୍ୟ‌ଦ୍‌ବକ୍ତା ଅହିୟ ଯାରବିୟାମର ପତ୍ନୀକୁ କହିଲେ, “ତୁମ୍ଭେ ଗୃହକୁ ଫେରିଯାଅ, ତୁମ୍ଭେ ତୁମ୍ଭ ନଗରରେ ପହଞ୍ଚିବା ମାତ୍ରେ ତୁମ୍ଭର ପୁତ୍ର ମୃତ୍ୟୁବରଣ କରିବ।


କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, ସେମାନେ ଅବଶ୍ୟ ଏହି ମରୁଭୂମିରେ ମରିବେ। କେବଳ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।


ବାର୍ତ୍ତାବହମାନେ ଅହସିୟଙ୍କ ନିକଟକୁ ଫେରି ଆସନ୍ତେ, ଅହସିୟ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହିଁକି ଶୀଘ୍ର ଫେରି ଆସିଲ?”


ତେଣୁ ଏଲିୟ ରାଜା ଆହାବଙ୍କୁ ଭେଟିବାକୁ ଗଲେ। ସେ ସମୟରେ ଶମରିୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା।


ତହିଁରେ ଇଲୀଶାୟ କହିଲେ, “ଯାଅ, ବି‌ନ୍‌ହଦ‌ଦଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ବଞ୍ଚିବ।’ କିନ୍ତୁ ପ୍ରକୃତରେ ସଦାପ୍ରଭୁ ମୋତେ କହିଛନ୍ତି ଯେ, ‘ସେ ଅବଶ୍ୟ ମରିବ।’”


ସେ ସମୟରେ ହିଜକିୟ ଅସୁସ୍ଥ ହେଲେ ଏବଂ ମୃତ୍ୟୁବରଣ କରିବା ଉପରେ ହେଲେ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ୟମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚୟ ମରିବ।’”


Swiv nou:

Piblisite


Piblisite