Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 1:3 - ପବିତ୍ର ବାଇବଲ

3 ମାତ୍ର ସଦାପ୍ରଭୁଙ୍କ ଦୂତ ତି‌‌‌‌ଶ୍‌ବୀୟ ଏଲିୟଙ୍କୁ କହିଲେ, “ଯାଅ, ଶମରିୟା ରାଜାଙ୍କର ଦୂତମାନଙ୍କୁ ଭେଟ ଓ ସେମାନଙ୍କୁ କୁହ, ‘ଇସ୍ରାଏଲରେ କ’ଣ ଇସ୍ରାଏଲର ପରମେଶ୍ୱର ନାହାନ୍ତି ଯେ, ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପରାମର୍ଶ କରିବାକୁ ଯାଉଛ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମାତ୍ର ସଦାପ୍ରଭୁଙ୍କ ଦୂତ ତିଶ୍ବୀୟ ଏଲୀୟଙ୍କୁ କହିଲେ, ଉଠ, ଶମରୀୟ ରାଜାଙ୍କର ଦୂତଗଣକୁ ସାକ୍ଷାତ କରିବାକୁ ଯାଅ ଓ ସେମାନଙ୍କୁ କୁହ, ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାରିବାକୁ ଯାଉଅଛ?

Gade chapit la Kopi

ଓଡିଆ ବାଇବେଲ

3 ମାତ୍ର ସଦାପ୍ରଭୁଙ୍କ ଦୂତ ତିଶ୍‍ବୀୟ ଏଲୀୟଙ୍କୁ କହିଲେ, “ଉଠ, ଶମରୀୟା ରାଜାଙ୍କର ଦୂତଗଣକୁ ସାକ୍ଷାତ କରିବାକୁ ଯାଅ ଓ ସେମାନଙ୍କୁ କୁହ, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାରିବାକୁ ଯାଉଅଛ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମାତ୍ର ସଦାପ୍ରଭୁଙ୍କ ଦୂତ ତିଶ୍‍ବୀୟ ଏଲୀୟଙ୍କୁ କହିଲେ, “ଉଠ, ଶମରୀୟା ରାଜାଙ୍କର ଦୂତଗଣକୁ ସାକ୍ଷାତ କରିବାକୁ ଯାଅ ଓ ସେମାନଙ୍କୁ କୁହ, ‘ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାରିବାକୁ ଯାଉଅଛ?’

Gade chapit la Kopi




2 ରାଜାବଳୀ 1:3
21 Referans Kwoze  

ଏଲିୟ ତି‌‌‌‌ଶ୍‌ବୀୟର ଭବିଷ୍ୟ‌ଦ୍‌ବକ୍ତା ଗିଲିୟଦରେ ରାଜା ଆହାବଙ୍କୁ କହିଲେ, ଗିଲିୟଦର ପ୍ରବାସୀ ତି‌‌‌‌ଶ୍‌ବୀୟ ଏଲିୟ ଭବିଷ୍ୟ‌ଦ୍‌ବକ୍ତା ରାଜା ଆହାବଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସେବା କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶରେ କାକର କି ବୃଷ୍ଟିପାତ ହେବ ନାହିଁ। ଯଦି ମୁଁ ଆଦେଶ ଦିଏ ତେବେ ବର୍ଷା ହେବ।”


“କେତେକ ଲୋକ ମୂଲ୍ୟହୀନ ପିତୁଳା ପୂଜା କରନ୍ତି କିନ୍ତୁ ସେହି ପିତୁଳା ସେମାନଙ୍କୁ କେବେ ସାହାଯ୍ୟ କରେ ନାହିଁ।


ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।


ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲି‌ପ୍‌ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗ‌ଜ୍‌‌ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।”


ଯିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, “ଯୀଶୁଙ୍କ ଦେହରେ ବା‌ଲ୍‌ଜିବୂଲ୍ ପଶି ଯାଇଛି। ସେଥି ଯୋଗୁଁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛନ୍ତି।”


ଏହା ପରେ ନାମାନ୍ ଓ ତା'ର ସମସ୍ତ ସାଥୀ ଲୋକମାନେ ଫେରି ଆସି ପରମେଶ୍ୱରଙ୍କ ଲୋକ ଇଲୀଶାୟ ସମ୍ମୁଖରେ ଆସି ଛିଡ଼ା ହେଲେ ଓ କହିଲେ, “ଦେଖନ୍ତୁ, ମୁଁ ଏବେ ବୁଝିଲି ଇସ୍ରାଏଲର ପରମେଶ୍ୱରଙ୍କ ଛଡ଼ା ସମଗ୍ର ପୃଥିବୀରେ ଆଉ ପରମେଶ୍ୱର କେହି ନାହାନ୍ତି। ତେଣୁ ମୁଁ ବିନୟ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”


ବାର୍ତ୍ତାବହମାନେ ଅହସିୟଙ୍କୁ ଉତ୍ତର କଲେ, “ସେ ଲୋକଟି ଲୋମଶ ବସ୍ତ୍ର ପରିଧାନ କରିଥିଲା ଓ ତା'ର କଟିରେ ଏକ ଚମଡ଼ାର ପଟୁକା ବନ୍ଧା ଥିଲା।” ତା'ପରେ ଅହସିୟ କହିଲେ, “ସେ ପ୍ରକୃତରେ ତି‌‌‌‌ଶ୍‌ବୀୟ ଏଲିୟ।”


ତହୁଁ ବାର୍ତ୍ତାବହମାନେ ଅହସିୟଙ୍କୁ କହିଲେ, “ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫେରିଯାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, ‘ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତେବେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶଯ୍ୟାରୁ ଉଠିବ ନାହିଁ, ସେହିଠାରେ ମରିବ।’”


ଏକଦା ଅହସିୟ ତାଙ୍କର ଶମରିୟାସ୍ଥିତ ଗୃହର ଛାତ ଉପରୁ ଝରକା ଦେଇ ପଡ଼ି ଆହତ ହେଲେ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, “ଯାଅ, ମୁଁ ଏହି ଆଘାତରୁ ଆରୋଗ୍ୟ ଲାଭ କରିବି କି ନାହିଁ, ଏହା ଇକ୍ରୋଣର ଯାଜକ ବାଲ୍-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।”


ଏହି ସମୟରେ ତି‌‌‌‌ଶ୍‌ବୀୟ ଏଲିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାର୍ତ୍ତା ଉପସ୍ଥିତ ହେଲା, ଯଥା:


ଏହା ପରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ସ୍ପର୍ଶ କଲେ ଓ କହିଲେ, “ଉଠ! ଭୋଜନ କର। କାରଣ ତୁମ୍ଭେ ଦୀର୍ଘ ଯାତ୍ରା ପାଇଁ ଶକ୍ତିଶାଳୀ ହେବା ଦରକାର।”


ତା'ପରେ ଏଲିୟ ସେହି ରୋତମ ଗଛମୂଳରେ ନିଦ୍ରା ଗଲେ। ଏହା ପରେ ଜଣେ ସ୍ୱର୍ଗଦୂତ ଆସିଲେ ଓ ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ! ଭୋଜନ କର।”


ସନ୍ଧ୍ୟାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିୟ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଗଲେ ଓ କହିଲେ, “ହେ ସଦାପ୍ରଭୁ, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର ଓ ମୁଁ ଯେ ତୁମ୍ଭର ସେବକ ଏବଂ ମୁଁ ଯେ ତୁମ୍ଭ ବାକ୍ୟ ଅନୁସାରେ ଏହିସବୁ କାର୍ଯ୍ୟ କରିଅଛି।


ଅନାବୃଷ୍ଟିର ତୃତୀୟ ବର୍ଷରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ତୁମ୍ଭେ ଯାଇ ରାଜା ଆହାବଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।”


ଆଜି ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ସମର୍ପି ଦେବେ। ଏବଂ ମୁଁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛେଦନ କରିବି। ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶରୀର ଆକାଶ ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ୍ୟପଶୁମାନଙ୍କୁ ଦେବି, ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ।


ଏହା ପରେ ପରମେଶ୍ୱରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇସ୍ରାଏଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, “ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମୋ’ ନିକଟକୁ ଆସୁ, ତାହାହେଲେ ଇସ୍ରାଏଲରେ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ସେ ଜାଣିବ।”


ଆମ୍ଭେ ଶଲୋମନର ରାଜ୍ୟ କାଢ଼ି ନେବାର କାରଣ ହେଉଛି, ସେ ଆମ୍ଭର ପଶ୍ଚା‌ଦ୍‌ଗାମୀ ହେଲା ନାହିଁ। ସେ ମୋତେ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବତା, ମୋୟାବର କମୋଶ୍ ଦେବତାକୁ ଓ ଅମ୍ମୋନୀୟମାନଙ୍କର ମି‌ଲ୍‌‌‌କମ୍ ଦେବତାକୁ ପ୍ରଣାମ କରିଅଛି। ମୋ’ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମୋର ନିର୍ଦ୍ଦେଶ ଓ ନିୟମ ଆଜ୍ଞା ମାନିଲା ନାହିଁ।


କେତେକ ଲୋକ କୁହନ୍ତି, “ଭବିଷ୍ୟ‌ଦ୍‌ବକ୍ତା ଓ ଗୁଣିଆମାନଙ୍କୁ କ’ଣ କରିବାକୁ ହେବ ପଗ୍ଭର। ଏହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ପକ୍ଷୀ ପରି ଗୁଣୁଗୁଣୁ ହୋଇ ମନ୍ତ୍ର କୁହନ୍ତି, ଫଳରେ ଲୋକମାନେ ଭାବନ୍ତି ସେମାନେ ବହୁ ଗୋପନୀୟ ମୃତ ଓ ଜୀବିତମାନଙ୍କ ବିଷୟରେ ଜାଣନ୍ତି।” ମାତ୍ର ମୁଁ ତୁମ୍ଭକୁ କହୁଛି ଯେ “ଲୋକମାନେ ସେମାନଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା କରିବା ଉଚିତ୍। ସେହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ମୃତ ବ୍ୟକ୍ତିଙ୍କ ବିଷୟରେ ପଗ୍ଭରନ୍ତି। ସେମାନେ କ’ଣ ଜୀବିତମାନଙ୍କ ବିଷୟରେ ମୃତମାନଙ୍କଠାରୁ ଜାଣି ପାରିବେ?”


Swiv nou:

Piblisite


Piblisite