Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 1:16 - ପବିତ୍ର ବାଇବଲ

16 ତହୁଁ ଏଲିୟ ରାଜାଙ୍କୁ କହିଲେ, “ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତୁମ୍ଭେ ଇକ୍ରୋଣ ଦେବତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କାହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ଯ୍ୟ ଯୋଗୁଁ ତୁମ୍ଭେ ଶଯ୍ୟାରୁ ଆଉ ଉଠିବ ନାହିଁ, ସେହିଠାରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ୟଗୁଡ଼ିକ କହିଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପୁଣି ସେ ରାଜାଙ୍କୁ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ଵର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ।

Gade chapit la Kopi

ଓଡିଆ ବାଇବେଲ

16 ପୁଣି ସେ ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ।’”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପୁଣି ସେ ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ।’”

Gade chapit la Kopi




2 ରାଜାବଳୀ 1:16
13 Referans Kwoze  

“ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।


ତେଣୁ ଗିହେଜୀ ନାମାନଙ୍କୁ ଅନୁସରଣ କଲା। ନାମାନ୍ ଦେଖିଲେ କେହି ଜଣେ ତାଙ୍କର ପଛରେ ଦୌଡ଼ୁଛି। ତେଣୁ ସେ ରଥରୁ ଓହ୍ଲାଇ ତାଙ୍କୁ ଅଭିନନ୍ଦନ କଲେ ଓ ପଗ୍ଭରିଲେ, “ସମସ୍ତ କୁଶଳତ?”


ତହିଁରେ ମୀଖାୟ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ସମସ୍ତେ ଶୁଣ, ଯଦି ରାଜା ଆହାବ କୁଶଳରେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସେ, ତେବେ ସଦାପ୍ରଭୁ ମୋତେ ବାର୍ତ୍ତା ଦେଇ ନାହାନ୍ତି ବୋଲି ଜାଣିବ।”


ତହୁଁ ବାର୍ତ୍ତାବହମାନେ ଅହସିୟଙ୍କୁ କହିଲେ, “ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫେରିଯାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, ‘ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତେବେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶଯ୍ୟାରୁ ଉଠିବ ନାହିଁ, ସେହିଠାରେ ମରିବ।’”


ଏଣୁ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଯେକେହି ଇସ୍ରାଏଲୀୟ ଯିଏ ତା'ର ହୃଦୟ ନିଜର ମୂର୍ତ୍ତିକୁ ଦିଏ, ଏବଂ ଯାହାର ପାପ ତା’ ପାଇଁ ଏକ ବାଧା ଦିଏ, ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଉପଦେଶ ପାଇଁ ଯାଏ, ମୁଁ ସଦାପ୍ରଭୁ ନିଜେ ତାକୁ ଉତ୍ତର ଦେବି। କିନ୍ତୁ ତାକୁ ଯାଇ ପଗ୍ଭରିବା ପାଇଁ କହିଲି, ତାଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକୁ ସାହାଯ୍ୟ ନିମନ୍ତେ।


ତତ୍ପରେ ରାଜା ବି‌ନ୍‌ହଦଦ୍ ହସାୟେଲକୁ କହିଲେ, “ଏହି ଉପହାର ନେଇ ପରମେଶ୍ୱରଙ୍କ ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ, ଏହି କଥା ତାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଗ୍ଭର।”


ତହିଁରେ ଇଲୀଶାୟ କହିଲେ, “ଯାଅ, ବି‌ନ୍‌ହଦ‌ଦଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ବଞ୍ଚିବ।’ କିନ୍ତୁ ପ୍ରକୃତରେ ସଦାପ୍ରଭୁ ମୋତେ କହିଛନ୍ତି ଯେ, ‘ସେ ଅବଶ୍ୟ ମରିବ।’”


ସେ ସମୟରେ ହିଜକିୟ ଅସୁସ୍ଥ ହେଲେ ଏବଂ ମୃତ୍ୟୁବରଣ କରିବା ଉପରେ ହେଲେ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ୟମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚୟ ମରିବ।’”


ଯେଉଁ ଲୋକ ଧାର୍ମିକତାରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ଯିଏ କୁକର୍ମର ପଛରେ ଯାଏ, ସେ ଆପଣାର ମୃତ୍ୟୁ ଘଟାଇବ।


Swiv nou:

Piblisite


Piblisite