Biblia Todo Logo
Bib sou entènèt

- Piblisite -




୨ ଯୋହନ 1:6 - ପବିତ୍ର ବାଇବଲ

6 ପ୍ରେମର ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ୱରଙ୍କ ଆଜ୍ଞା ଏହି: ତୁମ୍ଭେ ଏକ ପ୍ରେମର ଜୀବନ ବିତାଅ। ତୁମ୍ଭେ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା।

Gade chapit la Kopi

ଓଡିଆ ବାଇବେଲ

6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ଯେଉଁ ପ୍ରେମ କଥା ଏଠାରେ ମୁଁ ଉଲ୍ଲେଖ କରୁଛି, ତା’ର ଅର୍ଥ ହେଲା, ଜୀବନରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା। ସେହି ଆଜ୍ଞା କଅଣ, ତୁମେ ଆଦ୍ୟରୁ ଶୁଣଇଛ- ତାହା ହେଉଛି, ଆମେ ସମସ୍ତେ ପରସ୍ପର ପ୍ରତି ପ୍ରେମରେ ଆବଦ୍ଧ ହୋଇ ରହିବା ଉଚିତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା।

Gade chapit la Kopi




୨ ଯୋହନ 1:6
14 Referans Kwoze  

କାରଣ ପରମେଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ।


ତୁମ୍ଭେମାନେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସେହି ଶିକ୍ଷା ଅନୁଯାୟୀ ଜୀବନ କାଟିବ, ତେବେ ତୁମ୍ଭେ ପିତା ପରମେଶ୍ୱର ଓ ପୁତ୍ରଙ୍କଠାରେ ରହିବ।


ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ଶିକ୍ଷା ପାଳନ କରେ, ତା'ଠାରେ ପରମେଶ୍ୱରଙ୍କ ପ୍ରେମର ଉଦ୍ଦେଶ୍ୟ ସାଧିତ ହୋଇଛି। ଏହିଭଳି ଭାବେ ଆମ୍ଭେମାନେ ପରମେଶ୍ୱରଙ୍କର ଅନୁଗମନ କରୁଛୁ ବୋଲି ଜାଣି ପାରିବା।


ମୁଁ ମୋର ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ’ ପ୍ରେମରେ ରହିବ।


“ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ।


ତୁମ୍ଭେ ଯଦି ମୋ’ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ।


ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ’ ପରମପିତା ମଧ୍ୟ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା’ ନିକଟରେ ପ୍ରକାଶ କରିବି।”


ପ୍ରତ୍ୟେକ ସମୟରେ ସେ ଆମ୍ଭର ମାଗୁଣି ଶୁଣନ୍ତି। ତେଣୁ ଆମ୍ଭେ ତାହାଙ୍କୁ ଯାହା ମାଗୁ, ତାହା ସେ ଦେବେ ବୋଲି ଜାଣୁ।


ପ୍ରିୟ ମହାଶୟା। ମୁଁ ତୁମ୍ଭକୁ କହୁଛି: ଆମ୍ଭେ ସମସ୍ତେ ପରସ୍ପରକୁ ପ୍ରେମ କରିବା ଉଚିତ୍। ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସେହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି।


ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚା‌ଦ୍‌ଗମନ କରିବ। ତାହାଙ୍କୁ ଭୟ କରିବ। ତାହାଙ୍କ ଆଜ୍ଞା ସବୁ ପାଳନ କରିବ। ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେବ। ତାଙ୍କର ସେବା କରିବ। ଏବଂ ତାଙ୍କଠାରେ ଆସକ୍ତି ହେବ।


ଯୀଶୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ ତେବେ ସେ ମୋହର ଉପଦେଶ ପାଳନ କରିବ। ମୋର ପରମପିତା ତାକୁ ପ୍ରେମ କରିବେ। ମୋର ପରମପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତା’ ସହିତ ରହିବୁ।


ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା।


Swiv nou:

Piblisite


Piblisite