Biblia Todo Logo
Bib sou entènèt

- Piblisite -




୨ ଯୋହନ 1:4 - ପବିତ୍ର ବାଇବଲ

4 ମୁଁ ତୁମ୍ଭର କେତେକ ସନ୍ତାନମାନଙ୍କ ବିଷୟରେ ଶୁଣି ଖୁସୀ ହେଲି। ମୁଁ ଅତିଶୟ ଆନନ୍ଦିତ ଯେ, ପିତାଙ୍କ ଆଜ୍ଞାନୁସାରେ ସେମାନେ ସତ୍ୟପଥ ଅନୁସରଣ କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।

Gade chapit la Kopi

ଓଡିଆ ବାଇବେଲ

4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ଈଶ୍ୱରଙ୍କ ଆଜ୍ଞାନୁଯାୟୀ ତୁମର କେତେକ ସନ୍ତାନ ଯେ ସତ୍ୟ ଉପରେ ଜୀବନକୁ ଅଧାରିତ କରିଛନ୍ତି, ଏ କଥା ମୁଁ ବଡ଼ ଆନନ୍ଦିତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।

Gade chapit la Kopi




୨ ଯୋହନ 1:4
12 Referans Kwoze  

ଅତୀତରେ ତୁମ୍ଭେ ଅନ୍ଧକାରରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠାରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର।


ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।


ପରମେଶ୍ୱରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ୟକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ୍।


ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ। ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ।


ଲେବୀ ସତ୍ୟବାଣୀ ପ୍ରଗ୍ଭର କରୁଥିଲା ଏବଂ ସେ ମିଥ୍ୟା ଶିକ୍ଷା ଦେଉନ ଥିଲା। ସେ ଧାର୍ମିକ ଏବଂ ବିଶ୍ୱସ୍ତତାର ସମ୍ବନ୍ଧ ଆମ୍ଭ ସହିତ ରଖୁଥିଲା। ସେ ବହୁତ ଲୋକମାନଙ୍କୁ ସେମାନଙ୍କ ଜୀବନର ପାପପୂର୍ଣ୍ଣ ପଥରୁ ବିମୂଖ କରୁଥିଲା।


ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତିତ ହୋଇଥିବାରୁ ମୁଁ ପ୍ରଭୁଙ୍କଠାରେ ଆନନ୍ଦିତ। ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତା କରୁଥିଲ, କିନ୍ତୁ ତାହା ଦେଖାଇବା ପାଇଁ ସୁଯୋଗ ପାଇ ନ ଥିଲ।


ଏହି ଯିହୂଦୀମାନେ ଯାହା ଯାହା କଲେ, ମୁଁ ଦେଖିଲି। ସେମାନେ ସୁସମାଗ୍ଭର ସତ୍ୟର ପାଳନ କରୁ ନ ଥିଲେ। ତେଣୁ ସମସ୍ତ ଅନ୍ୟ ଯିହୂଦୀମାନେ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି: “ପିତର! ତୁମ୍ଭେ ଜଣେ ଯିହୂଦୀ! କିନ୍ତୁ ତୁମ୍ଭେ ଜଣେ ଯିହୂଦୀଙ୍କ ଭଳି ଜୀବନଯାପନ କରୁ ନାହଁ। ତୁମ୍ଭେ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଭେ ଅଣଯିହୂଦୀମାନଙ୍କୁ, ଯିହୂଦୀଲୋକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ୟ କରୁଛ?”


ସେ ଅଧର୍ମରେ କଦାପି ଆନନ୍ଦ କରେ ନାହିଁ, ମାତ୍ର ସେ ସତ୍ୟରେ ଆନନ୍ଦ କରେ।


Swiv nou:

Piblisite


Piblisite