୨ କରିନ୍ଥୀୟ 9:7 - ପବିତ୍ର ବାଇବଲ7 ପ୍ରତ୍ୟେକ ଲୋକ ଆପଣା ହୃଦୟରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନରେ କୌଣସି ଦୁଃଖ ରଖି ବା ବାଧ୍ୟବାଧକତାରେ ଦାନ ନ ଦେଉ, ଆନନ୍ଦିତ ମନରେ ଦାନ କରିଥିବା ଲୋକକୁ ପରମେଶ୍ୱର ଭଲ ପାଆନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)7 ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ଵର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି। Gade chapit laଓଡିଆ ବାଇବେଲ7 ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି । Gade chapit laପବିତ୍ର ବାଇବଲ (CL) NT (BSI)7 ଅତଏବ, ଯେ ଯେପରି ସଙ୍କଳ୍ପ କରିଛି, ସେ ସେହିପରି ଦାନ କରୁ ଏବଂ ସେହି ଦାନ କୁଣ୍ଠିତ ହୋଇ କିମ୍ବା କେବଳ କର୍ତ୍ତବ୍ୟ ବୋଧରୁ ନ ହେଉ। କାରଣ ପ୍ରଫୁଲ୍ଲଚିତ୍ତ ଦାତାକୁ ଈଶ୍ୱର ପସନ୍ଦ କରିନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ବର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି। Gade chapit la |
ହେ ମୋର ପରମେଶ୍ୱର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ୱସ୍ତ ହୃଦୟରେ, ଆନନ୍ଦିତ ମନରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠାରେ ଏକତ୍ରିତ ହେବାର ଦେଖୁଅଛି। ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଆନନ୍ଦିତ ମନରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।
ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ୱନା ଦେବାର ଅନୁଗ୍ରହ ଦାନ ମିଳିଛି, ତା'ହେଲେ ସେ ଲୋକମାନଙ୍କୁ ସାନ୍ତ୍ୱନା ଦେଉ। ଯଦି କାହାକୁ ଦାନ ଦେବା ଅନୁଗ୍ରହ ଦାନ ମିଳିଛ ତା'ହେଲେ ସେ ଖୋଲା ମନରେ ଦାନ କରୁ। ଯଦି କାହାକୁ ନେତୃତ୍ୱ ନେବାର ଅନୁଗ୍ରହ ଦାନ ମିଳିଛି, ତା'ହେଲେ ସେ ମନ ପ୍ରାଣ ଢାଳି ନେତୃତ୍ୱ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦେଖାଇବା ଅନୁଗ୍ରହ ଦାନ ମିଳିଛି ତା'ହେଲେ ସେ ଆନନ୍ଦ ମନରେ ଦୟା ଦେଖାଉ।