Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 9:11 - ପବିତ୍ର ବାଇବଲ

11 ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରତ୍ୟେକ ବିଷୟରେ ଧନୀ କରିବେ, ଫଳ ସ୍ୱରୂପ ତୁମ୍ଭେମାନେ ସବୁବେଳେ ଉଦାର ମନରେ ଦାନ ଦେଇ ପାରିବ। ଆମ୍ଭ ମାଧ୍ୟମରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ୱରଙ୍କୁ ଲୋକେ ଧନ୍ୟବାଦ ଦେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବପ୍ରକାର ବଦାନ୍ୟତା ଦେଖାଇ ପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ଵାରା ଈଶ୍ଵରଙ୍କ ଧନ୍ୟବାଦର କାରଣ ହେବ।

Gade chapit la Kopi

ଓଡିଆ ବାଇବେଲ

11 ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବ ପ୍ରକାର ବଦାନ୍ୟତା ଦେଖାଇ ପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ୱରଙ୍କ ଧନ୍ୟବାଦର କାରଣ ହେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ତୁମ୍ଭେମାନେ ସର୍ବଦା ଯେପରି ଉଦାର ଭାବରେ ଦାନ କରିପାର, ଏଥିପାଇଁ ଈଶ୍ୱର ତୁମ୍ଭମାନଙ୍କୁ ସବୁ ବିଷୟରେ ସମୃଦ୍ଧ କରିବେ ଏବଂ ଆମ୍ଭମାନଙ୍କ ସ୍ୱାରା ତୁମେ ପଠାଇଥିବା ଦାନ ପାଇଁ ଅନେକେ ଈଶ୍ୱରଙ୍କନିକଟରେ କୃତଜ୍ଞ ହୋଇ ଧନ୍ୟବାଦ ଦେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବ ପ୍ରକାର ବଦାନ୍ୟତା ଦେଖାଇପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ବରଙ୍କ ଧନ୍ୟବାଦର କାରଣ ହେବ।

Gade chapit la Kopi




୨ କରିନ୍ଥୀୟ 9:11
15 Referans Kwoze  

ସେ ଆମ୍ଭକୁ ମଧ୍ୟ ତୁମ୍ଭମାନଙ୍କ ସହିତ ନିଜ ସମ୍ମୁଖରେ ଠିଆ କରିବେ। ଏହି ବିଷୟକୁ ତୁମ୍ଭମାନଙ୍କ ପାଇଁ କରା ଯାଉଛି। ଏହା ଦ୍ୱାରା ଅନେକ ଲୋକ ଯେପରି ପରମେଶ୍ୱରଙ୍କ ଅନୁଗ୍ରହ ପାଇ ପାରିବେ। ପରମେଶ୍ୱରଙ୍କ ମହିମା ନିମନ୍ତେ ତାହାଙ୍କୁ ଅଧିକରୁ ଅଧିକ ଧନ୍ୟବାଦ ଅର୍ପଣ କରାଯିବ।


ଏହି ସେବା ଯେଉଁଥିରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା'ଦ୍ୱାରା କେବଳ ଯେ ସାଧୁ ମାନଙ୍କର ଆବଶ୍ୟକତା ପୂରଣ ହୁଏ, ତା’ ନୁହେଁ ବରଂ ପରମେଶ୍ୱରଙ୍କ ପ୍ରତି ହୃଦୟ ଧନ୍ୟବାଦରେ ଉଚ୍ଛୁଳି ଉଠେ।


ତୁମ୍ଭେମାନେ ନିଜ ପ୍ରାର୍ଥନା ଦ୍ୱାରା ଆମ୍ଭକୁ ସାହାଯ୍ୟ କରିପାର। ଅନେକେ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବେ, ଯେହେତୁ ସେମାନଙ୍କର ପ୍ରାର୍ଥନା ଦ୍ୱାରା ପରମେଶ୍ୱର ଆମ୍ଭକୁ ଆଶୀର୍ବାଦ ପ୍ରଦାନ କଲେ।


ଏହା ଛଡ଼ା ଆମ୍ଭ ସହିତ ଏହି ଦାନସମୂହ ନେଇ ଯିବା କାର୍ଯ୍ୟରେ ମଣ୍ଡଳୀ ସମୂହ ତାହାଙ୍କୁ ନିଯୁକ୍ତ କରିଛନ୍ତି। ଏହି ସେବା ଦ୍ୱାରା ପ୍ରଭୁଙ୍କ ମହିମା ହେବ ଓ ଆମ୍ଭେ ଯେ ପ୍ରକୃତରେ ପରୋପକାର କରିବା ପାଇଁ ଆଗ୍ରହୀ, ଏହା ପ୍ରକାଶ ପାଇବ।


ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ ତୀତସଙ୍କ ମନରେ ମୋ’ ଭଳି ତୁମ୍ଭମାନଙ୍କ ପ୍ରତି ପ୍ରେମ ଭାବ ରହିଛି।


ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ସମସ୍ତ ବିଷୟରେ ଆଶୀର୍ବାଦ ପାଇଅଛ। ତୁମ୍ଭେମାନେ ସମସ୍ତ କଥା ଓ ସମସ୍ତ ଜ୍ଞାନରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦରେ ପୂର୍ଣ୍ଣତା ଲାଭ କରିଛ।


ସାଦୋକ୍ ବଂଶର ମୁଖ୍ୟଯାଜକ ଅସରିୟ ହିଜକିୟଙ୍କୁ କହିଲେ, “ଲୋକମାନେ ଯେଉଁ ସମୟଠାରୁ ସଦାପ୍ରଭୁଙ୍କ ଗୃହକୁ ଉପହାରସବୁ ଆଣିବା ଆରମ୍ଭ କଲେ, ସେହି ସମୟଠାରୁ ଆମ୍ଭେମାନେ ପ୍ରଚୁର ଖାଦ୍ୟ ଭୋଜନ କରିବାକୁ ପାଉଅଛୁ। ଆମ୍ଭମାନଙ୍କ ଉଦର ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଆମ୍ଭେମାନେ ଭୋଜନ କରି ସାରିଲୁଣି ଓ ଆହୁରି ପ୍ରଚୁର ବଳି ପଡ଼ିଅଛି! ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେଥିନିମନ୍ତେ ଆମ୍ଭମାନଙ୍କର ଏତେ ଖାଦ୍ୟ ବଳିପଡ଼ୁଅଛି।”


ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ୱନା ଦେବାର ଅନୁଗ୍ରହ ଦାନ ମିଳିଛି, ତା'ହେଲେ ସେ ଲୋକମାନଙ୍କୁ ସାନ୍ତ୍ୱନା ଦେଉ। ଯଦି କାହାକୁ ଦାନ ଦେବା ଅନୁଗ୍ରହ ଦାନ ମିଳିଛ ତା'ହେଲେ ସେ ଖୋଲା ମନରେ ଦାନ କରୁ। ଯଦି କାହାକୁ ନେତୃତ୍ୱ ନେବାର ଅନୁଗ୍ରହ ଦାନ ମିଳିଛି, ତା'ହେଲେ ସେ ମନ ପ୍ରାଣ ଢାଳି ନେତୃତ୍ୱ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦେଖାଇବା ଅନୁଗ୍ରହ ଦାନ ମିଳିଛି ତା'ହେଲେ ସେ ଆନନ୍ଦ ମନରେ ଦୟା ଦେଖାଉ।


ମୋ’ ଧନକୁ ମୋର ଯେଭଳି ଇଚ୍ଛା ହେବ, ସେଭଳି ଖର୍ଚ୍ଚ କରିବାର ଅଧିକାର କ’ଣ ମୋର ନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ’ଣ ତୁମ୍ଭେ ଈର୍ଷା କରୁଛ କି?’


ସେହିଭଳି ଯେଉଁ ଗ୍ଭକରଟି ଦୁଇ ତୋଡ଼ା ରୂପାଟଙ୍କା ପାଇଥିଲା, ସେ ମଧ୍ୟ ଟଙ୍କାକୁ ବ୍ୟବସାୟରେ ଲଗାଇ ଆଉ ଦୁଇ ତୋଡ଼ା ରୂପାଟଙ୍କା ଲାଭ କଲା।


Swiv nou:

Piblisite


Piblisite