Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 9:10 - ପବିତ୍ର ବାଇବଲ

10 ପରମେଶ୍ୱର ହିଁ ବୁଣିବା ଲୋକ ପାଇଁ ବୀଜ ଓ ଖାଇବା ପାଇଁ ଖାଦ୍ୟ ଯୋଗନ୍ତି। ସେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବୃଦ୍ଧି କରାଇବେ। ସେ ତୁମ୍ଭମାନଙ୍କ ଭଲ କାମ ଗୁଡ଼ିକ ପାଇଁ ବିପୁଳ ଫସଲ ହେବାକୁ ଦେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆଉ, ଯେ ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି, ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ;

Gade chapit la Kopi

ଓଡିଆ ବାଇବେଲ

10 ଆଉ, ଯେ ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି,ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ଯେଉଁ ବୀଜବପନକାରୀମାନଙ୍କୁ ଈଶ୍ୱର ବୁଣିବା ପାଇଁ ବିହନ ଓ ଆହାର ପାଇଁ ଖାଦ୍ୟ ଯୋଗାନ୍ତି, ସେ ତୁମ୍ଭମାନଙ୍କର ପ୍ରୟୋଜନ ଅନୁସାରେ ବିହନ ଯୋଗାଇବେ ଓ ତୁମ୍ଭମାନଙ୍କ ଉଦାରତାର ଫଳ ସ୍ୱରୂପ ତୁମେ ମଧ୍ୟ ପ୍ରଚୁର ଫସଲ ଅମଳ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆଉ, ଯେ ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି, ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ;

Gade chapit la Kopi




୨ କରିନ୍ଥୀୟ 9:10
16 Referans Kwoze  

“ବୃଷ୍ଟି ଓ ହିମ ଯେପରି ଆକାଶରୁ ପୃଥିବୀକୁ ଆସେ, ପୁନର୍ବାର ଫେରି ଯାଏ ନାହିଁ; ମାତ୍ର ଭୂମିକୁ ସିକ୍ତ କରେ ଓ ତାକୁ ଫଳବତୀ ଓ ତୃଣ ଆଦି ଉତ୍ପନ୍ନ କରାଏ, କୃଷିକାରୀକୁ ବୀଜ ବପନ କରିବାରେ ସାହାଯ୍ୟ କରେ ଓ ଭୋଜନକାରୀକୁ ଶସ୍ୟ ଯୋଗାଏ।


ଏହି କଥାଟି ମନେରଖ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ।


ତୁମ୍ଭେ ଯଦି ଭଲପଣିଆ ବୁଣିବ ତେବେ ପ୍ରକୃତ ପ୍ରେମ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପରେ ଭଲ ଜିନିଷ ବର୍ଷା ପରି ପକାଇବେ।


ତୁମ୍ଭେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୀଜ ବୁଣ ଏବଂ ତା'ପରେ ତୁମ୍ଭର କାମ ବନ୍ଦ କରିବା ଉଚିତ୍। ପ୍ରଭାତରେ ବୀଜ ବୁଣ ଓ ସନ୍ଧ୍ୟାବେଳେ ଆପଣା ହସ୍ତ ବନ୍ଦ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କେଉଁ ମଞ୍ଜି ଭଲ ବଢ଼ିବ ଯାହାକୁ ତୁମ୍ଭେ ସକାଳରେ ବୁଣିଥିଲ, ଯେଉଁଗୁଡ଼ିକ ସନ୍ଧ୍ୟାରେ ବୁଣିଥିଲ କିଅବା ପ୍ରାୟ ଉଭୟ ଭଲ ବଢ଼ିବ।


ମୁଁ ତୁମ୍ଭ ଉପହାର ପାଇଁ ଲାଳାୟିତ ନୁହେଁ କିନ୍ତୁ ମୁଁ ଗ୍ଭହେଁ ଯେ, ଦେବା ଦ୍ୱାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ।


ଦୁଷ୍ଟଲୋକ ମିଥ୍ୟା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।


ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ରେମ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯେଭଳି ତୁମ୍ଭମାନଙ୍କୁ ଭଲ ପାଉ, ସେହିଭଳି ତୁମ୍ଭେମାନେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।


“ସାବଧାନ ରୁହ! ଯେତେବେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କର ନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସେଗୁଡ଼ିକ କର ନାହିଁ। ତାହାହାଲେ ତୁମ୍ଭେ ସ୍ୱର୍ଗରେ ଥିବା ତୁମ୍ଭର ପରମପିତାଙ୍କଠାରୁ ପୁରସ୍କାର ପାଇ ପାରିବ ନାହିଁ।


ତୁମ୍ଭେ ପରମେଶ୍ୱରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସାହାଯ୍ୟରେ ଅନେକ ଉତ୍ତମ କାମ କରିବ।


ନିଶ୍ଚିତରେ ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ମରିବୁ। କିନ୍ତୁ ଯଦି ଆପଣ ଆମ୍ଭକୁ ଖାଦ୍ୟ ଦିଅନ୍ତି ତେବେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦେବୁ। ଏବଂ ଆମ୍ଭେ ତାଙ୍କର ଦାସ ହେବୁ। ଆମ୍ଭକୁ କିଛି ବିହନ ମଧ୍ୟ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥିରେ ଆମ୍ଭେ ନ ମରି ବଞ୍ଚିବୁ। ଏବଂ ଭୂମି ମଧ୍ୟ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗାଇବ।”


ଆଲୋକ ପ୍ରତ୍ୟେକ ପ୍ରକାରର ଉତ୍ତମ ଭାବ, ଉଚିତ୍ ଜୀବନଯାପନ ଓ ସତ୍ୟ ଫଳ ଉତ୍ପନ୍ନ କରେ।


ସମଗ୍ର ମାକିଦନିଆର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭେମାନେ ପ୍ରକୃତରେ ଭଲ ପାଅ। ହେ ଭାଇଭଉଣୀମାନେ ଆମ୍ଭେ ଏବେ, ସେମାନଙ୍କୁ ଅଧିକରୁ ଅଧିକ ଭଲ ପାଇବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରୁଛୁ।


ଏହି ସେବା ଯେଉଁଥିରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା'ଦ୍ୱାରା କେବଳ ଯେ ସାଧୁ ମାନଙ୍କର ଆବଶ୍ୟକତା ପୂରଣ ହୁଏ, ତା’ ନୁହେଁ ବରଂ ପରମେଶ୍ୱରଙ୍କ ପ୍ରତି ହୃଦୟ ଧନ୍ୟବାଦରେ ଉଚ୍ଛୁଳି ଉଠେ।


ସେ ସବୁ ବିଫଳ ହୋଇ ନାହିଁ। ତୁମ୍ଭେମାନେ ବ୍ୟବସ୍ଥା ପାଳନ କର ବୋଲି କ’ଣ ପରମେଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧ୍ୟରେ ପରମେଶ୍ୱର ଯେଉଁ ଆଶ୍ଚର୍ଯ୍ୟକର୍ମମାନ କରିଛନ୍ତି, ତାହା କ’ଣ ବ୍ୟବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭେମାନେ ସୁସମାଗ୍ଭର ଶୁଣି ସେଗୁଡ଼ିକରେ ବିଶ୍ୱାସ କଲ ବୋଲି, ପରମେଶ୍ୱର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ କର୍ମମାନ କରିଛନ୍ତି।


Swiv nou:

Piblisite


Piblisite