Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 8:16 - ପବିତ୍ର ବାଇବଲ

16 ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ ତୀତସଙ୍କ ମନରେ ମୋ’ ଭଳି ତୁମ୍ଭମାନଙ୍କ ପ୍ରତି ପ୍ରେମ ଭାବ ରହିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କିନ୍ତୁ ଈଶ୍ଵରଙ୍କର ଧନ୍ୟବାଦ ହେଉ, ସେ ତୁମ୍ଭମାନଙ୍କ ନିମନ୍ତେ ତୀତସଙ୍କ ହୃଦୟରେ ସମାନ ଉଦ୍ଯୋଗ ଜନ୍ମାଇଅଛନ୍ତି;

Gade chapit la Kopi

ଓଡିଆ ବାଇବେଲ

16 କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ସେ ତୁମ୍ଭମାନଙ୍କ ନିମନ୍ତେ ତୀତସଙ୍କ ହୃଦୟରେ ସମାନ ଉଦ୍‍ଯୋଗ ଜନ୍ମାଇଅଛନ୍ତି;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ଈଶ୍ୱରଙ୍କ ଧନ୍ୟବାଦ ହେଉ। କାରଣ ଆମ୍ଭମାନଙ୍କ ପରି ତିତସ ମଧ୍ୟ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହାନ୍ୱିତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ, ସେ ତୁମ୍ଭମାନଙ୍କ ନିମନ୍ତେ ତୀତସଙ୍କ ହୃଦୟରେ ସମାନ ଉଦ୍‍ଯୋଗ ଜନ୍ମାଇଅଛନ୍ତି;

Gade chapit la Kopi




୨ କରିନ୍ଥୀୟ 8:16
13 Referans Kwoze  

ସେମାନେ ତାହାଙ୍କର ଶାସନ କ୍ଷମତା ସେହି ପଶୁକୁ ଦେବା ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ୱର ସେମାନଙ୍କ ମନରେ ଏକ ଇଚ୍ଛା ଦେବେ। ଏହା ଦ୍ୱାରା ପରମେଶ୍ୱର କହିଥିବା ବାକ୍ୟ ସଫଳ ହେବା ପର୍ଯ୍ୟନ୍ତ ସେମାନେ ଶାସନ କରିବେ।


ତୀମଥିଙ୍କ ଭଳି ମୋ’ ପାଖରେ ଆଉ କେହି ଲୋକ ନାହାନ୍ତି।


ମୁଁ ଅପରାଧୀ ଲୋକ ପାଇଁ, ବା ଯାହା ପ୍ରତି ଅପରାଧ ହୋଇଥିଲା, ତାହା ପାଇଁ ଲେଖି ନ ଥିଲି, ବରଂ ପରମେଶ୍ୱରଙ୍କ ଆଗରେ ତୁମ୍ଭମାନଙ୍କର ଆମ୍ଭ ପାଇଁ କେତେ ଚିନ୍ତା ଅଛି, ଏହା ତୁମ୍ଭେମାନେ ଯେପରି ଦେଖି ପାର, ସେଥିପାଇଁ ଲେଖିଥିଲି।


ସେ ଆସିବା ଦ୍ୱାରା ଆମ୍ଭେ ସାନ୍ତ୍ୱନା ପାଇଲୁ। କିନ୍ତୁ ତୁମ୍ଭେମାନେ ଦେଇଥିବା ସୁଖ ଦ୍ୱାରା ଆମ୍ଭେ ଅଧିକ ଉତ୍ସାହ ଲାଭ କଲୁ। ତୀତସ କହିଲେ ଯେ ତୁମ୍ଭେମାନେ ମୋତେ ଦେଖିବା ପାଇଁ ବ୍ୟାକୁଳ। ତୁମ୍ଭେମାନେ ପୂର୍ବରୁ କରିଥିବା ବିଷୟ ପାଇଁ ଦୁଃଖିତ ଏବଂ ତୁମ୍ଭେମାନେ ମୋତେ ଅତି ମାତ୍ରାରେ ଗ୍ଭହୁଁଛ। ଏହା ଶୁଣିଲା ପରେ ମୁଁ ଅଧିକ ପ୍ରସନ୍ନ ହେଲି।


“‘ପୁଣି ସେମାନଙ୍କର ମଙ୍ଗଳ ପାଇଁ ଆମ୍ଭେ ସେମାନଙ୍କ ପ୍ରତି ବିମୁଖ ହେବା ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ୟସ୍ଥାୟୀ ନିୟମ ସେମାନଙ୍କ ସଙ୍ଗେ କରିବା। ସେମାନେ ଯେପରି ଆମ୍ଭଠାରୁ ଦୂରେଇ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତରରେ ସ୍ଥାପନ କରିବା।


ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଛି ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା।


ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ମନୋଭାବ ଦେଇଅଛନ୍ତି। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ପ୍ରବୃତ୍ତି ଦେଇଅଛନ୍ତି।


ତୁମ୍ଭେମାନେ ଯାହା କହୁଛ, ଯାହାକିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ଯ୍ୟ ମଧ୍ୟରେ ପରମପିତା ପରମେଶ୍ୱରଙ୍କୁ ଯୀଶୁଙ୍କ ମାଧ୍ୟମରେ ଧନ୍ୟବାଦ ଜଣାଅ।


ଏହା ପରେ ରାତ୍ରି ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ୱର ଯିରୁଶାଲମ ପାଇଁ ଯାହା କରିବାକୁ ମୋତେ ପ୍ରେରଣା ଦେଇଥିଲେ, ତାହା ମୁଁ କାହାରିଠାରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡ଼ାରେ ଚଢ଼ିଥିଲି ସେହି ଘୋଡ଼ାକୁ ଛାଡ଼ି ଦେଲେ ମୋ’ ନିକଟରେ ଆଉ ଘୋଡ଼ା ନ ଥିଲା।


ପରମେଶ୍ୱର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ଯ୍ୟକୁ ଯେପରି ଆରମ୍ଭ କରିଥିଲେ, ସେହିପରି ଏହି ବିଶେଷ ଅନୁଗ୍ରହର କାର୍ଯ୍ୟକୁ ସମାପ୍ତ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ।


ତୀତସଙ୍କ ସମ୍ବନ୍ଧରେ ଏହା କୁହେ ଯେ, ସେ ମୋର ସହକର୍ମୀ ଓ ସେ ମୋ’ ସହିତ କାର୍ଯ୍ୟ କରି ତୁମ୍ଭମାନଙ୍କୁ ସାହାଯ୍ୟ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟରେ ଏହା କ ହେ ଯେ, ସେମାନେ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ ଗୌରବ ସ୍ୱରୂପ।


ଯେତେବେଳେ ହିଜକିୟ ଓ ନେତାମାନେ ଆସିଲେ, ସେମାନେ ସେହି ସଂଗୃହୀତ ବସ୍ତୁ ସବୁର ସ୍ତୁପସବୁ ଦେଖିବାକୁ ପାଇଲେ। ସେମାନେ ସଦାପ୍ରଭୁଙ୍କର ଓ ତାଙ୍କର ଲୋକ, ଇସ୍ରାଏଲର ଲୋକମାନଙ୍କର ପ୍ରଶଂସା କଲେ।


Swiv nou:

Piblisite


Piblisite