Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 8:12 - ପବିତ୍ର ବାଇବଲ

12 ଯଦି ତୁମ୍ଭମାନଙ୍କର ଦାନ ଦେବାର ଇଚ୍ଛା ଅଛି, ତା'ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେହି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ୟ କରାଯିବ; ତୁମ୍ଭମାନଙ୍କ ପାଖରେ ଯାହା ନାହିଁ, ସେ ଅନୁସାରେ ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ।

Gade chapit la Kopi

ଓଡିଆ ବାଇବେଲ

12 କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 କାରଣ ଦାନ କରିବାର ଆଗ୍ରହ ଥିହେଲ, ମନୁଷ୍ୟ ତା’ର ସାମର୍ଥ୍ୟ ଅନୁଯାୟୀ ଯାହା ଦାନ କରେ , ଈଶ୍ୱର ଗ୍ରହଣ କରିନ୍ତି। ତା’ର ସମ୍ବଳର ସୀମା ବାହାରେ ସେ କିଛି ଦେଉ ବୋଲି ଈଶ୍ୱର ଚାହାନ୍ତି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ।

Gade chapit la Kopi




୨ କରିନ୍ଥୀୟ 8:12
21 Referans Kwoze  

ପ୍ରତ୍ୟେକ ଲୋକ ଆପଣା ହୃଦୟରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନରେ କୌଣସି ଦୁଃଖ ରଖି ବା ବାଧ୍ୟବାଧକତାରେ ଦାନ ନ ଦେଉ, ଆନନ୍ଦିତ ମନରେ ଦାନ କରିଥିବା ଲୋକକୁ ପରମେଶ୍ୱର ଭଲ ପାଆନ୍ତି।


ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ ଯେଉଁମାନଙ୍କର ହୃଦୟ ସେମାନଙ୍କୁ ଉଦାର କଲା, ସଦାପ୍ରଭୁ ମୋଶାଙ୍କ ମାଧ୍ୟମରେ ଦେଇଥିବା ଆଜ୍ଞାନୁସାରେ କାର୍ଯ୍ୟ ପାଇଁ ଉପହାର ଆଣିଲେ। ତେଣୁ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଆଣିଲେ।


ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ।


ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ବିଶେଷ ଉପହାର ସଂଗ୍ରହ କର। ପ୍ରତ୍ୟେକ ତାଙ୍କର ଇଚ୍ଛାମତେ ଉପହାର ଦେବେ। ଏବଂ ଏହା ପରେ ସେହି ଉପହାରଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ।


“ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ ମୋ’ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ। ପ୍ରତ୍ୟେକ ଲୋକ ତା'ର ହୃଦୟରେ ନିଷ୍ପତ୍ତି ନେବା ଉଚିତ୍, ସେ ମୋ’ ପାଇଁ ଯାହା ଉପହାର ଦେବା ଉଚିତ୍। ମୋ’ ପାଇଁ ସେହି ଦ୍ରବ୍ୟ ସଂଗ୍ରହ କର।


ଛୋଟ ଛୋଟ ବିଷୟରେ ଯଦି ଜଣକୁ ବିଶ୍ୱାସ କରାଯାଇ ପାରିବ, ତେବେ ତାକୁ ବଡ଼ ବିଷୟ ଗୁଡ଼ିକ ପାଇଁ ମଧ୍ୟ ବିଶ୍ୱାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହୋଇଯାଏ ତେବେ ସେ ଅଧିକ ଜିନିଷ ପାଇଁ ମଧ୍ୟ ଆସାଧୁ ହୋଇଯିବା


ଜଣେ ଲୋକ ତାଙ୍କର ବିଶ୍ୱାସ ଜରିଆରେ ଗୋଟିଏ ଭଲ ପ୍ରସିଦ୍ଧ ପାଇବାକୁ ଦରକାର କରେ। ଏବଂ ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ରେଷ୍ଠ। ଯିଏ ଯାହାକୁ ବିଶ୍ୱାସ କରାଯାଇପାରେ ନାହିଁ।


କିନ୍ତୁ ସଦାପ୍ରଭୁ ମୋର ପିତା ଦାଉଦଙ୍କୁ କହିଲେ, ‘ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ।


ତା'ହେଲେ ଯାଇ ତୁମ୍ଭମାନଙ୍କର “କରିବା” ତୁମ୍ଭମାନଙ୍କର “ଇଚ୍ଛା କରିବା” ସହିତ ସମାନ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ତହିଁରୁ ଦାନ କର।


ଅନ୍ୟମାନେ ଆରାମରେ ରହୁଥିବା ବେଳେ ତୁମ୍ଭେମାନେ ଦୁର୍ଦ୍ଦଶାରେ ରୁହ, ଏକ କଥା ଆମ୍ଭେ ଇଚ୍ଛା କରୁ ନାହୁଁ; ବରଂ ଆମ୍ଭେ ସବୁ ବିଷୟରେ ସମାନତା ଇଚ୍ଛା କରୁ।


ଏହା ଛଡ଼ା ଆମ୍ଭ ସହିତ ଏହି ଦାନସମୂହ ନେଇ ଯିବା କାର୍ଯ୍ୟରେ ମଣ୍ଡଳୀ ସମୂହ ତାହାଙ୍କୁ ନିଯୁକ୍ତ କରିଛନ୍ତି। ଏହି ସେବା ଦ୍ୱାରା ପ୍ରଭୁଙ୍କ ମହିମା ହେବ ଓ ଆମ୍ଭେ ଯେ ପ୍ରକୃତରେ ପରୋପକାର କରିବା ପାଇଁ ଆଗ୍ରହୀ, ଏହା ପ୍ରକାଶ ପାଇବ।


ପୁଣି ଯିଏ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା। ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଠ ଥିଲା, ସେ ତାହା ଆଣିଲା।


ସେହିଭଳି ଯେଉଁ ଗ୍ଭକରଟି ଦୁଇ ତୋଡ଼ା ରୂପାଟଙ୍କା ପାଇଥିଲା, ସେ ମଧ୍ୟ ଟଙ୍କାକୁ ବ୍ୟବସାୟରେ ଲଗାଇ ଆଉ ଦୁଇ ତୋଡ଼ା ରୂପାଟଙ୍କା ଲାଭ କଲା।


“ତା'ପରେ ଦୁଇ ତୋଡ଼ା ରୂପାଟଙ୍କା ପାଇଥିବା ଗ୍ଭକରଟି ମାଲିକ ପାଖକୁ ଆସିଲା। ଗ୍ଭକରଟି କହିଲା, ‘ଆପଣ ମୋତେ ଦୁଇ ତୋଡ଼ା ଟଙ୍କାର ଦାୟିତ୍ୱ ଦେଇଥିଲେ। ମୁଁ ଆଉ ଦୁଇ ତୋଡ଼ା ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କର ଦୁଇ ତୋଡ଼ା ଟଙ୍କା ବ୍ୟବହାର କରିଛି।’


Swiv nou:

Piblisite


Piblisite