Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 7:10 - ପବିତ୍ର ବାଇବଲ

10 କାରଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ଦ୍ୱାରା ପରିତ୍ରାଣ ପାଇଲ ଓ ମନ ପରିବର୍ତ୍ତନ କରିଲ, ସେଥିପାଇଁ ଦୁଃଖିତ ହେବା ଆବଶ୍ୟକ ନାହିଁ। ମାତ୍ର ଜାଗତିକ ଦୁଃଖ ମୃତ୍ୟୁ ଆଣିଥାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ଈଶ୍ଵରଙ୍କ ଇଚ୍ଛାନୁସାରେ ଯେଉଁ ଦୁଃଖ, ତାହା ପରିତ୍ରାଣ ନିମନ୍ତେ ଏପରି ମନପରିବର୍ତ୍ତନ ଜନ୍ମାଏ, ଯାହା ସକାଶେ ଅନୁତାପ କରିବାକୁ ପଡ଼େ ନାହିଁ; ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ।

Gade chapit la Kopi

ଓଡିଆ ବାଇବେଲ

10 କାରଣ ଈଶ୍ୱରଙ୍କ ଇଚ୍ଛାନୁସାରେ ଯେଉଁ ଦୁଃଖ, ତାହା ପରିତ୍ରାଣ ନିମନ୍ତେ ଏପରି ମନ ପରିବର୍ତ୍ତନ ଜନ୍ମାଏ, ଯାହାସକାଶେ ଅନୁତାପ କରିବାକୁ ପଡ଼େ ନାହିଁ; ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 କାରଣ ଏହି ଭଳି ଦୁଃଖ ଈଶ୍ବରଙ୍କ ଦ୍ୱାରା ବ୍ୟବହୃତ ହୋଇ ତଦ୍ଦ୍ୱାରା ହୃଦୟ ପରିବର୍ତ୍ତନ ହେଲେ ପରିତ୍ରାଣ ମିଳିଥାଏ। ଏଥିରେ ଅନୁଶୋଚନାର ଅପକାଶ ନାହିଁ। କିନ୍ତୁ କେବଳ ଜାଗତିକ ଦୁଃଖ ମୃତ୍ୟ ଘଟାଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ଈଶ୍ବରଙ୍କ ଇଚ୍ଛାନୁସାରେ ଯେଉଁ ଦୁଃଖ, ତାହା ପରିତ୍ରାଣ ନିମନ୍ତେ ଏପରି ମନ-ପରିବର୍ତ୍ତନ ଜନ୍ମାଏ, ଯାହା ସକାଶେ ଅନୁତାପ କରିବାକୁ ପଡ଼େ ନାହିଁ; ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ।

Gade chapit la Kopi




୨ କରିନ୍ଥୀୟ 7:10
32 Referans Kwoze  

ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ।


ଯିହୂଦୀୟ ବିଶ୍ୱାସୀମାନେ ଏ କଥା ଶୁଣି ଆଉ ଯୁକ୍ତିତର୍କ କଲେ ନାହିଁ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ, ପୁଣି କହିଲେ, “ଏହାର ଅର୍ଥ ଯେ, ପରମେଶ୍ୱର ଆମ୍ଭପରି ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ୟ ଅନୁତାପ କରି ପ୍ରକୃତ ଜୀବନର ଅଧିକାରୀ ହେବା ନିମନ୍ତେ ସୁଯୋଗ ଦେଇଛନ୍ତି।”


ଦାଉଦ ନାଥନକୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ଅପରାଧ କରିଅଛି।” ନାଥନ ଦାଉଦଙ୍କୁ କହିଲେ, “ଏଥିରେ ସଦାପ୍ରଭୁ ତୁମ୍ଭର ଅପରାଧ କ୍ଷମା କରିଅଛନ୍ତି, ତୁମ୍ଭେ ମରିବ ନାହିଁ।


“କରଆଦାୟକାରୀ ମଧ୍ୟ ଅଲଗା ଏକାକୀ ଠିଆ ହୋଇଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଗ୍ଭହିଁଲେ ନାହିଁ। କରଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, “ହେ ପରମେଶ୍ୱର, ମୋ’ ଉପରେ ଦୟା କର। ମୁଁ ଜଣେ ପାପୀ।”


ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।”


ଲୋକମାନେ ଯାହା କଲେ ପରମେଶ୍ୱର ସବୁ ଦେଖିଲେ। ସେମାନେ ମନ୍ଦକାର୍ଯ୍ୟ ବନ୍ଦ କରିବା ପରମେଶ୍ୱର ଦେଖିଲେ। ତେଣୁ ସେ ତାଙ୍କର ମନ ବଦଳାଇଲେ ଏବଂ ଯାହା ଯୋଜନା କରିଥିଲେ ତାହା କଲେ ନାହିଁ। ସେ ଲୋକମାନଙ୍କୁ ଆଉ ଦଣ୍ତ ଦେଲେ ନାହିଁ।


ତୁମ୍ଭେମାନେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏଷୌ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଗ୍ଭହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ୟାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା'ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ।


ଆନନ୍ଦିତ ହୃଦୟ ଉତ୍ତମ ଔଷଧ। ମାତ୍ର ଭଗ୍ନ ଆତ୍ମା ଅସ୍ଥିସବୁକୁ ଶୁଷ୍କ କରେ।


କିନ୍ତୁ ପରମେଶ୍ୱର ଯୂନସକୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?” ଯୂନସ ଉତ୍ତର ଦେଲେ, “ହଁ ପ୍ରଭୁ, ମୁଁ ରାଗି ଠିକ୍ କରିଛି। ମୁଁ ମରିବାକୁ ଅଧିକ ରାଗୁଛି।”


ଯେତେ ଲୋକ ସେ ସୈନ୍ୟଦଳରେ ଥିଲେ ସମସ୍ତେ ଦୁଃଖ ଓ କ୍ରୋଧି ଥିଲେ, କାରଣ ସେମାନଙ୍କର ପିଲାମାନେ ବନ୍ଦୀ ହୋଇ ଯାଇଥିଲେ। ଲୋକମାନେ ଦାଉଦକୁ ପଥରରେ ମାରିବାକୁ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକୁ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କଠାରେ ସବଳ କଲେ।


ମୁଁ ଭୟ କରୁଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ସେତେବେଳେ ତୁମ୍ଭମାନଙ୍କ ଆଗରେ ମୋର ପରମେଶ୍ୱର ମୋତେ ଲଜ୍ଜା ନ ଦିଅନ୍ତୁ। ଯେହେତୁ ତୁମ୍ଭମାନଙ୍କ ଭିତରୁ ଅନେକେ ପାପ କରିଥିବାରୁ, ମୁଁ ଦୁଃଖିତ ହେବି। କାରଣ ସେହି ଲୋକମାନେ ସେମାନଙ୍କର ପାପର ଜୀବନ ନିମନ୍ତେ ଦୁଃଖିତ ହୋଇ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସେମାନଙ୍କର ଯୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ଯ୍ୟ କରୁ ଥିବାରୁ, ମୋତେ ଶୋକ କରିବାକୁ ପଡ଼ିବ।


ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।” ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ।


କିନ୍ତୁ ସମସ୍ତ ମନୁଷ୍ୟ ଓ ପ୍ରାଣୀ ମୋଟା ବସ୍ତ୍ର ପରିଧାନ କରିବେ ଏବଂ ସେମାନେ ଦୁଃଖ ପ୍ରକାଶ କରିବେ। ସେମାନେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବେ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ଯ୍ୟ କରିବା ବନ୍ଦ କରିବେ।


“କିନ୍ତୁ ସେମାନଙ୍କ ମଧ୍ୟରୁ ଯେଉଁମାନେ ରକ୍ଷା ପାଇବେ, ସେମାନେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସେମାନେ ସେମାନଙ୍କର ପାପ ପାଇଁ ଶୋକ କରିବେ ଓ ପର୍ବତ ଉପରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକାରେ କପୋତ ବାହୁନିବା ପରି।


ସେମାନେ କ୍ରନ୍ଦନ କରି ଆସୁଥିଲା ବେଳେ ଆମ୍ଭେ ସେମାନଙ୍କୁ ଆଗେଇ ନେବା। ଆମ୍ଭେ ସେମାନଙ୍କୁ ଜଳପୂର୍ଣ୍ଣ ନଦୀଗୁଡ଼ିକ ନିକଟ ଦେଇ ସଳଖ ପଥରେ ଗମନ କରାଇବା। ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ। କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।


ଯେତେବେଳେ ଜଣେ ମନୁଷ୍ୟ ଅସୁସ୍ଥ ହୁଏ ତା'ର ଆତ୍ମା ତା'ର ଅସୁସ୍ଥତାକୁ ସହିପାରେ, କିନ୍ତୁ କେହି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପାରେ ନାହିଁ।


ଗୋଟିଏ ମାତ୍ର ଜଣେ ହୃଷ୍ଟଚିତ୍ତ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ଭୋଜି ଅଟେ।


ଗୋଟିଏ ଆନନ୍ଦିତ ହୃଦୟ ମୁଖକୁ ପ୍ରଫୁଲ୍ଲ କରେ। କିନ୍ତୁ ହୃଦୟର ଦୁଃଖ ସହିତ, ଆତ୍ମା ଦୁଃଖୀ ହେବ ଏବଂ ଭାଙ୍ଗି ଯାଏ।


ନାବୋତଙ୍କ କଥା ଆହାବଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, “ପୈତୃକ ସମ୍ପତ୍ତି ଦେବେ ନାହିଁ ବୋଲି ମନା କଲେ।” ତେଣୁ ଏପରି ଖରାପ ମିଜାସରେ ସେ ଘରକୁ ଫେରିଲେ। ଏଣୁ ଆହାବ ନ ଖାଇ ନ ପିଇ ଶଯ୍ୟାରେ ପଡ଼ି ରହିଲେ।


ଏହା ପରେ ଅହୀଥୋଫଲ ଯେତେବେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନୁସାରେ ଗଲା ନାହିଁ, ସେ ତାଙ୍କ ଗଧ ଉପରେ ଚଢ଼ି ତାଙ୍କର ନିଜ ନଗରକୁ ଫେରିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହୋଇ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବରରେ କବର ପାଇଲା।


ସେ ଅମ୍ନୋନକୁ ପଗ୍ଭରିଲା, “ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଛ। ତୁମ୍ଭେ ମୋତେ କ’ଣ ତାହା କହିବ ନାହିଁ?” ତା'ପରେ ଅମ୍ନୋନ କହିଲା, “ମୁଁ ଅବଶାଲୋମର ଭଉଣୀ ତାମରକୁ ଭଲ ପାଏ।”


ରାହେଲ ଦେଖିଲେ ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା'ର ଭଊଣୀ ଲେୟା ପ୍ରତି ଈର୍ଷାନ୍ୱିତ ହେଲେ। ତେଣୁ ରାହେଲ ଯାକୁବକୁ କହିଲେ, “ମୋତେ ପିଲା ଦିଅ ନ ହେଲେ ମୁଁ ମରିବି।”


ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି। ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।


ସୁଖଠାରୁ ଦୁଃଖ ଭଲ କାରଣ ଏକ ଦୁଃଖ ଅନୁଭୂତି ମୂଲ୍ୟବାନ ଶିକ୍ଷା ଦିଏ।


ଏବେ ମୁଁ ଖୁସୀ ଅଛି। ତୁମ୍ଭେମାନେ ଦୁଃଖୀ ହୋଇଥିବା କାରଣରୁ ନୁହେଁ, ବରଂ ତୁମ୍ଭମାନଙ୍କର ଦୁଃଖ ତୁମ୍ଭମାନଙ୍କ ହୃଦୟକୁ ପରିବର୍ତ୍ତନ କରିଥିବାରୁ ମୁଁ ଖୁସୀ। ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତୁମ୍ଭେମାନେ ଦୁଃଖୀ ହେଲ। ଅତଏବ ତୁମ୍ଭେମାନେ ଆମ୍ଭ ଦ୍ୱାରା କୌଣସି ପ୍ରକାରେ ଆଘାତ ପାଇ ନାହଁ।


Swiv nou:

Piblisite


Piblisite