Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 6:16 - ପବିତ୍ର ବାଇବଲ

16 ପରମେଶ୍ୱରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧ୍ୟରେ ଚୁକ୍ତି ହୋଇ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ମନ୍ଦିର। ଯେପରି ପରମେଶ୍ୱର କହିଛନ୍ତି: “ମୁଁ ସେମାନଙ୍କ ସହିତ ରହିବି ଓ ସେମାନଙ୍କ ସହିତ ଗ୍ଭଲିବି, ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପ୍ରତିମା ସହିତ ଈଶ୍ଵରଙ୍କ ମନ୍ଦିରର କି ସମ୍ଵନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ଵରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ଵର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ଵର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ।

Gade chapit la Kopi

ଓଡିଆ ବାଇବେଲ

16 ପ୍ରତିମା ସହିତ ଈଶ୍ୱରଙ୍କ ମନ୍ଦିରର କି ସମ୍ବନ୍ଧ ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ୱର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ଈଶ୍ୱରଙ୍କ ମନ୍ଦିରରେ କିପରି ପ୍ରତିମାର ପ୍ରତିଷ୍ଟା ହେଇପାରେ? ଆମେମାନେ ତ ଜୀବନ୍ତ ଈଶ୍ବରଙ୍କ ମନ୍ଦିର, କାରଣ ଈଶ୍ୱର ନିଜେ କହି ଅଛନ୍ତି, “ମୋର ଲୋକମାନଙ୍କ ସହିତ ମୁଁ ବାସ କରିବି ଓ ସେମାନଙ୍କ ମଧ୍ୟରେ ବିଚରଣ କରିବି; ମୁଁ ସେମାନଙ୍କ ଈଶ୍ୱର ହେବି ଓ ସେମାନେ ମୋର ନିଚ ଲୋକ ହେବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପ୍ରତିମା ସହିତ ଈଶ୍ବରଙ୍କ ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ବରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ବର କହିଅଛନ୍ତି, “ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ବର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ।”

Gade chapit la Kopi




୨ କରିନ୍ଥୀୟ 6:16
60 Referans Kwoze  

ମୁଁ ସିଂହାସନରୁ ଏକ ଉଚ୍ଚ ସ୍ୱର ଶୁଣିଲି। ସେହି ସ୍ୱର କହିଲା, “ବର୍ତ୍ତମାନ ପରମେଶ୍ୱରଙ୍କର ବାସସ୍ଥାନ ଲୋକମାନଙ୍କ ପାଖରେ ଅଛି। ସେ ସେମାନଙ୍କ ସହିତ ରହିବେ। ସେମାନେ ତାହାଙ୍କର ଲୋକ ହେବେ। ପରମେଶ୍ୱର ନିଜେ ସେମାନଙ୍କ ସହିତ ରହିବେ ଓ ସେମାନଙ୍କର ପରମେଶ୍ୱର ହେବେ।


ମୁଁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରିବି ଏବଂ ସେମାନଙ୍କର ପରମେଶ୍ୱର ହେବି।


ଏହି ନୂତନ ନିୟମଟି ମୁଁ ଇସ୍ରାଏଲର ଲୋକଙ୍କ ସହତ କରିବି, ଏହି ନିୟମଟି ମୁଁ ଭବିଷ୍ୟତରେ କରିବି ପ୍ରଭୁ କୁହନ୍ତି: ମୁଁ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବି ସେମାନଙ୍କ ହୃଦୟରେ ସେହିସବୁ ଲେଖିବି। ମୁଁ ସେମାନଙ୍କ ପରମେଶ୍ୱର ହେବି, ଓ ସେମାନେ ମୋର ଲୋକ ହେବେ।


ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଗମନା ଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ୱର ହେବା। ଆଉ ତୁମ୍ଭେମାନେ ଆମ୍ଭର ଲୋକ ହେବ।


ପୁଣି ଇସ୍ରାଏଲ ଓ ଯିହୁଦାର ଲୋକମାନେ ଆମ୍ଭର ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।


ତହିଁରେ ସେମାନେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିୟମସବୁ ରଖିବା ପାଇଁ ଯତ୍ନବାନ୍ ହେବେ ଏବଂ ସେମାନେ ମଧ୍ୟ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।’”


ମାତ୍ର ସଦାପ୍ରଭୁ କହନ୍ତି, “ଭବିଷ୍ୟତରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।


ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନଙ୍କୁ ଜଣାଇବା ପାଇଁ ମନ ଦେବା। ତାହାହେଲେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା କାରଣ ସେମାନେ ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଫେରି ଆସିବେ।”


ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ରଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ରଆତ୍ମା ଅନ୍ତରରେ ଅଛନ୍ତି। ପବିତ୍ରଆତ୍ମାଙ୍କୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ପାଇଛ। ତୁମ୍ଭେମାନେ ନିଜେ ନିଜର ନୁହଁ।


ଆମ୍ଭେ ଇସ୍ରାଏଲ ଭୂମିରେ ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା। ଲୋ-ଆମୀକୁ କହିବା, ‘ତୁମ୍ଭେ ଆମ୍ଭ ଲୋକ’ ଏବଂ ସେମାନେ ମୋତେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’”


ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ।


ଯେ ବିଜୟୀ ହେବ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ୱର ହେବି ଓ ସେ ମୋର ପୁତ୍ର ହେବ।


ଯଦି କେହି ବିଶ୍ୱାସ କରେ ଯେ, “ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି,” ତେବେ ପରମେଶ୍ୱର ତା'ଠାରେ ରହନ୍ତି ଓ ସେ ମଧ୍ୟ ପରମେଶ୍ୱରଙ୍କଠାରେ ରହେ।


ଆମ୍ଭେ ସେମାନଙ୍କୁ ଏଠାକୁ ଫେରାଇ ଆଣିବା ଏବଂ ସେମାନେ ଯିରୁଶାଲମ ମଧ୍ୟରେ ବାସ କରିବେ। ସେମାନେ ଆମ୍ଭର ଲୋକ ହେବେ ଏବଂ ଆମ୍ଭେ ସେମାନଙ୍କର ବିଶ୍ୱସ୍ଥ ଏବଂ ନ୍ୟାୟବାନ୍ ପରମେଶ୍ୱର ହେବା।”


ତା'ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”


ତୁମ୍ଭ ବିଶ୍ୱାସ ହେତୁ ତୁମ୍ଭ ହୃଦୟରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ରେମରେ ଶକ୍ତିଶାଳୀ ହେଉ ଏବଂ ପ୍ରେମରେ ଗଢ଼ି ଉଠୁ।


ତାହାହେଲେ ତୁମ୍ଭେମାନେ ସେହି ଦେଶରେ ବାସ କରିବ ଯାହା ମୁଁ ଦେଲି ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଓ ତୁମ୍ଭେମାନେ ମୋର ଲୋକ ହେବ ଆଉ ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବି।”


ଯଦି କୌଣସି ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋର ରକ୍ତ ପିଏ, ତେବେ ସେହି ବ୍ୟକ୍ତି ମୋ’ ଭିତରେ ରହେ ଓ ମୁଁ ତା’ ଭିତରେ ରୁହେ।


କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ବିଶ୍ୱସ୍ତ ଥିଲେ। ଆମ୍ଭେ ବିଶ୍ୱାସୀଗଣ ପରମେଶ୍ୱରଙ୍କ ଗୃହ ପରିବାର ସ୍ୱରୂପ ଅଟୁ। ଯଦି ଆମ୍ଭେ ସେହି ମହତ୍ ଆଶାର ଅପେକ୍ଷାରେ ଦୃଢ଼ ଓ ଅଟଳ ରହିବା, ତା'ହେଲେ ଆମ୍ଭ ଅନ୍ତରରେ ପରମେଶ୍ୱର ବାସ କରିବେ।


ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର।


ତୁମ୍ଭକୁ ଯେଉଁ ସତ୍ୟ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ରଆତ୍ମାର ସାହାଯ୍ୟରେ ସେଗୁଡ଼ିକୁ ରକ୍ଷା କର। ସେହି ପବିତ୍ରଆତ୍ମା ଆମ୍ଭ ଭିତରେ ରହନ୍ତି।


କେହି କେବେ ପରମେଶ୍ୱରଙ୍କୁ ଦେଖି ନାହିଁ। କିନ୍ତୁ ଯଦି ଆମ୍ଭେ ପରସ୍ପରକୁ ପ୍ରେମ କରିବା, ତେବେ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ବାସ କରିବେ ଓ ତାହାଙ୍କର ପ୍ରେମ ଆମ୍ଭଠାରେ ସିଦ୍ଧ ହେବ।


ଏବଂ “ଯେଉଁ ସ୍ଥାନରେ ପରମେଶ୍ୱର କହିଥିଲେ, ‘ତୁମ୍ଭେମାନେ ଆମ୍ଭ ଲୋକ ନୁହଁ’- ସେହି ସ୍ଥାନରେ ସେମାନେ ଜୀବିତ ପରମେଶ୍ୱରଙ୍କ ସନ୍ତାନ ବୋଲାଇବେ।”


ପୁତ୍ର, ବର୍ତ୍ତମାନ ସେମାନଙ୍କୁ ସେମାନଙ୍କର ଶାରୀରିକ ପାପସବୁରୁ ଦୂରେଇ ରୁହନ୍ତୁ ଓ ସେମାନଙ୍କର ରାଜାମାନଙ୍କର ମୃତ ଶରୀର ଆମ୍ଭ ନିକଟରୁ ଦୂର କରନ୍ତୁ, ତେଣୁ ମୁଁ ସଦାକାଳ ସେମାନଙ୍କ ମଧ୍ୟରେ ବାସ କରିବି।


କିନ୍ତୁ ତୁମ୍ଭେମାନେ ନିଜର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ନୁହଁ। ଯଦି ପ୍ରକୃତରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭେମାନେ ଆତ୍ମା ଦ୍ୱାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା'ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ।


ଆଉ ସେ ମୋତେ ମନ୍ଦିର ମଧ୍ୟରୁ କହିଲେ, “ହେ ମନୁଷ୍ୟ ପୁତ୍ର ଏହା ମୋର ସିଂହାସନର ସ୍ଥାନ ଓ ମୋର ପାଦପୀଠର ସ୍ଥାନ। ମୁଁ ଇସ୍ରାଏଲ ପରିବାର ମଧ୍ୟରେ ସଦାକାଳ ବାସ କରିବି। ଆଉ ଇସ୍ରାଏଲର ଲୋକମାନେ ଏବଂ ସେମାନଙ୍କ ରାଜାଗଣ ସେମାନଙ୍କର ଶାରୀରିକ ପାପସବୁ ସହିତ ଏହି ସ୍ଥାନରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦେବାଦ୍ୱାରା ଏହି ସ୍ଥାନକୁ ମୋର ପବିତ୍ର ନାମକୁ ଅପମାନିତ କରିବେ ନାହିଁ।


ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି।


ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।”


“ଆମ୍ଭ ଛଡ଼ା ତୁମ୍ଭେମାନେ ଅନ୍ୟ କୌଣସି ଦେବତା ପୂଜା କର ନାହିଁ।


ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।


ଅନ୍ୟ କୌଣସି ଦେବତାର ଉପାସନା କର ନାହିଁ, କାରଣ ମୋର ନାମ ଯିହୋବାଃ, ସ୍ୱଗୌରବ ରକ୍ଷଣରେ ଉ‌ଦ୍‌ଯୋଗୀ, ମୁଁ ସ୍ୱଗୌରବ ରକ୍ଷଣରେ ଉ‌ଦ୍‌ଯୋଗୀ ପରମେଶ୍ୱର।


“ତୁମ୍ଭେମାନେ ମୋ’ ବ୍ୟତୀତ ଆଉ କୌଣସି ଦେବତାଗଣଙ୍କୁ ଉପାସନା କରିବ ନାହିଁ।


“ଜଣେ କେବେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସେବକ ହୋଇ ପାରିବ ନାହିଁ। କାରଣ ସେ ଜଣକୁ ଘୃଣା କରିବ, ଓ ଅନ୍ୟ ଜଣକୁ ପ୍ରେମ କରିବ, କିଅବା ଜଣେ ମାଲିକ ପ୍ରତି ଅନୁରକ୍ତ ରହିବ ଓ ଅନ୍ୟ ଜଣକୁ ହେୟ ଜ୍ଞାନ କରିବ। ତୁମ୍ଭେ ଏକାସାଙ୍ଗରେ ପରମେଶ୍ୱର ଓ ଧନ ଉଭୟଙ୍କ ସେବା କରି ପାରିବ ନାହିଁ।


“ସାବଧାନ, ତୁମ୍ଭେ ମୋର ସମସ୍ତ ବ୍ୟବସ୍ଥା ମାନିବ। ଅନ୍ୟ ଦେବତାମାନଙ୍କୁ ପୂଜା କର ନାହିଁ, କିମ୍ବା ତାଙ୍କର ନାମ ତୁମ୍ଭମାନଙ୍କର ମୁଖରେ ଧର ନାହିଁ।


“ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯିଏ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଛନ୍ତି ଓ ସାତୋଟି ସୁନାର ଦୀପରୂଖା ମଧ୍ୟରେ ଗ୍ଭଲନ୍ତି, ସେ ତୁମ୍ଭକୁ ଏହି କଥାମାନ କହୁଛନ୍ତି।


“ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆସେ।”


ଏଲିୟ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସମ୍ବୋଧନ କଲେ, “ତୁମ୍ଭେମାନେ କେତେକାଳ ଦ୍ୱିମତ ମଧ୍ୟରେ ସନ୍ଦେହରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ୟ ଭାବୁଛ। ଅନ୍ୟ ପକ୍ଷରେ ଯଦି ‌ବା‌ଲ୍‌ଦେବତା ସତ୍ୟ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।” କିନ୍ତୁ ଲୋକମାନେ କିଛି ଉତ୍ତର ଦେଲେ ନାହିଁ।


ଯେଉଁମାନେ କି ଛାତ ଉପରକୁ ଯାଇ ତାରାମାନଙ୍କୁ ପୂଜା କରନ୍ତି ଆମ୍ଭେ ସେ ସମସ୍ତଙ୍କୁ ତଡ଼ି ଦେବା। କେତେଜଣ ଲୋକ ଉଭୟ ସଦାପ୍ରଭୁ ଏବଂ ମିଥ୍ୟାପ୍ରଭୁ ମାଲିକମାନଙ୍କୁ ମଧ୍ୟ ପୂଜା କରୁଛନ୍ତି। ତେଣୁ ଆମ୍ଭେ ସେହି ଲୋକମାନଙ୍କୁ ସେହି ସ୍ଥାନରୁ ତଡ଼ିଦେବା।


ପରମେଶ୍ୱର ଏହା ମଧ୍ୟ କହିଲେ, “ସେମାନେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରନ୍ତୁ। ତହିଁରେ ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା।


ଅନନ୍ତର ସଦାପ୍ରଭୁ କହନ୍ତି, “ସେ ସମୟରେ ଆମ୍ଭେ ଇସ୍ରାଏଲର ସମସ୍ତ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।”


ଶିମୋନ ପିତର ଉତ୍ତର ଦେଲେ, “ଆପଣ ହେଉଛନ୍ତି ଖ୍ରୀଷ୍ଟ, ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର।”


ଯୀଶୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ ତେବେ ସେ ମୋହର ଉପଦେଶ ପାଳନ କରିବ। ମୋର ପରମପିତା ତାକୁ ପ୍ରେମ କରିବେ। ମୋର ପରମପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତା’ ସହିତ ରହିବୁ।


ତୁମ୍ଭେମାନେ ପ୍ରଭୁଙ୍କ ପିଆଲାରୁ ଓ ଶୟତାନର ପିଆଲାରୁ ମଧ୍ୟ ପିଇ ପାରିବ ନାହିଁ। ସେହିପରି ପ୍ରଭୁଙ୍କ ମେଜ ଓ ଶୟତାନର ମେଜ ଉଭୟର ଅଂଶୀଦାର ହୋଇ ବସି ପାରିବ ନାହିଁ।


ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭେମାନେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠାରେ ଆତ୍ମାଙ୍କ ମାଧ୍ୟମରେ ପରମେଶ୍ୱର ବାସ କରନ୍ତି।


କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତେବେ ମଧ୍ୟ ତୁମ୍ଭେମାନେ ଜାଣି ପାରିବ ଯେ ପରମେଶ୍ୱରଙ୍କ ପରିବାରରେ ଲୋକମାନେ କ’ଣ କ’ଣ କରିବା ଅବଶ୍ୟକ। ସେହି ପରିବାର ଜୀବିତ ପରମେଶ୍ୱରଙ୍କର ମଣ୍ଡଳୀ ଅଟେ। ପରମେଶ୍ୱରଙ୍କ ମଣ୍ଡଳୀ ସତ୍ୟର ଅବଲମ୍ବନ କରେ ଓ ମୂଳଦୁଆ ଅଟେ।


ତୁମ୍ଭେ କ’ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ: “ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।”


ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ଜଣେ ଲୋକ ଗୋଟିଏ ପୁରୁଣା ଗ୍ଭଦରରେ ତାଳି ପକାଇବାକୁ କୌଣସି ନୂଆ ଗ୍ଭଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁ ଲୋକ ଏଭଳି କରେ, ତା'ର ନୂଆ ଗ୍ଭଦରଟିତ ନଷ୍ଟ ହୋଇଯାଏ ପୁଣି ନୂଆ ଗ୍ଭଦରରୁ ଚିରା ହୋଇଥିବା ତାଳି ପୁରୁଣା ଗ୍ଭଦର ସାଙ୍ଗରେ ମିଶେ ନାହିଁ।


Swiv nou:

Piblisite


Piblisite