୨ କରିନ୍ଥୀୟ 6:1 - ପବିତ୍ର ବାଇବଲ1 ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ। Gade chapit laପବିତ୍ର ବାଇବଲ (Re-edited) - (BSI)1 ଆହୁରି ମଧ୍ୟ ଈଶ୍ଵରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ। Gade chapit laଓଡିଆ ବାଇବେଲ1 ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ । Gade chapit laପବିତ୍ର ବାଇବଲ (CL) NT (BSI)1 ଈଶ୍ୱରଙ୍କ ପାଇଁ ଏକତ୍ର କାର୍ଯ୍ୟ କରୁଥିବାରୁ ଆମେ ତୁମ୍ଭମାନଙ୍କୁ ମିନତି କରୁଛୁ, ତୁମ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହ ବିଫୁଳ କର ନାହିଁ। ୨ କାରଣ ସେ କହିଛନ୍ତି: “ତୁମ୍ଭମାନଙ୍କ ପ୍ରତି ଦୟା ସମୟ ଆସିବାରୁ ମୁଁ ତୁମ୍ଭମାନଙ୍କର ଆବେଦନ ଶୁଣିଲି, ପରିତ୍ରାଣ ଦିନାର ତୁମର ସହୟ ହେଲି।” ଦେଖ! ଏହା ହେଉଛି, ଈଶ୍ୱରଙ୍କ ଅନୁଗ୍ରହ ଗ୍ରହଣ କରିବା ସମୟ। ଆଜି ହେଉଛି ପରିତ୍ରାଣର ଦିନ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ଆହୁରି ମଧ୍ୟ ଈଶ୍ବରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ। Gade chapit la |
ସାବଧାନ ରୁହ, ଓ ପରମେଶ୍ୱର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତେବେଳେ ସେ ପୃଥିବୀର ସେହି ଲୋକମାନଙ୍କୁ ସତର୍କ କଲେ, ସେତେବେଳେ ସେମାନେ ତାହାଙ୍କ କଥା ଅଗ୍ରାହ୍ୟ କଲେ। କିନ୍ତୁ ସେମାନେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ୱର ସ୍ୱର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସେମାନଙ୍କ ଲାଗି ଅତି ଖରାପ ହେବ।
“ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ।
ଏଥର ସୈନ୍ୟମାନେ ଶାଉଲଙ୍କୁ କହିଲେ, “ଯୋନାଥନ ଆଜି ଇସ୍ରାଏଲକୁ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କେବେ ହୋଇ ନ ପାରେ। ଆମ୍ଭେ ଜୀବିତ ପରମେଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ, କେହି ଯୋନାଥନଙ୍କୁ ହତ୍ୟା ତ ଦୂରର କଥା ମୁଣ୍ଡରୁ ଗୋଟିଏ କେଶ ମଧ୍ୟ ତଳେ ପଡ଼ିବାକୁ ଦେବୁ ନାହିଁ। ପରମେଶ୍ୱର ପଲେଷ୍ଟୀୟ କବଳରୁ ଇସ୍ରାଏଲକୁ ଉଦ୍ଧାର ପାଇଁ ଯୋନାଥନଙ୍କୁ ସାହାଯ୍ୟ କରିଛନ୍ତି।” ତେଣୁ ଲୋକମାନ ଯୋନାଥନଙ୍କୁ ସାହାଯ୍ୟ କରିବେ, ତାଙ୍କୁ କେବେ ବି ହତ୍ୟା କରିବା ପାଇଁ ଦିଆଯିବ ନାହିଁ।