Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 5:13 - ପବିତ୍ର ବାଇବଲ

13 ଆମ୍ଭେ ଯଦି ପାଗଳ, ତାହା ପରମେଶ୍ୱରଙ୍କ ପାଇଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ଵରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ।

Gade chapit la Kopi

ଓଡିଆ ବାଇବେଲ

13 ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ୱରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ଆମର କ’ଣ ମତିଭ୍ରମ ହୋଇଛି? ଆମର ଯଦି ମତିଭ୍ରମ ହୋଇଥାଏ, ତାହା ଈଶ୍ୱରଙ୍କ ପାଇଁ ହୋଇଛି। ଆମେ କ’ଣ ପ୍ରକୃତିସ୍ଥ? ଆମେ ଯଦି ପ୍ରକୃତିସ୍ଥ, ତେବେ ତୁମ୍ଭମାନଙ୍କ ପାଇଁ ସେପରି ରହିଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ବରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ।

Gade chapit la Kopi




୨ କରିନ୍ଥୀୟ 5:13
15 Referans Kwoze  

ମୁଁ ମୂର୍ଖଙ୍କ ଭଳି କହିଗ୍ଭଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭେମାନେ ମୋତେ ବାଧ୍ୟ କରିଥିଲ। ତୁମ୍ଭେମାନେ ହେଉଛ ସେହିଲୋକ, ଯେଉଁମାନେ ମୋ’ ସପକ୍ଷରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସେହି “ମହାନ୍ ପ୍ରେରିତ”ମାନେ ମୋ'ଠାରୁ ଅଧିକ ମଧ୍ୟ ନୁହନ୍ତି।


ଯଦିଓ ମୁଁ ନିଜ ଉପରେ ଗର୍ବ କରିବାକୁ ଗ୍ଭହିଁଲି ତଥାପି ମୁଁ ମୂର୍ଖ ନୁହେଁ, କାରଣ ମୁଁ ସତ୍ୟକଥା କହେ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ ଲୋକେ ମୋ’ ବିଷୟରେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତା'ଠାରୁ ଅଧିକ ବୋଲି ମୋତେ ଭାବନ୍ତୁ, ଏହା ମୁଁ ଇଚ୍ଛା କରେ ନାହିଁ।


ତୁମ୍ଭେମାନେ ମୋହର ଟକିଏ ମୂର୍ଖତା ସହି ନେଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ତୁମ୍ଭେ ସତରେ ମୋ’ ପ୍ରତି ସହିଷ୍ଣୁ ଅଛ।


ପରମେଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରୁଥିବାରୁ ମୋର ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ୱର ଯେଉଁ ପ୍ରକାରର ବିଶ୍ୱାସ ତୁମ୍ଭକୁ ଦେଇଛନ୍ତି, ସେହି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର।


ଅତଏବ ମୁଁ ଧୈର୍ଯ୍ୟପୂର୍ବକ ଉକ୍ତ କଷ୍ଟଗୁଡ଼ିକୁ ସହି ନେଉଛି। ପରମେଶ୍ୱର ଯେତେ ଲୋକଙ୍କୁ ବାଛିଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଏପରି କରୁଛି। ମୁଁ ଏଗୁଡ଼ିକ ସହି ନେବାର କାରଣ ଯେ, ସେହି ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ପରିତ୍ରାଣ ପାଇ ପାରିବେ। ସେହି ପରିତ୍ରାଣ ଗୋଟିଏ ଅସୀମ ମହିମା ସହିତ ଆସେ।


ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିଛୁ। କିନ୍ତୁ ଆମ୍ଭେ କେବଳ ଶବ୍ଦ ବ୍ୟବହାର କରି ନାହୁଁ। ସେହି ସୁସମାଗ୍ଭର ଆମ୍ଭେ ଶକ୍ତି ଓ ପବିତ୍ରଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ କିଭଳି ଜୀବନ ବିତାଉଥିଲୁ, ସେଭଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଗ୍ଭହୁଁଥିଲୁ।


ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମୋତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ୱରୂପ ମଣ୍ଡଳୀ ମାଧ୍ୟମରେ କେତେକ କଷ୍ଟ ଭୋଗିବା ବାକି ଥିଲା। ସେଗୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମୋର ଅଂଶ ମୁଁ ମୋ’ ଦେହରେ ଗ୍ରହଣ କରୁଛି।


ମୁଁ ଅପରାଧୀ ଲୋକ ପାଇଁ, ବା ଯାହା ପ୍ରତି ଅପରାଧ ହୋଇଥିଲା, ତାହା ପାଇଁ ଲେଖି ନ ଥିଲି, ବରଂ ପରମେଶ୍ୱରଙ୍କ ଆଗରେ ତୁମ୍ଭମାନଙ୍କର ଆମ୍ଭ ପାଇଁ କେତେ ଚିନ୍ତା ଅଛି, ଏହା ତୁମ୍ଭେମାନେ ଯେପରି ଦେଖି ପାର, ସେଥିପାଇଁ ଲେଖିଥିଲି।


ତୁମ୍ଭେ ଏହି ପତ୍ରରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, ‘ଯିହୋୟାଦା ଯାଜକ ବଦଳରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କେହି ବାତୁଳ ହୋଇ ନିଜକୁ ଭବିଷ୍ୟ‌ଦ୍‌ବକ୍ତା ବୋଲି କହେ, ତେବେ ତୁମ୍ଭେ ତାକୁ ବଡ଼ ହରିକାଠରେ ଏକ ବେଡ଼ିରେ ବାନ୍ଧି ରଖିବ।


ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସେମାନେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।


Swiv nou:

Piblisite


Piblisite