Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 2:1 - ପବିତ୍ର ବାଇବଲ

1 ସେଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗଲେ ମୁଁ ତୁମ୍ଭମାନଙ୍କୁ ଯେପରି କଷ୍ଟ ନ ଦିଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେଣସ୍ଥିର କଲି।

Gade chapit la Kopi

ଓଡିଆ ବାଇବେଲ

1 ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେ ସ୍ଥିର କଲି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ଯଦି ମୋର ତୁମ୍ଭମାନଙ୍କ ନିକଟକୁ ଯିବା ତୁମ ପକ୍ଷରେ ସୁଃଖଦାୟକ, ତୁମ ନିକଟକୁ ଆଉ କେବେ ନ ଯିବାକୁ ମୁଁ ସ୍ଥିର କରିଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେ ସ୍ଥିର କଲି।

Gade chapit la Kopi




୨ କରିନ୍ଥୀୟ 2:1
13 Referans Kwoze  

ମୁଁ କରିନ୍ଥୀକୁ ଆଉ ଥରେ ଆସି ନ ଥିଲି କାରଣ ମୁଁ ତୁମ୍ଭମାନଙ୍କୁ ଆଘାତ ଦେବାକୁ ଇଚ୍ଛା କରୁ ନ ଥିଲି।


ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତେବେଳେ ମୁଁ ଆସେ, ସେତେବେଳେ ଦଣ୍ଡ ଦେବା ପାଇଁ ମୋତେ ମୋ’ ଶକ୍ତିର ବ୍ୟବହାର କରିବାକୁ ନ ପଡ଼ୁ। ପରମେଶ୍ୱର ମୋତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।


ପୂର୍ବରୁ ମୁଁ ଯେତେବେଳେ ତୁମ୍ଭକୁ ଲେଖିଥିଲି, ସେତେବେଳେ ମୋ’ ହୃଦୟରେ ଅଧିକ ବେଦନା ଓ ଦୁଃଖ ଥିଲା। ମୁଁ ଆଖିରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ତୁମ୍ଭମାନଙ୍କ ପାଇଁ ମୋର ପ୍ରେମର ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭେମାନେ ଜାଣି ପାରିବ ଏଥିପାଇଁ ଏହା ଲେଖିଲି।


ତୁମ୍ଭେମାନେ କ’ଣ ଗ୍ଭହଁ: ମୁଁ ତୁମ୍ଭମାନଙ୍କ ପାଖକୁ ଦଣ୍ଡ ନେଇ ଆସିବି, ନା ପ୍ରେମ ଓ କୋମଳତା ସହ ଆସିବି?


ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି। ସେମାନଙ୍କୁ ପଠାଇଲା ପରେ ତୁମ୍ଭେ ନିକପଲିଠାରେ ମୋ’ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସେଠାରେ କଟାଇବି।


ମୁଁ ସ୍ୱଶରୀରରେ ତୁମ୍ଭମାନଙ୍କ ପାଖରେ ନାହିଁ କିନ୍ତୁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଅଛି, ଓ ଯେଉଁ ଲୋକ ଏହି ପାପକର୍ମ କରିଛି, ମୁଁ ତୁମ୍ଭ ସହିତ ଥିଲେ ତାହାର ଯେପରି ବିଗ୍ଭର କରିଥା’ନ୍ତି, ସେହିପରି ମୁଁ ବିଗ୍ଭର କରି ସାରିଛି।


କାରଣ ସ୍ଥିର କରିଥିଲି ଯେ ତୁମ୍ଭ ସହିତ ଥିବା ସମୟରେ, ମୁଁ ଯୀଶୁ ଖ୍ରୀଷ୍ଟ ଓ କ୍ରୁଶରେ ତାହାଙ୍କ ମୃତ୍ୟୁ ଭୋଗ ବ୍ୟତୀତ, ଅନ୍ୟସବୁ କଥା ଭୁଲିଯିବି।


ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ସହିତ ରାଜି ନହୋଇ ବହୁତ ଯୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଗ୍ଭର ଆଲୋଚନା ଲାଗି ପାଉଲ, ବର୍ଣ୍ଣ‌ବ୍‌‌ବା ଓ ଅନ୍ୟ କେତେକଙ୍କୁ ଯିରୁଶାଲମରେ ପ୍ରେରିତ ଓ ପ୍ରାଚୀନମାନଙ୍କ ପାଖକୁ ଯିବା ପାଇଁ ନିଯୁକ୍ତି ଦିଆଗଲା।


ସେଥିପାଇଁ ବିଶ୍ୱାସୀମାନେ ସ୍ଥିର କଲେ ଯେ, ସେମାନେ ଯଥାଶକ୍ତି ସାହାଯ୍ୟ ପାଠାଇବେ। ପ୍ରତ୍ୟେକ ବିଶ୍ୱାସୀ ନିଜର ସାଧ୍ୟମତେ ସାହାଯ୍ୟ ଦେବା ପାଇଁ ଯୋଜନା କଲେ।


ବର୍ଣ୍ଣ‌ବ୍‌‌ବା ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନଙ୍କୁ ନେବା ପାଇଁ ଗ୍ଭହିଁଲେ।


Swiv nou:

Piblisite


Piblisite