Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 11:4 - ପବିତ୍ର ବାଇବଲ

4 କାରଣ ଆମ୍ଭେ ଯେଉଁ ଯୀଶୁଙ୍କ ପ୍ରଗ୍ଭର କରିଛୁ, ତାହାଠାରୁ ଭିନ୍ନ କଥା କେହି ଯୀଶୁଙ୍କର ବିଷୟରେ ପ୍ରଗ୍ଭର କଲେ, ଅଥବା ଆମ୍ଭଠାରୁ ଯେଉଁ ପବିତ୍ରଆତ୍ମା ବା ସୁସମାଗ୍ଭର ବିଷୟରେ ତୁମ୍ଭେମାନେ ଶୁଣିଛ, ତା'ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଗ୍ଭର ବିଷୟରେ ଯେତେବେଳେ ସେମାନେ କୁହନ୍ତି, ସେତେବେଳେ ତୁମ୍ଭେମାନେ ଧୈର୍ଯ୍ୟ ପୂର୍ବକ ସେମାନଙ୍କଠାରୁ ଶୁଣୁଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହାହେଲେ ତୁମ୍ଭେମାନେ ତ ବଡ଼ ସହିଷ୍ଣୁ।

Gade chapit la Kopi

ଓଡିଆ ବାଇବେଲ

4 କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହାହେଲେ ତୁମ୍ଭେମାନେ ତ ବଡ଼ ସହିଷ୍ଣୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 କାରଣ କେହି ଯଦି ଆସି ଆମେ ପ୍ରଚାର କରିଥିବା ଯୀଶୁଙ୍କୁ ଛାଡ଼ି ଅନ୍ୟ କୌଣସି ଯୀଶୁଙ୍କ କଥା ପ୍ରଚାର କରନ୍ତି କିମ୍ବା କେଉଁ ଆତ୍ମାର କଥା କୁହନ୍ତି ଅଥବା ତୁମ୍ଭେମାନେ ଗ୍ରହଣ କରିଥିବା ସୁସମାଚାର ଛଡ଼ା ଅନ୍ୟ କେଔଣସି ସୁସମାଚାର ପ୍ରଚାର କରନ୍ତି, ତୁମ୍ଭେମାନେ ଅନାୟାସରେ ତାହା ଗ୍ରହଣ କରିଥାଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହାହେଲେ ତୁମ୍ଭେମାନେ ତ ବଡ଼ ସହିଷ୍ଣୁ।

Gade chapit la Kopi




୨ କରିନ୍ଥୀୟ 11:4
12 Referans Kwoze  

ତିଆରି ହୋଇଥିବା ମୂଳଦୁଆ ବ୍ୟତୀତ ଅନ୍ୟ ମୂଳଦୁଆ କେହି ପକାଇ ପାରିବ ନାହିଁ।


କେବଳ ଜଣେ ମାତ୍ର ପରମେଶ୍ୱର ଅଛନ୍ତି। ମଣିଷ ପାଇଁ ପରମେଶ୍ୱରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି। ସେହି ମଧ୍ୟସ୍ଥ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ।


ତୁମ୍ଭେମାନେ ମୋତେ ଗୋଟିଏ କଥା କୁହ: ତୁମ୍ଭେମାନେ ପବିତ୍ରଆତ୍ମାଙ୍କୁ କିପରି ଭାବେ ଗ୍ରହଣ କରିଥିଲ? କ’ଣ ତୁମ୍ଭେମାନେ ବ୍ୟବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ? ନା! ତୁମ୍ଭେମାନେ ସୁସମାଗ୍ଭର ଶୁଣି ଓ ବିଶ୍ୱାସ କରି ପବିତ୍ରଆତ୍ମାଙ୍କୁ ସ୍ୱୀକାର କରିଥିଲ।


ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହେବାକୁ ଦେବେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହେବେ ନାହିଁ। ଆମ୍ଭ ଭିତରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ୱରଙ୍କର ସନ୍ତାନ କରି ଦିଅନ୍ତି। ଓ ସେହି ଆତ୍ମାଙ୍କ ସହିତ ଆମ୍ଭେ କହୁ, ‘ପିତା, ପ୍ରିୟ ପିତା।’


ତାହାଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହାଦ୍ୱାରା କି ଆମ୍ଭେ ଉଦ୍ଧାର ପାଇ ପାରିବା।”


ଯୀଶୁ ପୁଣି ସେମାନଙ୍କୁ କହିଲେ, “ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରି ଦେଇ ନିଜକୁ ଚତୁର ବୋଲି ଭାବୁଛ।


ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ତ୍ରୋୟା ନଗରକୁ ଯାଇଥିଲି। ପ୍ରଭୁ ସେଠାରେ ମୋତେ ଭଲ ସୁଯୋଗଟିଏ ଦେଲେ।


ତୁମ୍ଭେମାନେ ମୋହର ଟକିଏ ମୂର୍ଖତା ସହି ନେଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ତୁମ୍ଭେ ସତରେ ମୋ’ ପ୍ରତି ସହିଷ୍ଣୁ ଅଛ।


ମୁଁ ଗ୍ଭହେଁ ଯେ ତୁମ୍ଭେ ଏଫିସଠାରେ ରୁହ। ମାକିଦନିଆ ଯିବା ବେଳେ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁରୋଧ କରି କହିଥିଲି। ଏଫିସଠାରେ କେତେ ଲୋକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠାରେ ରହି ତୁମ୍ଭେ ସେମାନଙ୍କୁ ଭ୍ରାନ୍ତ ଶିକ୍ଷା ନ ଦେବା ପାଇଁ ଆଦେଶ ଦେଇ ପାରିବ।


Swiv nou:

Piblisite


Piblisite