୨ କରିନ୍ଥୀୟ 11:13 - ପବିତ୍ର ବାଇବଲ13 ସେମାନେ ସବୁବେଳେ ଦେଖାଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସେମାନେ ମଧ୍ୟ ସେଥିପାଇଁ ଗର୍ବ କରନ୍ତି। ସେମାନେ ଭଣ୍ଡ ପ୍ରେରିତ। ସେମାନେ ପ୍ରତାରକ। ଲୋକେ ଯେପରି ସେମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରେରିତ ବୋଲି ଭାବିବେ, ଏଥିପାଇଁ ସେମାନେ ନିଜର ବେଶ ବଦଳାଇଥା’ନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)13 କାରଣ ଏହିପରି ଲୋକେ ଭଣ୍ତ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି। Gade chapit laଓଡିଆ ବାଇବେଲ13 କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି । Gade chapit laପବିତ୍ର ବାଇବଲ (CL) NT (BSI)13 ସେମାନେ ପ୍ରକୃତ ଶିଷ୍ୟ ନୁହଁନ୍ତି, ସେମାନେ ସମସ୍ତେ ଶଠ। ସେମାନେ ନିଚ କାର୍ଯ୍ୟ ବିଷୟରେ ମିଥ୍ୟା କହନ୍ତି ଏବଂ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପରି ଦେଖାଯିବା ନିମନ୍ତେ ଛଦ୍ମବେଶ ପରିଧାନ କରନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି। Gade chapit la |
କିନ୍ତୁ ସେହି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ୟଦ୍ବକ୍ତା ମଧ୍ୟ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ୟଦ୍ବକ୍ତା ସେହି ପଶୁ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଏହି ପଶୁ, ଯିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସେହି ଭଣ୍ଡ ଭବିଷ୍ୟଦ୍ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦରେ ଜୀବନ୍ତ ଫିଙ୍ଗି ଦିଆଗଲା।
କେତେକ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳରେ ପ୍ରବେଶ କରିଛନ୍ତି। ସେମାନେ ସେମାନଙ୍କର କାର୍ଯ୍ୟ ପାଇଁ ଦୋଷୀ ବିବେଚିତ ହୋଇ ସାରିଲେଣି। ଭବିଷ୍ୟଦ୍ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ୱରଙ୍କର ବିରୋଧୀ। ସେମାନେ ପାପପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଆମ୍ଭ ପରମେଶ୍ୱରଙ୍କର ଅନୁଗ୍ରହକୁ ଅପବ୍ୟବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।
ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ଯ୍ୟଗୁଡ଼ିକୁ ଛାଡ଼ି ଦେଇଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ୱରଙ୍କ ବାକ୍ୟରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ୟକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହା ଦ୍ୱାରା ଲୋକମାନଙ୍କଠାରେ ଆମ୍ଭେ ନିଜର ବ୍ୟକ୍ତିତ୍ୱ ପ୍ରତିପାଦନ କରୁଛୁ, ଯାହାଦ୍ୱାରା ସମସ୍ତେ ନିଜ ହୃଦୟରେ ଜାଣି ପାରିବେ ଯେ, ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭେମାନେ ସତ୍ୟ ବାକ୍ୟ ପ୍ରଗ୍ଭର କରୁଅଛୁ।