Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 1:9 - ପବିତ୍ର ବାଇବଲ

9 ଆମ୍ଭେ ଅନୁଭବ କରୁଥିଲୁ ଯେ, ଆମ୍ଭେ ମରିଯିବୁ। ଏପରି ଘଟିବାର କାରଣ ହେଲା ଯେ, ଆମ୍ଭେ ନିଜ ଉପରେ ଭରସା ନ ରଖି ମାତ୍ର ଯେ ଲୋକମାନଙ୍କୁ ମୃତ୍ୟୁରୁ ଉ‌‌ତ୍‌‌ଥିତ କରନ୍ତି ସେହି ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ଵର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ;

Gade chapit la Kopi

ଓଡିଆ ବାଇବେଲ

9 ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ୱର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ଆମକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ବୋଲଇ ଭାବିଥଲୁ। କିନ୍ତୁ ନିଜ ଉପରେ ନିର୍ଭର ନ କରି ମୃତକୁ ଜୀବନ ଦେଇଥିବା ଈଶ୍ୱରଙ୍କ ଉପରେ ନିର୍ଭର ରଖିବା ପାଇଁ ଏସବୁ ଘଟିଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ବର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ;

Gade chapit la Kopi




୨ କରିନ୍ଥୀୟ 1:9
20 Referans Kwoze  

ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରି ପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ୟ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୋଇଛି।


ଅବ୍ରହାମ ବିଶ୍ୱାସ କରିଥିଲେ ଯେ, ପରମେଶ୍ୱର ଲୋକମାନଙ୍କୁ ମୃତ୍ୟୁରୁ ଉଠାଇ ଆଣି ପାରିବେ। ପ୍ରକୃତରେ ଯେତେବେଳେ ସେ ଇସ୍‌ହାକଙ୍କୁ ମାରିବା ପାଇଁ ଗଲାବେଳେ ପରମେଶ୍ୱର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତେବେଳେ ଅବ୍ରହାମ ଯେପରି ଇସ୍‌ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ।


ଆମ୍ଭେ ପରମେଶ୍ୱରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କେବଳ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ଯ୍ୟ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ୱରଙ୍କର ଅଟେ।


ଆୟୁବ, ଯଦି ତୁମ୍ଭେ ଏସବୁ କରି ପାରିବ ତା'ହେଲେ ମୁଁ ତୁମ୍ଭକୁ ପ୍ରଶଂସା କରିବି ଏବଂ ମୁଁ ସ୍ୱୀକାର କରେ ଯେ, ନିଜର ଦକ୍ଷିଣ ହସ୍ତ ଯୋଗୁଁ ତୁମ୍ଭେ ନିଜକୁ ରକ୍ଷା କରିବାକୁ ସମର୍ଥ।


କେତେକ ଲୋକ ଭାବୁଥିଲେ ଯେ ସେମାନେ ବହୁତ ଭଲ ଅଟନ୍ତି। ସେମାନେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହୋଇଥିବା ଭଳି ବ୍ୟବହାର କରୁଥିଲେ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ:


ଯେଉଁ ଲୋକ ନିଜ ବଳ ଉପରେ ବିଶ୍ୱାସ ରଖେ ସେ ମୂର୍ଖ। କିନ୍ତୁ ସେ ଯିଏ ଜ୍ଞାନରେ ଗ୍ଭଲେ, ବିପର୍ଯ୍ୟୟରୁ ରକ୍ଷା ପାଇବ।


“ଯଦି ମୁଁ ଜଣେ ଧାର୍ମିକ ବ୍ୟକ୍ତିକୁ କୁହେ, ‘ତୁମ୍ଭେ ନିଶ୍ଚିତ ଭାବରେ ବଞ୍ଚିବ,’ ଏବଂ ସେ ତା'ର ଅତୀତର ଧାର୍ମିକତାକୁ ଭରସା କରି ପାପ କରେ, ତା'ର କୌଣସି ପୂର୍ବ ଧାର୍ମିକତା ସ୍ମରଣ କରାଯିବ ନାହିଁ ଏବଂ ସେ ତା'ର ପାପ ପାଇଁ ମରିବ।


ବଳଶାଳୀ, ସ୍ୱାସ୍ଥ୍ୟବାନ୍ ଲୋକମାନେ ଭୋଜନ କରି ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବେ। ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ୟୁବରଣ କରିବେ ଓ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ପରମେଶ୍ୱରଙ୍କ ସମ୍ମୁଖରେ ନତ ମସ୍ତକ ହେବେ।


ଦୁଷ୍ଟଲୋକ ଆପଣା ମନ୍ଦ କର୍ମରେ ତଡ଼ି ଦିଆଯାଏ, ମାତ୍ର ମରଣକାଳରେ ଧାର୍ମିକର ଆଶ୍ରୟ ଥାଏ।


ମୁଁ ନିଜକୁ କହିଲି ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳପୁର ଦ୍ୱାରରେ ପ୍ରବେଶ କରିବି। ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି।


ଶାସ୍ତ୍ରରେ ଏହିପରି ଲେଖା ଅଛି: “ତୁମ୍ଭ ପାଇଁ (ଖ୍ରୀଷ୍ଟ) ଚିରଦିନ ଆମ୍ଭେ ନିହିତ ହେଉଅଛୁ। ଲୋକ ଭାବୁଛନ୍ତି, ଆମ୍ଭର ମୂଲ୍ୟ ବଳି ହେବାକୁ ଥିବା ମେଣ୍ଢାମାନଙ୍କଠାରୁ ଅଧିକ କିଛି ନୁହେଁ।”


ଭାଇ ଓ ଭଉଣୀମାନେ! ଏସିଆ ଦେଶରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଗ୍ଭହୁଁ ଯେପରି ସେହି ବିଷୟରେ ତୁମ୍ଭେମାନେ ମଧ୍ୟ ଜାଣ। ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭେମାନେ ଜୀବନର ସମସ୍ତ ଆଶା ହରାଇଥିଲୁ। ସେହି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା।


ପରମେଶ୍ୱର ଆମ୍ଭମାନଙ୍କୁ ମୃତ୍ୟୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ୱର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ।


Swiv nou:

Piblisite


Piblisite