Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 1:24 - ପବିତ୍ର ବାଇବଲ

24 ପରମେଶ୍ୱର ଏଥିର ସାକ୍ଷୀ। ମୋ’ କହିବା ଉଦ୍ଦେଶ୍ୟ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ୱାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍ଭେମାନେ ବିଶ୍ୱାସରେ ଦୃଢ଼ କିନ୍ତୁ ଆମ୍ଭେମାନେ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ତୁମ୍ଭମାନଙ୍କ ବିଶ୍ଵାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ଵ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକାର୍ଯ୍ୟକାରୀ ଅଟୁ; ଯେଣୁ ବିଶ୍ଵାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ।

Gade chapit la Kopi

ଓଡିଆ ବାଇବେଲ

24 ତୁମ୍ଭମାନଙ୍କ ବିଶ୍ୱାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ୱ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକାର୍ଯ୍ୟକାରୀ ଅଟୁ ଯେଣୁ ବିଶ୍ୱାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

24 ତୁମ୍ଭେମାନେ କେଉଁ କଥା ବିଶ୍ୱାସ କରିବ, ଏବିଷୟରେ ତୁମ ଉପରେ କତ୍ତୃତ୍ୱ କରିବାକୁ ଆମେ ଚେଷ୍ଠା କରୁ ନାହୁଁ, କାରଣ ତୁମ୍ଭେମାନେ ବିଶ୍ୱାସରେ ସୁପ୍ରତିଷ୍ଠିତ। ବରଂ ତୁମ୍ଭମାନଙ୍କୁ କେବଳ ସୁଖୀ କରିବା ପାଇଁ ତୁମ୍ଭମାନଙ୍କ ସହିତ ମିଳିମିଶି ଆମେ କାର୍ଯ୍ୟ କରୁଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ତୁମ୍ଭମାନଙ୍କ ବିଶ୍ୱାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ୱ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକର୍ମୀ ଅଟୁ ଯେଣୁ ବିଶ୍ୱାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ।

Gade chapit la Kopi




୨ କରିନ୍ଥୀୟ 1:24
16 Referans Kwoze  

ଯେଉଁମାନଙ୍କର ଦାୟିତ୍ୱ ତୁମ୍ଭେ ନେଇଛ, ସେମାନଙ୍କ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସେମାନଙ୍କ ନିକଟରେ ଆଦର୍ଶ ସ୍ୱରୂପ ହୁଅ।


ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦେବାକୁ ଇଚ୍ଛା କରେ। ତୁମ୍ଭେମାନେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ।


ଆମ୍ଭେ ଯାହା ଦେଖୁ, ତା’ ସାହାଯ୍ୟରେ ନୁହେଁ, ମାତ୍ର ବିଶ୍ୱାସ ଦ୍ୱାରା ପରିଗ୍ଭଳିତ ହେଉ, ସେଥିପାଇଁ ମୁଁ କୁହେ ଯେ, ଆମ୍ଭମାନଙ୍କର ଆଶା ଅଛି।


ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ୱରଙ୍କ ସାକ୍ଷାତ ପ୍ରତିରୂପ। ଆମ୍ଭେ ନିଜର ପ୍ରଗ୍ଭର କରୁ ନାହୁଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ପ୍ରଗ୍ଭର କରୁଛୁ। ନିଜ ବିଷୟରେ ଆମ୍ଭେ କହୁ ଯେ, ଯୀଶୁଙ୍କ ପାଇଁ ଆମ୍ଭେ ତୁମ୍ଭମାନଙ୍କ ସେବକ।


ଏହା ସତ୍ୟ କିନ୍ତୁ ସେ ଡାଳଗୁଡ଼ିକ ଭାଙ୍ଗି ପଡ଼ିବାର କାରଣ ହେଉଛି ସେମାନଙ୍କର ଅବିଶ୍ୱାସ। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସ ହେତୁ ସେହି ଗଛର ଅଂଶୀ ହୋଇ ପାରିଛ। ଅତଏବ ଗର୍ବ କରିବା ପରିବର୍ତ୍ତେ ଭୟ କରିବା ଦରକାର।


ଏବେ ଆମ୍ଭେ ଏହି ଅନୁଗ୍ରହରେ ରହିଛୁ ଓ ଆମ୍ଭେ ପରମେଶ୍ୱରଙ୍କ ଏହି ମହିମାରେ ଭାଗୀଦର ହୋଇଥିବା ଆଶାରେ ଆନନ୍ଦିତ।


ତେବେ ସେ ଅନ୍ୟ ଗ୍ଭକରମାନଙ୍କୁ ପିଟିବା ଆରମ୍ଭ କରିଦେବ। ସେ ଖାଇ ଓ ଅନ୍ୟ ଲୋକମାନଙ୍କ ସହିତ ମଦ୍ୟପାନ କରି ରହିବ।


ଆପଲ୍ଲ କ’ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି? ନା! ଆମ୍ଭେ କେବଳ ପ୍ରଭୁଙ୍କର ସେବକ ଅଟୁ। ଆମ୍ଭେ ତାହାଙ୍କଠାରେ ବିଶ୍ୱାସ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛୁ। ପ୍ରଭୁଙ୍କ ଦ୍ୱାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପନ୍ନ କରିଛୁ।


ମୋର କହିବାର ଅର୍ଥ ଏହି ଯେ ଆମ୍ଭେମାନେ ଏକଆରେକକୁ ନିଜ ନିଜର ବିଶ୍ୱାସ ଦ୍ୱାରା ସାହାଯ୍ୟ କରିବା। ତୁମ୍ଭମାନଙ୍କ ବିଶ୍ୱାସ ମୋତେ ଓ ମୋ’ ବିଶ୍ୱାସ ତୁମ୍ଭମାନଙ୍କୁ ସାହାଯ୍ୟ କରିବ।


କାରଣ ତୁମ୍ଭେମାନେ ତୁମ୍ଭକୁ ଦାସ ଭଳି ବ୍ୟବହାର କରୁଥିବା, ଫାନ୍ଦରେ ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ ବୋଲି କହୁଥିବା ଓ ତୁମ୍ଭମାନଙ୍କ ଗାଲରେ ଗ୍ଭପୁଡ଼ା ମାରୁଥିବା ଲୋକମାନଙ୍କ ପ୍ରତି ସହନଶୀଳ ହୋଇଛ।


Swiv nou:

Piblisite


Piblisite