Biblia Todo Logo
Bib sou entènèt

- Piblisite -




୧ ତୀମଥି 3:6 - ପବିତ୍ର ବାଇବଲ

6 କିନ୍ତୁ ଜଣେ ଅଧ୍ୟକ୍ଷ ନୂତନ ଶିଷ୍ୟ ହୋଇ ନ ଥିବେ। ନୂତନ ବିଶ୍ୱାସୀଙ୍କୁ ଅଧ୍ୟକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପାରେ। ଏଭଳି ପରିସ୍ଥିତିରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହୋଇ ଦଣ୍ଡିତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ସଦୃଶ ଦଣ୍ତଗ୍ରସ୍ତ ହେବେ।

Gade chapit la Kopi

ଓଡିଆ ବାଇବେଲ

6 ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ଭଳି ଦଣ୍ଡଗ୍ରସ୍ତ ହେବେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ସେ ବିଶ୍ୱାସରେ ପରିପକ୍ୱ ହୋଇଥିବ ଉଚିତ; ଅନ୍ୟଥା ଶୟତାନ ପରି ଗର୍ବରେ ସ୍ଫୀତ ହୋଇ ଦଣ୍ଡନୀୟ ହେବାର ଆଶଙ୍କା ରହିଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ଭଳି ଦଣ୍ଡଗ୍ରସ୍ତ ହେବେ।

Gade chapit la Kopi




୧ ତୀମଥି 3:6
24 Referans Kwoze  

ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସେହି ଲୋକ ଶବ୍ଦର ଅର୍ଥକୁ ନେଇ ଯୁକ୍ତିତର୍କ କରିବା ପାଇଁ ଅତ୍ୟଧିକ ଆଗ୍ରହୀ ହୋଇଥାଏ ଓ ସେ ବାଗ୍‌‌ଯୁଦ୍ଧ କରେ। ଏଗୁଡ଼ିକ ଦ୍ୱାରା କଳି, ଈର୍ଷା, ଅପମାନ ଓ ସନ୍ଦେହ ଆସିଥାଏ।


ଯୁବକଗଣ, ତୁମ୍ଭମାନଙ୍କୁ ମୋର କିଛି କଥା ମଧ୍ୟ କହିବାକୁ ଅଛି। ତୁମ୍ଭେ ବୟୋଜ୍ୟେଷ୍ଠମାନଙ୍କ କଥା ମାନିବା ଉଚିତ୍। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ୍। “ପରମେଶ୍ୱର ଗର୍ବୀ ଲୋକଙ୍କ ବିରୁଦ୍ଧରେ ଉଠନ୍ତି, କିନ୍ତୁ ବିନମ୍ର ଲୋକଙ୍କୁ ଅନୁଗ୍ରହ କରନ୍ତି।”


ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁ‌ଗ୍‌ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ।


ମୋତେ ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ ପ୍ରତ୍ୟାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ୟଧିକ ଗର୍ବ କରିବି, ସେଥିପାଇଁ ମୋତେ ଶରୀରରେ ଯନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ୱରୂପେ ଏହା ମୋତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମୋତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।


ଏବେ ମୁଁ ମୂର୍ତ୍ତିଗୁଡ଼ିକଠାରେ ଉତ୍ସର୍ଗୀକୃତ ମାଂସ ବିଷୟରେ କହିବି। ଆମ୍ଭେ ଜାଣୁ “ଆମ୍ଭ ସମସ୍ତଙ୍କ ପାଖରେ ଜ୍ଞାନ ଅଛି।” କିନ୍ତୁ “ଜ୍ଞାନ” ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ।


ଭାଇ ଓ ଭଉଣୀମାନେ! ପୂର୍ବରେ ମୁଁ ତୁମ୍ଭମାନଙ୍କୁ ଆତ୍ମିକମନା ଲୋକମାନଙ୍କୁ କହିବା ଭଳି କହି ପାରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଜାଗତିକ ଲୋକ ଭଳି କଥାବାର୍ତ୍ତା କଲି। ଖ୍ରୀଷ୍ଟଙ୍କଠାରେ ଶିଶୁ ଭଳି ମୁଁ ତୁମ୍ଭମାନଙ୍କୁ କହିଲି।


ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସେହି ଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦେବେ। ସେତେବେଳେ ସେହି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ।


ଯଦି ଜଣେ ଲୋକ ଗର୍ବୀ ତେବେ ତାହା ତାକୁ ଧ୍ୱଂସ କରିବ। ଯଦି ଜଣେ ଲୋକ ବିନମ୍ର, ତେବେ ସମ୍ମାନ ପାଇବ।


ଗର୍ବିତ ମନୁଷ୍ୟର ମନ ବିନାଶ ସମ୍ମୁଖରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।


କିନ୍ତୁ ହିଜକିୟଙ୍କ ହୃଦୟ ଗର୍ବୀ ଥିଲା, ତେଣୁ ସେ ପରମେଶ୍ୱରଙ୍କ ମହାଦୟା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ନାହିଁ। ଏଥିନିମନ୍ତେ ପରମେଶ୍ୱର ହିଜକିୟ ଓ ଯିହୁଦା ଏବଂ ଯିରୁଶାଲମର ଲୋକଙ୍କ ପ୍ରତି କ୍ରୋଧ କଲେ।


କିନ୍ତୁ ଉଷିୟ ଯେତେବେଳେ ଶକ୍ତିଶାଳୀ ହୋଇ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହୋଇ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବେଦି ଉପରେ ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।


ଏହା ସତ୍ୟ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜୟ କରିଛ। ସେହି ଗୌରବ ନେଇ ସନ୍ତୁଷ୍ଟ ହୋଇ ରୁହ। ଆଉ ନିଜ ଉପରେ କ୍ଳେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦା ସହିତ ପତନ ହେବ।”


ତାଙ୍କର ହୃଦୟ ଅହଙ୍କାରି ହେବା ଉଚିତ୍ ନୁହଁ। ସେ ନିୟମରୁ ବିମୁଖ ହେବା ଉଚିତ୍ ନୁହଁ। ନିୟମକୁ ଠିକ୍ ଭାବରେ ସେ ପାଳନ କରିବା ଉଚିତ୍। ତେବେ ସେ ଓ ତା'ର ଭବିଷ୍ୟଦ୍ ବଂଶଧରମାନେ ଇସ୍ରାଏଲରେ ବହୁଦିନ ଧରି ରାଜତ୍ୱ କରିବେ।


ଯେତେବେଳେ ଏପରି ହେବ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭୁଲ ନାହିଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରୁ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି ଓ ମିଶରରୁ ବାହାର କରି ଆଣିଛନ୍ତି।


ତୁମ୍ଭେ ସେହି ସ୍ୱର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସେମାନେ ତାହାକୁ ରଖିପାରିଲେ ନାହିଁ। ସେମାନେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସେମାନଙ୍କୁ ଅନ୍ଧକାରରେ ରଖିଛନ୍ତି। ସେମାନେ ଅନନ୍ତକାଳୀନ ବନ୍ଧନରେ ବନ୍ଧା ହୋଇଛନ୍ତି। ସେ ସେମାନଙ୍କୁ ମହାବିଗ୍ଭର ଦିନ ପର୍ଯ୍ୟନ୍ତ ରଖିଛନ୍ତି।


ଯେତେବେଳେ ସ୍ୱର୍ଗଦୂତମାନେ ପାପ କଲେ, ପରମେଶ୍ୱର ସେମାନଙ୍କୁ ଦଣ୍ଡ ନ ଦେଇ ଛାଡ଼ିଲେ ନାହିଁ। ପରମେଶ୍ୱର ସେହି ଦୂତମାନଙ୍କୁ ନରକକୁ ପଠାଇଦେଲେ। ସେ ସେମାନଙ୍କୁ ଅନ୍ଧକାରର ଗୁମ୍ଫାମାନଙ୍କରେ ପକାଇ ରଖିଲେ। ବିଗ୍ଭର ଦିନ ପର୍ଯ୍ୟନ୍ତ ସେମାନେ ସେଠାରେ ପଡ଼ିଥିବେ।


ଶେଷ ଦିନରେ ଲୋକେ ନିଜ ସାଙ୍ଗମାନଙ୍କ ବିରୁଦ୍ଧରେ ଯିବେ। ବିଗ୍ଭର ନ କରି ମୂର୍ଖତାପୂର୍ଣ୍ଣ କାର୍ଯ୍ୟମାନ କରିବେ। ଆତ୍ମବଡ଼ିମା କରିବେ ଓ ଗର୍ବୀ ହେବେ। ଲୋକେ ପରମେଶ୍ୱରଙ୍କୁ ଯେତେ ଭଲ ପାଆନ୍ତି, ତା'ଠାରୁ ଅଧିକ ଆମୋଦ ପ୍ରମୋଦକୁ ଭଲ ପାଇବେ।


ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି।


ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।


ଉତ୍ତରର ରାଜା ହାରିବା ପରେ ତାଙ୍କର ସୈନ୍ୟମାନଙ୍କୁ ବନ୍ଦୀକରି ନିଆଯିବ ଓ ଦକ୍ଷିଣ ଦେଶର ରାଜା ଗର୍ବିତ ହୋଇ ହଜାର ହଜାର ସୈନ୍ୟଙ୍କୁ ବଧ କରିବ। ତଥାପି ସେ ନିୟନ୍ତ୍ରଣରେ ରହିବ ନାହିଁ।


Swiv nou:

Piblisite


Piblisite