୧ ତୀମଥି 3:3 - ପବିତ୍ର ବାଇବଲ3 ସେ ଅତ୍ୟଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହୋଇଥିବା କଥା। ସେ ନମ୍ର ଓ ଶାନ୍ତ ହେବା ଦରକାର। Gade chapit laପବିତ୍ର ବାଇବଲ (Re-edited) - (BSI)3 ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ, Gade chapit laଓଡିଆ ବାଇବେଲ3 ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ, Gade chapit laପବିତ୍ର ବାଇବଲ (CL) NT (BSI)3 ସେ ମଦ୍ୟପ ବା ଉଗ୍ର ପ୍ରକୃତିର ଲୋକ ନ ହୋଇ, ସୁଶୀଳ ଓ ଶାନ୍ତିପ୍ରିୟ ଥିବେ। ତାଙ୍କର ବିଷୟାସକ୍ତି ନ ଥିବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ମଦ୍ୟପାୟୀ କି ବିବାଦ-ପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ, Gade chapit la |
ଯିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନେଇ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନେଇ ଶିକ୍ଷା ଦିଅନ୍ତି ଓ ଭବିଷ୍ୟଦ୍ବକ୍ତାଗଣ ଭବିଷ୍ୟଦ୍ବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଆଶା କରନ୍ତି। ସେମାନେ ମଧ୍ୟ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠାରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।”
କେତେକ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ୟା ବାକ୍ୟ କୁହନ୍ତି। ସଦାପ୍ରଭୁ ସେହି ଭବିଷ୍ୟଦ୍ବକ୍ତାମାନଙ୍କ ସମ୍ବନ୍ଧରେ ଏହି କଥା କୁହନ୍ତି, “ଏହି ଭବିଷ୍ୟଦ୍ବକ୍ତାଗଣ ନିଜର ଉଦର ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ଯେଉଁ ଲୋକମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ସେହି ଲୋକମାନଙ୍କୁ ଶାନ୍ତି ପ୍ରଦାନ ପାଇଁ ସେମାନେ ପ୍ରତିଜ୍ଞା କରନ୍ତି। କିନ୍ତୁ ଯେଉଁମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ନାହିଁ ସେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି।