୧ ତୀମଥି 1:17 - ପବିତ୍ର ବାଇବଲ17 ସେହି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ୟ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ଯୁଗେ ଯୁଗେ କେବଳ ପରମେଶ୍ୱରଙ୍କର। ଆମେନ୍। Gade chapit laପବିତ୍ର ବାଇବଲ (Re-edited) - (BSI)17 ଅକ୍ଷୟ, ଅଦୃଶ୍ୟ, ଅଦ୍ଵିତୀୟ ଈଶ୍ଵର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍। Gade chapit laଓଡିଆ ବାଇବେଲ17 ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ୱର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ । ଆମେନ୍ । Gade chapit laପବିତ୍ର ବାଇବଲ (CL) NT (BSI)17 ସମଗ୍ର ବିଶ୍ୱ ଜଗତର ଅଦୃଶ୍ୟ, ଅବିନଶ୍ୱର, ଚିରନ୍ତନ ରାଜା, ଏକମାତ୍ର ଈଶ୍ୱର ଯୁଗେ ଯୁଗେ ସମ୍ମାନିତ ଓ ମହିମାନ୍ୱିତ ହୁଅନ୍ତୁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ବର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍। Gade chapit la |
ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁଙ୍କୁ। ସେ ନିଜେ ହେଉଛନ୍ତି ପରମେଶ୍ୱର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି। ଯିଏ ଯୀଶୁଙ୍କୁ ଦେଖିଅଛି, ସେ ପରମେଶ୍ୱରଙ୍କୁ ଦେଖିଅଛି।” ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି।
ପରମେଶ୍ୱରଙ୍କ ବିଷୟରେ କେତେକ ତଥ୍ୟ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ୱରତ୍ୱ ତାହାଙ୍କୁ ପରମେଶ୍ୱର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସେଗୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରାଯାଇଛି। ଏଗୁଡ଼ିକ ପରମେଶ୍ୱର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହୋଇ ଥାଏ। ସେଥିପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ବାହାନା ନାହିଁ।
“କେତେକ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦେବା ପାଇଁ, କିନ୍ତୁ ଶେଷରେ ସେମାନେ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସେମାନେ ଅଭିଶପ୍ତ ହେବେ। ଆମ୍ଭେ ଜଣେ ମହାନ ରାଜା ଅଟୁ। ଆମ୍ଭକୁ ତୁମ୍ଭେମାନେ ସମ୍ମାନ କରିବା ଉଚିତ୍ ଓ ସମଗ୍ର ବିଶ୍ୱ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।