୧ ଥେସଲନୀକୀୟ 4:6 - ପବିତ୍ର ବାଇବଲ6 ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧରେ କୌଣସି ମନ୍ଦକାର୍ଯ୍ୟ କର ନାହିଁ ଓ ଏହି ବିଷୟରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସେମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ଆମ୍ଭେ ଏ ବିଷୟରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ। Gade chapit laପବିତ୍ର ବାଇବଲ (Re-edited) - (BSI)6 ପୁଣି, ଯେପରି କେହି ଏ ବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ଯେଣୁ ପ୍ରଭୁ ଏ ସମସ୍ତ ବିଷୟରେ ଦଣ୍ତଦାତା, ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମ୍ଭମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ। Gade chapit laଓଡିଆ ବାଇବେଲ6 ପୁଣି, ଯେପରି କେହି ଏବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ଯେଣୁ ପ୍ରଭୁ ଏସମସ୍ତ ବିଷୟରେ ଦଣ୍ଡଦାତା, ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମ୍ଭମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ । Gade chapit laପବିତ୍ର ବାଇବଲ (CL) NT (BSI)6 କୌଣସି ଖ୍ରୀଷ୍ଟବିଶ୍ୱାସୀ ଭାଇ ପ୍ରତି ଅନ୍ୟାୟ ଆଚରଣ କର ନାହିଁ, କିଅବା ତାହାକୁ ପ୍ରବଞ୍ଚନା କର ନାହିଁ। ଏ କଥା ଆମେ ପୂର୍ବରୁ କହିଛୁ ଏବଂ ଦୃଢ଼ ଭାବରେ ସତର୍କ କରି ଦେଇଛୁ ଯେ, ଯେଉଁମାନେ ସେପରି କରିବେ, ପ୍ରଭୁ ସେମାନଙ୍କୁ ଶାସ୍ତି ଦେବେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ପୁଣି, ଯେପରି କେହି ଏହି ବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ଯେଣୁ ପ୍ରଭୁ ଏସମସ୍ତ ବିଷୟରେ ଦଣ୍ଡଦାତା, ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମ୍ଭମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ। Gade chapit la |
ତା'ପରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ୟ ଦେବା ସେମାନଙ୍କ ବିରୁଦ୍ଧରେ, ଯେଉଁମାନେ ମାୟାବୀ, ବ୍ୟଭିଗ୍ଭରୀ, ମିଥ୍ୟାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ୟାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡ଼ି ଦିଅନ୍ତି। ସେହିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
ଇସ୍ରାଏଲର ଗୋଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମୟଙ୍କର ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ। ସଦାପ୍ରଭୁ ସେଠାରେ ନ୍ୟାୟ ଆଶା କରୁଥିଲେ ମାତ୍ର ସେଠାରେ କେବଳ ମୃତ୍ୟୁ ଥିଲା। ସଦାପ୍ରଭୁ ସେଠାରେ ଧାର୍ମିକତା ଆଶା କରୁଥିଲେ ମାତ୍ର ସେଠାରେ କେବଳ ବିଳାପ ଥିଲା। ସେଠାରେ ଲୋକମାନେ କେବଳ ସନ୍ତାପିତ ହେଉଥିଲେ।
ଦେଖ, ଈଶ୍ୱରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍ଯୋଗୀ କରିଛି। ତୁମ୍ଭେମାନେ ଭୁଲ୍ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କ୍ରୋଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ୟାୟ ପ୍ରଦାନ କରିଛି। ତୁମ୍ଭେମାନେ ପ୍ରତ୍ୟେକ କଥାରେ ପ୍ରମାଣିତ କରି ଦେଇଛ ଯେ, ତୁମ୍ଭେମାନେ ସେହି ସମସ୍ୟାର କୌଣସି ଅଂଶ ପାଇଁ ମଧ୍ୟ ଦୋଷୀ ନ ଥିଲ।